ETV Bharat / state

କଟକ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଚୂଡାନ୍ତ ପର୍ଯ୍ୟାୟରେ ସ୍ବାଗତ ପ୍ରସ୍ତୁତି - PM Modi To Visit Cuttack

author img

By ETV Bharat Odisha Team

Published : May 18, 2024, 4:44 PM IST

PM Modi To Visit Cuttack: ଆସନ୍ତା 20 ତାରିଖରେ କଟକ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଭଳି ରହିଛି ପ୍ରସ୍ତୁତି, ଜାଣନ୍ତୁ ।

Modi To Visit Cuttack
Modi To Visit Cuttack (ETV Bharat Odisha)

Modi To Visit Cuttack (ETV Bharat Odisha)

କଟକ: ଆସନ୍ତା 20 ତାରିଖରେ କଟକ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ରୋଡ୍ ସୋ' ସାରି ସ୍ୱତନ୍ତ୍ର ବିମାନରେ କଟକ ଉପର ବାଲିଯାତ୍ରା ପଡି଼ଆରେ 11ଟା 30ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ବିଶାଳ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ସମାବେଶରେ କଟକ ଜିଲ୍ଲା ସମେତ ଅନେକ ନିକଟସ୍ଥ ଜିଲ୍ଲାମାନଙ୍କରୁ ଲକ୍ଷାଧିକ କର୍ମୀମାନଙ୍କର ସମାଗମ ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କ ସମେତ କଟକର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ଯୋଗଦେବେ । ଏନେଇ ବିଜେପି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ।

ରାଜ୍ୟ ବିଜେପି ମୁଖପାତ୍ର କହିଛନ୍ତି, "ମୋଦିଙ୍କ ଏହି ଗସ୍ତ କଟକରେ ବିଜେପିକୁ ଆହୁରି ବଳ ଯୋଗାଇବ । କାହିଁକି ନା ରାଜ୍ୟରେ ଚାଲିଥିବା ବିଜେଡି ଶାସନ ଲୋକମାନଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ଯଦି କଟକ ଜିଲ୍ଲାର ବିକାଶ କଥା ଦେଖିବା ତେବେ ଚୌଦ୍ଵାର ଓଟିଏମ ବନ୍ଦ, ବଡ଼ମ୍ବା ଚିନି କଳ ବନ୍ଦ ରହିବା, ଜଗତପୁର ଶିଳ୍ପାଞ୍ଚଳକୁ ଅଣଦେଖା କରି ଏହାର ବିକାଶର ଧାରାକୁ ଅଟକାଇବା ଭଳି କାର୍ଯ୍ୟ କରିଛନ୍ତି ସରକାର । ତେଣୁ କଟକ ସମାବେଶରେ ବିକାଶର ପ୍ରକୃତ ଅର୍ଥ ବୁଝାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।" କିଛି ଦିନ ପୂର୍ବରୁ କଟକ ଗସ୍ତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବାଲିଯାତ୍ରା ଉପର ପଡି଼ଆରେ ସ୍ୱତନ୍ତ୍ର ବିମାନ ଯୋଗେ ଓହ୍ଲାଇବା ପରେ ସମାଜ ଅଫିସ ପାଖ ଗୋପବନ୍ଧୁ ପାର୍କ ନିକଟରୁ ଆରମ୍ଭ କରିଥିଲେ ରୋଡ଼ ସୋ' ।

ଏହା ବି ପଢନ୍ତୁ...ମେ’ 19ରେ ମୋଦିଙ୍କ 2 ଦିନିଆ ଓଡିଶା ଗସ୍ତ: ଶ୍ରୀକ୍ଷେତ୍ରରେ କରିବେ ରୋଡ ସୋ’ - PM Modi To Visit Odisha

ପ୍ରତ୍ୟେକ ବଡ଼ବଡ଼ ଛକ ଯେପରିକି ବକ୍ସି ବଜାର, ଦରଘା ବଜାର, ତିନି କୋଣିଆ ବଗିଚା, ଚୌଧୁରୀ ବଜାର ଆଦି ଅଞ୍ଚଳରେ ରୋଡ଼ ସୋ' କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ଆସନ୍ତା 25 ତାରିଖରେ କଟକରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାପୂର୍ବରୁ କେନ୍ଦ୍ର ହେଭିୱେଟମାନେ କଟକ ମୁହାଁ ହୋଇଛନ୍ତି । ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପିକୁ ଆହୁରି ମଜବୁତ କରିବା ପାଇଁ ପୂର୍ବରୁ ଅମିତ ଶାହ କଟକବାସୀଙ୍କୁ କରିବେ ଆହ୍ୱାନ କରିଥିଲେ ଆଉ ଆସନ୍ତା 20 ତାରିଖରେ ମୋଦି କରିବେ ଉଦବୋଧନ । ଏଥିପାଇଁ ରାଜ୍ୟ ବିଜେପି ଶିବିର ଚଳଚଞ୍ଚଳ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.