Padmapur Bypoll: ବିଜେଡି ପ୍ରାର୍ଥୀ ହେବା ପରେ ପ୍ରତିକ୍ରିୟା ରଖିଲେ ବର୍ଷା, କହିଲେ ବାପାଙ୍କ ଅଧୁରା କାମ ପୂରଣ କରିବି

By

Published : Nov 14, 2022, 4:50 PM IST

Updated : Feb 3, 2023, 8:32 PM IST

thumbnail

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ (Padmapur Bypoll) ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷା ସିଂହ ବରିହା (Barsha Singh Bariha declared as BJD Candidate) । ଶାସକ ଦଳରୁ ଟିକେଟ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା । ଦଳ ତାଙ୍କ ଉପରେ ଭରସା କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ସରକାରଙ୍କ ସମସ୍ତ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ସେ କହିଛନ୍ତି । "ବାପାଙ୍କୁ ଦେଖି ମୁଁ ଶିଖିଛି । ତାଙ୍କ ଅଧୁରା କାମକୁ ପୂରଣ କରିବି । ଏଠାରେ ଥିବା ଲୋକଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ଓ ଏହାର ସମାଧାନ କରିବି ।" ବିଜେଡି ପ୍ରାର୍ଥୀ ବର୍ଷା ଜଣେ ଉଚ୍ଚ ଶିକ୍ଷିତା । ସେ ଭୁବନେଶ୍ବର ବିଜେବି କଲେଜରେ ଗ୍ରାଜୁଏସନ କରିଥିବା ବେଳେ ଇତିହାସର ସ୍ନାତକତ୍ତୋର ହାସଲ କରିଛନ୍ତି । ଏହାସହିତ ଆଇନ ପାଠ ପଢିଛନ୍ତି । ବର୍ଷା ବିଜେପିର ମୁଖପାତ୍ର ରମାରଞ୍ଜନ ବଳିୟାର ସିଂ ପୁଅଙ୍କୁ ବିବାହ କରିଥିବା ବେଳେ ବିଜେଡି ତାଙ୍କ ଉପରେ ଭରସା କରି ଟିକେଟ ଦେଇଛି । ଉଭୟ ପରିବାରରୁ ତାଙ୍କୁ ଆଶୀର୍ବାଦ ରହିଛି ବୋଲି ସେ କହିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.