ETV Bharat / bharat

ଷ୍ଟେସନ ନିକଟରେ ଜଳିଗଲା ସାହାରନପୁର-ଦିଲ୍ଲୀ ପାସେଞ୍ଜର ଟ୍ରେନ

author img

By

Published : Mar 5, 2022, 11:45 AM IST

ଷ୍ଟେସନ ନିକଟରେ ହୁ ହୁ ହୋଇ ଜଳିଲା ଟ୍ରେନ । ସାହାରନପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ପାସେଞ୍ଜର ଟ୍ରେନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଧିକ ପଢନ୍ତୁ

ଷ୍ଟେସନ ନିକଟରେ ହୁ ହୁ ହୋଇ ଜଳିଲା ଟ୍ରେନ
ଷ୍ଟେସନ ନିକଟରେ ହୁ ହୁ ହୋଇ ଜଳିଲା ଟ୍ରେନ

ଲକ୍ଷ୍ନୌ: ଚଳନ୍ତା ଟ୍ରେନରେ ଲାଗିଲା ନିଆଁ । ସାହାରନପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଛି । ଆଜି(ଶନିବାର) ସକାଳେ ଉତ୍ତରପ୍ରଦେଶର ମିରଟ ଅନ୍ତର୍ଗତ ଦୌରଲା ରେଳ ଷ୍ଟେସନ(Daurala railway station) ନିକଟରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ କେହି ମୃତାହତ ହୋଇନଥିବା ବେଳେ ଟ୍ରେନର ଇଞ୍ଜିନ ଓ ଦୁଇଟି ବଗି ସମ୍ପୂର୍ଣ୍ଣ ପୋଡିଜଳି ନଷ୍ଟ ହୋଇଯାଇଛି । ତେବେ କିପରି ଏବଂ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

ଷ୍ଟେସନ ନିକଟରେ ହୁ ହୁ ହୋଇ ଜଳିଲା ଟ୍ରେନ
ଷ୍ଟେସନ ନିକଟରେ ହୁ ହୁ ହୋଇ ଜଳିଲା ଟ୍ରେନ

ସୂଚନା ଅନୁଯାୟୀ, ଟ୍ରେନଟି ସାହାରନପୁରରୁ ଦିଲ୍ଲୀ ଯାଉଥିବେଳେ ଦୌରଲା ରେଳ ଷ୍ଟେସନ ନିକଟରେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା । ଇଞ୍ଜିନ ସମେତ ଦୁଇଟି ବଗି ଜଳିବା ଆରମ୍ଭ କରିଥିଲା । ଯାହାକୁ ଦେଖି ଷ୍ଟେସନରେ ଥିବା ଲୋକେ ଭୟଭୀତ ହୋଇଯାଇଥିଲେ । ଏନେଇ ସୂଚନା ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ କାବୁ କରିଛି ।

ଷ୍ଟେସନ ନିକଟରେ ହୁ ହୁ ହୋଇ ଜଳିଲା ଟ୍ରେନ
ଷ୍ଟେସନ ନିକଟରେ ହୁ ହୁ ହୋଇ ଜଳିଲା ଟ୍ରେନ

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.