ପୁଣି ଅଘଟଣ, କୋଇଲା ବୋଝେଇ ଟ୍ରେନରେ ନିଆଁ

By

Published : Jun 11, 2023, 10:25 AM IST

thumbnail

କଟକ: ଭୟଙ୍କର ବାହାନଗା ବେଦନାକୁ ଭୁଲି ନାହାନ୍ତି ଲୋକ । ବାଲେଶ୍ବର ଟ୍ରେନ ଦୁର୍ଘଟଣା ଘା ଏବେ ବି ତାଜା । ଏହାରି ଭିତରେ ପୁଣି ଏକ ଅଘଟଣ ଘଟିଛି । ଆଜି ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଛି । ଆଠଗଡ ରାଧାକିଶୋରପୁର ଷ୍ଟେସନରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଛି । କୋଇଲା ଭର୍ତ୍ତି ଟ୍ରେନର ଏକ ବଗିରେ ନିଆଁ ଲାଗିଛି । ଅଟକି ରହିଥିଲା ଟ୍ରେନରେ ଅଚନାକ ନିଆଁ ଲାଗିଥିଲା । ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ରହିଛି । । ଅଗ୍ନିଶମବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି । ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ଗତ ଜୁନ 6 ତାରିଖରେ ବ୍ରହ୍ମପୁର ଷ୍ଟେସନରେ ସିକନ୍ଦରାବାଦ ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଥିଲା । ଗତକାଲି (ଶନିବାର) ବାଲେଶ୍ବର ରୁପସ ଷ୍ଟେସନରେ ଛିଡା ହୋଇଥିବା ଏକ କୋଇଲା ଟ୍ରେନରେ ଅଗ୍ନିକାଣ୍ଡ ହୋଇଥିଲା । ବାରମ୍ବାର ଟ୍ରେନ ଅଘଟଣ ଏବେ ରେଳ ବିଭାଗକୁ ଚିନ୍ତାରେ ପକାଇଛି । 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.