ETV Bharat / state

ମେ’ 19ରେ ମୋଦିଙ୍କ 2 ଦିନିଆ ଓଡିଶା ଗସ୍ତ: ଶ୍ରୀକ୍ଷେତ୍ରରେ କରିବେ ରୋଡ ସୋ’ - PM Modi To Visit Odisha

author img

By ETV Bharat Odisha Team

Published : May 17, 2024, 3:01 PM IST

Updated : May 17, 2024, 4:00 PM IST

PM Modi To Visit Odisha: ଆସନ୍ତା 19 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଜାଣନ୍ତୁ କେଉଁଠି ରହିଛି କାର୍ଯ୍ୟକ୍ରମ ।

PM Modi To Visit Odisha
PM Modi To Visit Odisha (ETV Bharat Odisha)

PM Modi To Visit Odisha (ETV Bharat Odisha)

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 19 ତାରିଖ ଦିନ ମୋଦି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । 19 ତାରିଖ ସନ୍ଧ୍ୟା 7ଟାରେ ଭୁବନେଶ୍ଵରରେ ପହଞ୍ଚିବେ ମୋଦି । ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ପାଖାପାଖି 1 ଘଣ୍ଟା ଯାଏଁ ନିର୍ବାଚନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ ମୋଦି । 20 ତାରିଖ ସକାଳେ ପୁରୀ ଯାଇ ଜଗନ୍ନାଥ ମନ୍ଦିର ଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ପୁରୀ ବଡ଼ଦାଣ୍ଡରେ ରୋଡ ସୋ' କରିବେ ମୋଦି । ଏହାପରେ ଅନୁଗୋଳ ଯାଇ ସେଠାରେ ବିଶାଳ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ କଟକ ଆସି ଜନ ସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

PM Modi To Visit Odisha
PM Modi To Visit Odisha (ETV Bharat Odisha)

ଏହାପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ରୋଡ୍ ସୋ' କରିଥିଲେ । ବଲାଙ୍ଗୀରରେ ମଧ୍ୟ ବିଶାଳ ଜନସଭାରେ ଉଦବୋଧନ ଦେଇଥିଲେ । ସେହିପରି ଗତକାଲି (ଗୁରୁବାର) ମାଉସୀ ମା' ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ ସୋ' କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତେବେ ନଡ୍ଡାଙ୍କ ସହ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ଏବଂ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଏହି ରୋଡ ସୋ'ରେ ବିଜେପିର ହଜାର ହଜାର କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ । ରାଜଧାନୀରେ ମେଗା ରୋଡ ସୋ' କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜେପି ମୁଖ୍ୟ ।

ଏହା ବି ପଢନ୍ତୁ...ବିଜେପି ଫୋକସରେ ଓଡ଼ିଶା; ଭୁବନେଶ୍ବରରେ ବିଶାଳ ରୋଡ ସୋ' କଲେ ଜେପି ନଡ୍ଡା - JP Nadda Roadshow

ଏହା ବି ପଢନ୍ତୁ...ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଅନୁଗୋଳରେ ସାଧାରଣ ସଭାରେ ଦେବେ ଯୋଗ - Prime Minister Modi Odisha Visit

ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତା ଘନ ଘନ ଗସ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି । ବିଜେଡି ସରକାରକୁ ସିଧା ଟାର୍ଗେଟ ସହ ମାରାଥନ ପ୍ରଚାର କରୁଛନ୍ତି କେନ୍ଦ୍ରୀୟ ବିଜେପି ନେତା । ଗତ ବୁଧବାର ବିଜେପିର ଚାଣକ୍ୟ ଅମିତ ଶାହ କଟକଠାରେ ବଡ଼ ଶୋଭାଯାତ୍ରା କରିଥିବାବେଳେ ଗତ ଗୁରୁବାର ଜେପି ନଡ୍ଡା ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ପୁଣି ଥରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 17, 2024, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.