ETV Bharat / state

Padmapur By-Poll: ବିଜେପି ବୋହୂ ବିଜେଡି ପ୍ରାର୍ଥୀନି, ବିଜେପିର ରିଟର୍ଣ୍ଣ ନୀତିକୁ ନେଇ ଚର୍ଚ୍ଚା

author img

By

Published : Nov 14, 2022, 9:55 PM IST

Etv Bharat
Etv Bharat

ଉପନିର୍ବାଚନ ପାଇଁ ବିଜେପିରୁ ପ୍ରଦୀପ ପୁରୋହିତ, କଂଗ୍ରେସରୁ ସତ୍ୟଭୂଷଣ ସାହୁ, ବିଜେଡିରୁ ଦିଂବଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ବଡ ଝିଅ ବର୍ଷା ପ୍ରାର୍ଥୀ ହୋଇଛନ୍ତି । ଅନେକ ମାନସ ମନ୍ଥନ ପରେ ଆଜି ବର୍ଷାଙ୍କୁ ଟିକେଟ ଦେଇଛି ବିଜେଡି । । ଅଧିକ ପଢନ୍ତୁ

ବରଗଡ/ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ (Padmapur By Poll) ପାଇଁ ଯୋଦ୍ଧା ତୟାର । ଲଢେଇ ହେବ ଜୋରଦାର । ବଳ କଷିବେ ତିନି ଦଳର ଭେଟେରାନ ଲିଡର । ପ୍ରଚାର କରିବେ ହେଭିୱେଟ । 2024 ଫାଇନାଲ ଲଢେଇ ପୂର୍ବରୁ ପଦ୍ମପୁର ସେମିଫାଇନାଲରେ ପୁରା ଫର୍ମ ଫେରିପାଇବାକୁ 3 ଦଳ ପୁରା ଦମ ଲଗାଇ ଦେବେ । ଧାମନଗରରେ ବିଜେପି ବିଜୟ ବାନା ଉଡାଇବା ପରେ ପଦ୍ମପୁର ପାଇଁ ପୁରା ଜୋଶ୍‌ରେ ଗୈରିକ ଦଳ । କୌଣସି ମତେ ପଦ୍ମପୁର ହାତଛଡା କରିବାକୁ ଚାହୁଁନାହିଁ ଗେରୁଆ ବାହିନୀ । ଏଥିପାଇଁ ପ୍ରସ୍ତୁତ ହୋଇଛି ମେଗା ରଣନୀତି । ଧାମନଗରରେ ମାଟି କାମୁଡିବା ପରେ ବେଶ ସତର୍କତାର ସହ ଗୋଟି ଚାଳନା କରୁଛି ବିଜେଡି । ଆଜି ଦଳୀୟ ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ ଢେର ପୂର୍ବରୁ ଦଳୀୟ ନେତା, ବିଧାୟକ, ମନ୍ତ୍ରୀ ମାନେ ଡେରା ପକାଇଛନ୍ତି ପଦ୍ମପୁରରେ । କଂଗ୍ରେସ ମଧ୍ୟ ନିଜର ପୂର୍ବ ଗୌରବକୁ ପାଥେୟ କରି ଲଢିବାକୁ ମାନସିକ ସ୍ତରରେ ପ୍ରସ୍ତୁତି ଚଳାଇଛି ।

Padmapur By Poll: ବିଜେପି ବୋହୂ ବିଜେଡି ପ୍ରାର୍ଥୀନି, ବିଜେପିର ରିଟର୍ଣ୍ଣ ନୀତିକୁ ନେଇ ଚର୍ଚ୍ଚା

ଉପନିର୍ବାଚନ ପାଇଁ ବିଜେପିରୁ ପ୍ରଦୀପ ପୁରୋହିତ, କଂଗ୍ରେସରୁ ସତ୍ୟଭୂଷଣ ସାହୁ, ବିଜେଡିରୁ ଦିଂବଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ବଡ ଝିଅ ବର୍ଷା ସିଂହ ବରିହା ପ୍ରାର୍ଥୀ ହୋଇଛନ୍ତି । ଅନେକ ମାନସ ମନ୍ଥନ ପରେ ଆଜି ବର୍ଷାଙ୍କୁ ଟିକେଟ ଦେଇଛି ବିଜେଡି । ଏହି ରଣନୀତି ଦ୍ବାରା ଦଳୀୟ ଭୋଟ ବ୍ୟାଙ୍କ, ମହିଳା ପ୍ରାର୍ଥୀ, ଉଚ୍ଚ ଶିକ୍ଷିତା, ସିମ୍ପାଥି ଭୋଟ ସବୁ ହାତେଇ ହେବ ବୋଲି ରଣନୀତି କରିଛି ବିଜେଡି । ଖାଲି ଏତିକି ନୁହେଁ ବିଜେପି ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂଙ୍କ ବୋହୂ ବର୍ଷା ହୋଇଥିବାରୁ ବିଜେପି ଭୋଟ ବିଭାଜନ ବି ହୋଇପାରେ ବୋଲି ବିଜେଡି ଆଶା ରଖିଛି । ଟିକେଟ ପାଇବା ପରେ ବର୍ଷା କହିଛନ୍ତି ବାପାଙ୍କ ବିକାଶକୁ ନେଇ ଲୋକଙ୍କ ପାଖକୁ ଯିବି । ଆସ୍ଥା ବିଶ୍ବାସ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ବର୍ଷା ସିଂ ବରିହାଙ୍କ ଶ୍ୱଶୁର ତଥା ବିଜେପି ମୁଖପାତ୍ର ରମା ରଞ୍ଜନ ବଳିୟାର ସିଂ କହିଛନ୍ତି, ବୋହୂ ପ୍ରତି ଶୁଭେଚ୍ଛା, ଶୁଭକାମନା ରହିଛି । ସେ ତାର ଧର୍ମ ପାଳନ କରିବ । ମୁଁ ମୋ ଧର୍ମ ପାଳନ କରିବି ।

ଏହାବି ପଢନ୍ତୁ- Padmapur ByPoll: ବିଜେଡି ପ୍ରାର୍ଥୀ ହେଲେ ବର୍ଷା ସିଂହ ବରିହା

ସେପଟେ ଆଜି ନାମାଙ୍କାନ ଦାଖଲ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପୁରା ପାଟ ପଟ୍ଟୁଆର ସହ ପହଞ୍ଚିଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ବାତିଲ ହୋଇଛି । ଫସଲ ବୀମା ଅର୍ଥ ପ୍ରଦାନ ସହ ଅନ୍ୟାନ୍ୟ ଦାବି ନେଇ ଚାଷୀ ଆନ୍ଦୋଳନରେ ବସିଛନ୍ତି । ଏହାସହ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଓକିଲ ସଂଘ ସହ ସାମାଜିକ ସଂଗଠନ ପଦ୍ମପୁରବାସୀ ଆନ୍ଦୋଳନ କରୁଛନ୍ତି ଉଭୟ ଆନ୍ଦୋଳନକୁ ସମ୍ମାନ ଜଣାଇ ଆଜି ପ୍ରଦୀପ ନାମାଙ୍କନ ଦାଖଲକୁ ବାତିଲ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) କହିଛନ୍ତି ପ୍ରଦୀପ ହେଛନ୍ତି ପଦ୍ମପୁର ପାଇଁ ଯୋଗ୍ୟ ପ୍ରାର୍ଥୀ । ଚାଷୀ ଆନ୍ଦୋଳନରୁ ଆସିଥିବା ପ୍ରଦୀପ, ପଦ୍ମପୁରବାସୀଙ୍କ ଆଶିର୍ବାଦରେ ବିଧାୟକ ହୋଇଥିଲେ । ଏବେ ସେହି ଚାଷୀ ଆନ୍ଦୋଳନରେ ବସିଥିବାରୁ ତାଙ୍କୁ ସମ୍ମାନ ସମର୍ଥନ ଜଣାଇ ଆଜି ନାମାଙ୍କନ ଦାଖଲ କରିନାହାଁନ୍ତି । ପରବର୍ତ୍ତୀ ସମୟରେ ପ୍ରଦୀପ ନାମାଙ୍କନ ଦାଖଲ କରିବେ ।

ଏହାବି ପଢନ୍ତୁ- Padmapur Bypoll: ବିଜେଡି ପ୍ରାର୍ଥୀ ହେବା ପରେ ପ୍ରତିକ୍ରିୟା ରଖିଲେ ବର୍ଷା, କହିଲେ ବାପାଙ୍କ ଅଧୁରା କାମ ପୂରଣ କରିବି

ପଦ୍ମପୁର ଲଢେଇକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କଂଗ୍ରେସର ଦୁର୍ଦ୍ଦିନ ସମୟରେ ଦଳୀୟ ପ୍ରାର୍ଥୀ ସେଠି ଭଲ ଭୋଟ ପାଇ ହାରିଛନ୍ତି । ଗତ ନିର୍ବାଚନରେ ସତ୍ୟଭୂଷଣ ସାହୁ 34 ରୁ 35 ହଜାର ଭୋଟ ପାଇଥିଲେ । ତେଣୁ ପଦ୍ମପୁରରେ ଲଢେଇ ଜୋରଦାର ହେବ ବୋଲି ନରସିଂହ କହିଛନ୍ତି । ଦଳ ଏକତ୍ରିତ ହୋଇ ନିର୍ବାଚନ ଲଢିବ ।

ଏହାବି ପଢନ୍ତୁ- Padmapur Battle: ବିଜେପି କଂଗ୍ରେସ ଯୋଦ୍ଧା ତେୟାର, ବିଜେଡି କହିଲା ମୁଖ୍ୟମନ୍ତ୍ରୀ ନେବେ ନିଷ୍ପତି

ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନାମାଙ୍କନ ଦାଖଲରେ ସାମିଲ ହେବା ପାଇଁ ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ବର ଟୁଡୁ, ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର, ବରଗଡ, କଳାହାଣ୍ଡି, ବଲାଙ୍ଗୀର ସାଂସଦ, ସମସ୍ତ ବିଜେପି ବିଧାୟକ, ରାଜ୍ୟ ସଭାପତି, ସମସ୍ତ ରାଜ୍ୟସ୍ତରୀୟ ନେତା ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିଥିଲେ ।

ଉପନିର୍ବାଚନ ଭିତରେ ଏବେ, ପଦ୍ମପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା, ଚାଷୀଙ୍କର ଫସଲ ବୀମା ଅର୍ଥ ପ୍ରଦାନ ଦାବି ନେଇ ଏବେ ଦୁଇ ଦୁଇଟି ବଡ ଆନ୍ଦୋଳନ ଚାଲିଛି । ଯାହା ସବୁ ଦଳ ପାଇଁ ବଡ ଆହ୍ବାନ ପାଲଟିଛି । ପଦ୍ମପୁର ଉପଖଣ୍ଡ ଚାଷୀ ବହୁଳ ହୋଇଥିବାରୁ ଏଠି ଚାଷୀଙ୍କ ଭୋଟ ବ୍ୟାଙ୍କ ଉପରେ ସବୁ ଦଳର ନଜର । ଏପରି ସ୍ଥିତିରେ ଉପନିର୍ବାଚନରେ କେଉଁ ଦଳ କେତେ ପ୍ରଭାବଶାଳୀ ହେଉଛି ତାକୁ ଅପେକ୍ଷା ।

ଏହାବି ପଢନ୍ତୁ- Padmapur By Poll: ବିଜେପିକୁ ପାର କରାଇବେ ପଶ୍ଚିମାଞ୍ଚଳ ନେତା !

ସୂଚନାଯୋଗ୍ୟଯେ ପଦ୍ମପୁର ବିଧାୟକ ଥିବା ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ, ଏବେ ଆସନଟି ଖାଲି ପଡିଛି । ଏଥିପାଇଁ ଆସନ୍ତା ଡିସେମ୍ବର 5 ତାରିଖରେ ମତଦାନ ହେବ । ଡିସେମ୍ବର 8ରେ ଫଳାଫଳ ପ୍ରକାଶ ପାଇବ । ଗତ 10 ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏବେ 17 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.