ETV Bharat / bharat

ମୁମ୍ବାଇ-ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ

author img

By

Published : Aug 19, 2023, 10:47 AM IST

Updated : Aug 19, 2023, 2:16 PM IST

ମୁମ୍ବାଇ-ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ । ଟ୍ରେନର ଦୁଇଟି କୋଚ୍ ଜଳି ଯାଇଥିବା ସୂଚନା । ଅଧିକ ପଢନ୍ତୁ

ମୁମ୍ବାଇ-ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ଲାଗିଲା ନିଆଁ

ବେଙ୍ଗାଲୁରୁ: ପୁଣି ଟ୍ରେନରେ ଲାଗିଲା ନିଆଁ । ମୁମ୍ବାଇରୁ ବେଙ୍ଗାଲୁରୁ ଯାଉଥିବା ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିବାର ଖବର ଆସିଛି । ଆଜି ସକାଳେ ଏହି ଏକ୍ସପ୍ରେସ ଟ୍ରେନ ବେଙ୍ଗାଲୁରୁ ସହରର କ୍ରାନ୍ତିବୀରା ସଙ୍ଗୋଲ୍ଲି ରୟାନ୍ନା ଷ୍ଟେସନରେ ପହଞ୍ଚିବା ପରେ ହଠାତ୍ ଏଥିରେ ନିଆଁ ଲାଗିଯାଇଛି । ଟ୍ରେନର ଦୁଇଟି କୋଚରେ ନିଆଁ ଲାଗିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ପୁରା ଷ୍ଟେସନ ଧୂଆଁମୟ ହୋଇଯାଇଛି । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି ।

ଯାହା ସୂଚନା ମିଳିଛି, ଆଜି ସକାଳ ୬ଟାରେ ଉଦ୍ୟାନ ଏକ୍ସପ୍ରେସ ମୁମ୍ବାଇରୁ ସଙ୍ଗୋଲ୍ଲି ରୟାନ୍ନା ଷ୍ଟେସନରେ ପହଞ୍ଚିଥିଲା । ଏହା ପ୍ଲାଟଫର୍ମ ୩ରେ ଛିଡା ହୋଇଥିଲା । ସମୟ ପ୍ରାୟ ୭ଟା ୧୦ ମିନିଟ୍ ବେଳେ ଟ୍ରେନର B1 ଓ B2 ସହିତ ଇଞ୍ଜିନରେ ନିଆଁ ଲାଗିଥିବାର ନଜରକୁ ଆସିଥିଲା । ଫଳରେ ପୁରା ଷ୍ଟେସନ ଧୂଆଁମୟ ହୋଇଯାଇଥିଲା । ଏହାଦେଖି ଯାତ୍ରୀମାନେ ଖୁବ୍ ଭୟଭୀତ ହୋଇପଡିଥିଲେ । ଅଗ୍ନିଶମ ବାହିନୀ ଓ ଦମକଳ ଟିମ୍ ସଙ୍ଗେ ସଙ୍ଗେ ଷ୍ଟେସନରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି । ତେବେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: ଟ୍ରେନରେ ନିଆଁ ଲାଗିଥିବା ଗୁଜବ, ନଦୀକୁ ଡେଇଁଲେ ଯାତ୍ରୀ !

ରେଲୱେ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ତେବେ କେମିତି ଟ୍ରେନରେ ନିଆଁ ଲାଗିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ଜଣେ ରେଲୱେ ଅଧିକାରୀ କହିଛନ୍ତି, ''ଟ୍ରେନ ଷ୍ଟେସନରେ ପହଞ୍ଚିବାର ଦୁଇ ଘଣ୍ଟା ପରେ ଏଥିରେ ନିଆଁ ଲାଗିଥିଲା । ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡିଥିବାରୁ କୌଣସି ବଡ ଅଘଟଣ ଘଟିନାହିଁ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।''

ରାଜ୍ୟର ରେଲୱେ ଏସପି ଡ. ସୌମ୍ୟଲତା କହିଛନ୍ତି ଯେ, ଟ୍ରେନ ପ୍ଲାଟଫର୍ମରେ ସକାଳ ୬ଟାରେ ଲାଗିଥିଲା । ସମୟ ପାଖାପାଖି ୭ଟାରେ ଏଥିରେ ଅଗ୍ନିକାଣ୍ଡ ଘଟିଥିଲା । ସମସ୍ତ ଟ୍ରେନ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡିନି । ଘଟଣାର ଯାଞ୍ଚ କରାଯାଉଛି । ସର୍ଟ ସର୍କିଟରୁ ନିଆଁ ଲାଗି ଥାଇପାରେ ବୋଲି ସନ୍ଦେହ କରୁଛୁ । ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏବେ ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ କୌଣସି ତ୍ରୁଟି ନାହିଁ । ନିଆଁରେ ପ୍ରଭାବିତ ହୋଇଥିବା ଟ୍ରେନର ଦୁଇଟି କୋଚକୁ ବଦଳା ଯାଇଛି ।

Last Updated : Aug 19, 2023, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.