ETV Bharat / state

ପୁରୀ ରେଲୱେ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By ETV Bharat Odisha Team

Published : Nov 14, 2023, 1:27 PM IST

Updated : Nov 14, 2023, 8:33 PM IST

ପୁରୀ ଷ୍ଟେସନ କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

fire breaks out in a train coaching depot
ପୁରୀ ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ
ପୁରୀ ଷ୍ଟେସନ କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ପୁରୀ: ଜିଲ୍ଲା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଲା ବଗି । ଧୂଆଁମୟ ହୋଇଗଲା ଷ୍ଟେସନ । ପୁରୀ ଷ୍ଟେସନ କୋଚିଂ ଡିପୋରେ ଥିବା ଏକ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଆଜି ଦିନ 12ଟା 30ରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି । ତେବେ ଟ୍ରେନ୍ କୋଚ ମରାମତି ହେଉଥବା ସିକ ଲାଇନରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିଥିବାରୁ ଷ୍ଟେସନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

କେହି କିଛି ବୁଝିବା ଆଗରୁ କୋଚିଂ ଡିପୋରେ ଥିବା ଟ୍ରେନ ବଗି ଅଚାନକ ଜଳିବାକୁ ଲାଗିଥିଲା । କୋଚିଂ ଡିପୋର ୱାଶିଂ ଲାଇନର ଏକ ବଗିରେ ତଳପାଖରୁ ନିଆଁ ଲାଗିଯାଇଥିଲା । ଗୋଟିଏ ବଗି ସମ୍ପୂର୍ଣ୍ଣ ଜଳିଯାଇଛି । ନିଆଁ ଲାଗିଥିବା ବଗିରୁ ଅନ୍ୟ ବଗିକୁ ତୁରନ୍ତ ଅଲଗା କରି ଦିଆଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ବହୁତ ଜୋରରେ ନିଆଁ ଲାଗିଛି । ଷ୍ଟେସନ ଧୂଆଁମୟ ହୋଇଥିଲା । ବଗି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ଘଟଣାର ଖବର ପାଇ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚିଥିଲେ । ତୁରନ୍ତ ନିଆଁଲିଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଗ୍ନିଶମବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁକୁ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିବା ଦିଗରେ ପ୍ରାଥମିକତା ଦିଆଯାଇଛି । ସତର୍କତାର ସହ ନିଆଁ ଲିଭା ଜାରି ରହିଛି ।

ପୁରୀ ଷ୍ଟେସନରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଛନ୍ତି, ''ଆମେ କାମ କରୁଥିଲୁ ହଠାତ୍ ଟ୍ରେନରେ ନିଆଁ ଲାଗିଥିଲା । ମରାମତି ପାଇଁ ଡିପୋରେ ଟ୍ରେନ ଥିଲା । ହଠାତ ନିଆଁ ଲାଗି ଯାଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।''

ଏହା ବି ପଢନ୍ତୁ...ପୁଣି ଅଘଟଣ, କୋଇଲା ବୋଝେଇ ଟ୍ରେନରେ ନିଆଁ

ଏହା ବି ପଢନ୍ତୁ...ମୁମ୍ବାଇ-ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ

ଅଗ୍ନିକାଣ୍ଡରେ ଜଳିଯାଇଛି ଏସି କୋଚ । ହେଲେ ସଠିକ୍ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ଏକ ବଡ ଅଘଟଣ ଟଳିଯାଇଛି । ତେବେ ନିକଟରେ ରେଲୱେ ଷ୍ଟେସନ ଥିବା ବେଳେ ହଜାର ହଜାର ଯାତ୍ରୀ ଯାତାୟତ କରୁଛନ୍ତି । ସେହିପରି ଅନେକ ଯାତ୍ରୀବାହୀ ଟ୍ରେନ୍ ଷ୍ଟେସନରେ ଅଟକି ରହିଥିଲା । ଏଣୁ ଶୀଘ୍ର ନିଆଁକୁ ଆୟତ୍ତ ହେବା ଯୋଗୁଁ ଏକ ବଡ ଅଘଟଣ ଟଳିଯାଇଛି । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ସୁଚନା ଅନୁଯାୟୀ ସିକ ଲାଇନରେ ଏକ ଏସି କୋଚ ମରାମତି ହେଉଥିଲା । ତେବେ ହଠାତ୍ ଅଗ୍ନିକାଣ୍ଡ ଘଟିଲା ।

କେଉଁ କାରଣରୁ ଅଗ୍ନିକାଣ୍ଡ ହେଲା ତାହା ସ୍ପଷ୍ଟ ହୋଇନାହିଁ । ହୁଏତ ସର୍ଟସର୍କିଟ ଯୋଗୁଁ ଏହା ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ପୁରୀ ଅଗ୍ନିଶମ ଅଧିକାରୀ ପ୍ରସନ ବେହେରା କହିଛନ୍ତି ଯେ ସେମାନେ ଖବର ପାଇ ସଙ୍ଗେସଙ୍ଗେ ଦମକଳ ଗାଡି ନେଇ ଷ୍ଟେସନରେ ପହଞ୍ଚିଥିଲେ । ମାତ୍ର 5 ମିନିଟରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଅଗ୍ନିକାଣ୍ଡ ହୋଇଥିବା ଏସି କୋଚରୁ ନିଆଁ ଲିଭିଥିଲେ ମଧ୍ୟ ଧୂଆଁ ବାହାରୁଛି । ଅଘଟଣରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ ।

ଅତୀତରେ ଘଟିଥିବା ଅଗ୍ନିକାଣ୍ଡ:- ପୁରୀ ରେଳଷ୍ଟେସନରେ ଇତି ମଧ୍ୟରେ ଅନେକ ଥର ଅଗ୍ନିକାଣ୍ଡ ଘଟଣା ଘଟି ସାରିଲାଣି । ଗତ କିଛି ମାସ ତଳେ ରେଳ ଷ୍ଟେସନର ୧ ନଂ ପ୍ଲାଟଫର୍ମର ଅଳିଆଗଦାରେ ନିଆଁ ଲାଗିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲା ସେଠାରେ ଥିବା ଟ୍ରେନ୍ । ସେହିପରି ଗତ ୨୦୧୯ ହୋଲି ଦିନ ପୁରୀ ଷ୍ଟେସନରେ ଅଟକିଥିବା ଏକ ଟ୍ରେନରେ ନିଆଁ ଲାଗିଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେବେ ଆଜି ସିକ୍ ଲାଇନରେ ଘଟିଥିବା ଅଗ୍ନିକାଣ୍ଡ ରେଳ ଯାତ୍ରୀ ଓ କର୍ମଚାରୀଙ୍କୁ ଭୟଭୀତ କରି ଦେଇଛି । ପୁରୀ ରେଳ ଷ୍ଟେସନରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବା ବେଳେ ଏହାକୁ ରୋକିବା ପାଇଁ ରେଳ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହୋଇଛି ।

ସେପଟେ ରେଳ କର୍ତ୍ତୃପକ୍ଷ କହିଛନ୍ତି ସିକ୍ ଲାଇନରେ ମରାମତି ପାଇଁ ଆସିଥିବା ଏସି କୋଚରେ କାହିଁକି ନିଆଁ ଲାଗିଲା ତାହାର ତଦନ୍ତ ହେବ । ଅଗ୍ନିକାଣ୍ଡର ପଛରେ ଥିବା କାରଣ ଚିହ୍ନଟ କରାଯାଇ ଆଗାମୀ ଦିନରେ ଯେଭଳି ଏଭଳି ଘଟଣା ନଘଟେ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରେଳ ବିଭାଗ । ପୁରୀ ରେଳ ଷ୍ଟେସନରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣା ଏବେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ପୁରୀ ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ଥିବା ରେଲୱେ ଷ୍ଟେସନରେ ଅତ୍ୟାଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ର ମହଜୁଦ ରଖିବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Nov 14, 2023, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.