ETV Bharat / state

ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ, ଓହ୍ଲାଇଗଲେ ଯାତ୍ରୀ

author img

By

Published : Jun 6, 2023, 1:34 PM IST

Updated : Jun 6, 2023, 3:49 PM IST

ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ସଟ୍‌ସର୍କିଟ ଯୋଗୁଁ ଟ୍ରେନର ବଗିରେ ନିଆଁ ଲାଗିଥିବା ସୂଚନା । ପ୍ରବଳ ଧୂଆଁ ଦେଖିବା ପରେ ଓହ୍ଲାଇଗଲେ ଯାତ୍ରୀ । ଅଧିକ ପଢନ୍ତୁ

ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ
ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ

ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ

ବ୍ରହ୍ମପୁର: ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଟ୍ରେନର B5 ବଗିରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ସଟ୍‌ସର୍କିଟ ଯୋଗୁଁ ଟ୍ରେନର ବଗିରେ ନିଆଁ ଲାଗିଥିବା ସୂଚନା । ବ୍ରହ୍ମପୁର ଷ୍ଟେସନରେ ଛିଡା ହୋଇଥିବା ବେଳେ ବଗିରୁ ଧୂଆଁ ବାହାରିଥିଲା । ଫଳରେ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ସିକନ୍ଦରାବାଦଠାରୁ ଅଗରତାଲା ଯାଉଥିଲା ସ୍ବତନ୍ତ୍ର ଏକ୍ସପ୍ରେସ ଟ୍ରେନ । ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ଷ୍ଟେସନ୍‌ରେ ଟ୍ରେନ୍‌ଟି ପଞ୍ଚିବା ପରେ ଅଗ୍ନିକାଣ୍ଡ ଘଟିଥିଲା। ଟ୍ରେନ୍‌ର ବି-5 କୋଚରୁ ଧୂଆଁ ବାହାରିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଖୁବ୍ ଜୋରରେ ଧୂଆଁ ବାହାରୁଥିବା କେତେକ ଯାତ୍ରୀ ଦେଖିବା ପରେ ଏନେଇ ଟ୍ରେନରେ ରହିଥିବା ଟିଟିଇଙ୍କୁ କହିଥିଲେ । ଏହି ଟ୍ରେନ୍‌କୁ ବ୍ରହ୍ମପୁର ରେଳଷ୍ଟେସନରେ ୧୫ରୁ ୨୦ ମିନିଟ୍ ରଖାଯାଇ କୋଚ୍ ବି୫ରେ ରହିଥିବା ବିଦ୍ୟୁତ୍ କଣ୍ଟ୍ରୋଲ ୟୁନିଟ୍ ନିକଟରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା । ପରେ ସର୍ଟସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ତେବେ କ୍ରମାଗତ ଭାବେ ରାଜ୍ୟରେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ପଟେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ବାରମ୍ବାର ଟ୍ରେନ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଗତକାଲି ବରଗଡରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଭଟଲୀ ସମ୍ବରଧରା ପାଖରେ ଟ୍ରେନ୍‌ର 4ଟି ବଗି ଲାଇନଚ୍ୟୁତ ହୋଇଥିଲା । ଟ୍ରେନ୍‌ରେ ଚୂନପଥର ବୋଝେଇ ହୋଇଥିବା ବେଳେ ଡୁଙ୍ଗୁରୀ ମାଇନସରୁ ବରଗଡ଼ ଆସୁଥିଲା । ଏହି ଘଟଣାରେ କେହି ଆହତ ହୋଇନଥିଲେ।

ଏହା ମଧ୍ୟ ପଢନ୍ତୁ-ବରଗଡ଼ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣାର ତିନି ଦିନ ପରେ ବରଗଡରେ ଲାଇନଚ୍ୟୁତ ହୋଇଥିଲା ମାଲବାହୀ ଟ୍ରେନ୍‌ । ଆଉ ଏହି ଘଟଣାର ଦିନକ ପରେ ଆଜି ବ୍ରହ୍ମପୁରରେ ସିକନ୍ଦରାବାଦ ଅଗରତାଲା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ବର୍ତ୍ତମାନ ଟ୍ରେନ୍‌ରେ ପୁନଃ ଚଢ଼ିବାକୁ ଯାତ୍ରୀ ଅମଙ୍ଗ ହେଉଛନ୍ତି । ସିକନ୍ଦରାବାଦ ଅଗରତାଲା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ପରେ ଅନେକ ଯାତ୍ରୀ ଟ୍ରେନ୍‌ରେ ଚଢିବାକୁ ମନା କରି ଦେଇଥିଲେ । ଚଳିତ ମାସରେ ତୃତୀୟ ଥର ପାଇଁ ରାଜ୍ୟରେ ଟ୍ରେନ୍‌ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି ।

ସେପଟେ ଯାତ୍ରୀଙ୍କ କହିବା କଥା ଷ୍ଟେସନ ପରିସରରେ ଏପରି ଘଟଣା ଘଟିଥିବାରୁ ଏହା ଆୟତ୍ତ ହୋଇଥିଲା । ଯଦି ଚଳନ୍ତା ଟ୍ରେନ ହୋଇଥାନ୍ତେ ତାହା ହେଲେ କଣ ହୋଇଥାନ୍ତା ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି । ଏହି ଘଟଣା ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ରେଳ ଷ୍ଟେସନ ପରିସରରୁ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Jun 6, 2023, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.