ETV Bharat / state

Padmapur ByPoll: ବିଜେଡି ପ୍ରାର୍ଥୀ ହେଲେ ବର୍ଷା ସିଂହ ବରିହା

author img

By

Published : Nov 14, 2022, 2:38 PM IST

Updated : Nov 14, 2022, 3:17 PM IST

ପଦ୍ମପୁର ଉପନିର୍ବାନ ପାଇଁ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ସିଂହ ବରିହା । ଦିବଙ୍ଗତ ବିଧାୟକ ବିଜୟ ସିଂହ ବରିହାଙ୍କ ଝିଅ ହେଉଛନ୍ତି ବର୍ଷା । ଅଧିକ ପଢ଼ନ୍ତୁ

Padmapur By Poll: ବିଜେଡି ପ୍ରାର୍ଥୀ ହେଲେ ବର୍ଷା ସିଂହ ବରିହା
Padmapur By Poll: ବିଜେଡି ପ୍ରାର୍ଥୀ ହେଲେ ବର୍ଷା ସିଂହ ବରିହା

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ସିଂହ ବରିହା । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ହେଉଛନ୍ତି ବର୍ଷା । ଏହାପରେ ପଦ୍ମପୁର ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।

Barsha singh Bariha is BJD candidate for Padampur By poll
ପଦ୍ମପୁର ଉପନିର୍ବାଚନ

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ଏହାପରେ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଥିଲେ । ଏହାପରେ ବିଜେଡିର ପ୍ରାର୍ଥୀ କିଏ ହେବ ତାହାକୁ ନେଇ ନାନା ଆଲୋଚନା ହେଉଥିଲା । ଶେଷରେ ବର୍ଷାଙ୍କ ନାମରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ସେ ଆଇନରେ ସ୍ନାତ୍ତକ ହାସଲ କରିଥିବା ବେଳେ ଇତିହାସରେ ସ୍ନାତ୍ତକୋତ୍ତର ହାସଲ କରିଛନ୍ତି ।

ବର୍ତ୍ତମାନ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ(Padmapur bypoll) ହେବ । ଏଥିପାଇଁ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନଭେମ୍ବର ୧୭ ତାରିଖରେ ନାମାଙ୍କନ ଦାଖଲ ଶେଷ ଦିନ । ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏହାପରେ ଡିସେମ୍ବର ୫ରେ ମତଦାନ ହୋଇ ୮ ତାରିଖରେ ଭୋଟ ଗଣତି ହେବ ।

Last Updated : Nov 14, 2022, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.