IPL ବିଗ୍‌ ଫାଇଟ: ଟେନସନ୍‌ରେ ବେଙ୍ଗାଲୁରୁ, ଚେନ୍ନାଇ ପଲ୍ଲା ଭାରି - IPL 2024 RCB vs CSK

By ETV Bharat Odisha Team

Published : May 18, 2024, 5:23 PM IST

thumbnail
IPL 2024 RCB vs CSK (ETV Bharat Odisha)

IPL 2024 RCB vs CSK: କଟକ: ଆଉ କିଛି ସମୟ ପରେ ଆଇପିଏଲ୍‌ରେ ଖେଳାଯିବ ଚଳିତ ସଂସ୍କରଣର ସବୁଠାରୁ ବଡ଼ ମ୍ୟାଚ୍‌ । ମୁହାଁମୁହିଁ ହେବେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀ । କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍‌ । ହୁଏତ ଶେଷଥର ପାଇଁ ଧୋନୀ ବାନମ କୋହଲି ଲଢେଇ ଦେଖିପାରନ୍ତି ପ୍ରଶଂସକ । ଏହି ମ୍ୟାଚ୍‌ରୁ ସ୍ଥିର ହେବ କିଏ ସେହି ଚତୁର୍ଥ ଦଳ, ଯିଏ ପ୍ଲେ ଅଫ୍‌ରେ ପ୍ରବେଶ କରିବ ।

ପୂର୍ବତନ ଓଡିଶା କ୍ରିକେଟର ପ୍ରଭଞ୍ଜନ ମଲ୍ଲିକ କହିଛନ୍ତି, "ଉଭୟ ଚେନ୍ନାଇ ଓ ବେଙ୍ଗାଲୁରୁ ପାଇଁ ଏହି ମ୍ୟାଚ୍‌ରେ କର ବା ମର ପରିସ୍ଥିତି ରହିଛି । କିନ୍ତୁ ବେଙ୍ଗାଲୁରୁ ଉପରେ ଅଧିକ ଚାପ ରହିବ । କାରଣ ଭଲ ରନ୍‌ ରେଟ୍‌ରେ ଜିତିବା ପାଇଁ ଚେନ୍ନାଇକୁ ୧୮.୧ ଓଭର କିମ୍ବା ୧୮ ରନ ବ୍ୟବଧାନରେ ହରାଇବାକୁ ପଡ଼ିବ । ଅନ୍ୟପଟେ ବର୍ଷା ଚିନ୍ତା ମଧ୍ୟ RCB ଫ୍ୟାନ୍ସମାନଙ୍କୁ କିଛି ମାତ୍ରାରେ ନିରାଶ କରୁଛି । କିନ୍ତୁ ହାତରେ ଆହୁରି ସମୟ ବାକି ରହିଥିବାରୁ ଆଜିର ମ୍ୟାଚ୍‌ ନିଶ୍ଚୟ ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।" ଅନ୍ୟପଟେ ଚଳିତ ଆଇପିଏଲ୍‌ ଧୋନୀଙ୍କ ଶେଷ ଆଇପିଏଲ୍‌ ବୋଲି ଅନୁମାନ କରାଯାଉଛି । ତେଣୁ ଏହି ମ୍ୟାଚ୍‌ରେ ଚେନ୍ନାଇ ଭଲ ପ୍ରଦର୍ଶନ ନିଶ୍ଚୟ କରି ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିବ ବୋଲି ଆଶା ରଖିଛନ୍ତି ପୂର୍ବତନ ଓଡିଶା କ୍ରିକେଟର ପ୍ରଭଞ୍ଜନ ମଲ୍ଲିକ । ତେବେ ଏହି ରୋମାଞ୍ଚକର ମୁକାବିଲାରେ ନିଶ୍ଚୟ ଏକ ବଡ଼ ଲଢେଇ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.