ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା, ୪ ଗିରଫ

author img

By

Published : Jul 16, 2023, 9:59 PM IST

ବରଗଡ଼ରେ ବିଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ । ଅଧିକ ପଢ଼ନ୍ତୁ

bargarh murder case
ବରଗଡ଼ରେ ବିଭତ୍ସ ହତ୍ୟାକାଣ୍ଡ

ବରଗଡ଼ରେ ବିଭତ୍ସ ହତ୍ୟାକାଣ୍ଡ

ବରଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା । ଯୁବକଙ୍କୁ ହତ୍ୟା କରି ବରଗଡ଼ ସହର ଗାନ୍ଧିଛକ ନିକଟସ୍ଥ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ମୃତକ ଜଣକ ହେଉଛନ୍ତି ମଙ୍ଗଳା ଝୁପୁଡି ପଡ଼ାର 20 ବର୍ଷୀୟ ଯୁବକ ସୁରଜ ନାଗ । ୨୪ ଘଣ୍ଟା ମଧ୍ୟରେ ଘଟଣାର ପର୍ଦ୍ଦାଫାସ କରି ୪ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ପରେ ଅଭିଯୁକ୍ତଙ୍କୁ ନେଇ ପୋଲିସ ହତ୍ୟା ଘଟଣାର ସିନ୍‌ ରିକ୍ରିଏସନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ପୂର୍ବତନ ଯୋଗାଣ ସହାୟକ ହତ୍ୟାକାଣ୍ଡ: ୬ ଅଟକ, ପ୍ରେମ ପାଇଁ ହତ୍ୟା ଅଭିଯୋଗ

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ସୁରଜକୁ ଏକ ବାଇକରେ ନେଇ ଏକ ଘରେ ବନ୍ଦି ରଖି ତାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ । ପରେ କଣ୍ଟାପାଲି କେନାଲ ପାଖକୁ ନେଇ ଠେଙ୍ଗା,ବାଡ଼ି ଓ ପଥରରେ ମାରି ଅତି ବିଭତ୍ସ ଭାବେ ହତ୍ୟା କରି ସହରର ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ଫିଙ୍ଗିଦେଇ ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଖବର ପାଇ ପୋଲିସ ସୁରଜଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ସହଯୋଗ ନେଇଥିଲା । ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ସନ୍ଦେହରେ ଟାଉନ ଥାନା ପୋଲିସ 4 ଜଣଙ୍କୁ ଅଟକ ରଖି ପଚାରଉଚରା କରିଥିଲା l ଦୀର୍ଘ ଘଣ୍ଟାର ଜେରା ପରେ ଅଭିଯୁକ୍ତମାନେ ସୁରଜକୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ସ୍ବୀକାର କରିଥିବା ବରଗଡ଼ ଏଏସ୍‌ପି ତପନ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଝାରସୁଗୁଡ଼ାରେ ପୁଣି ବିଭତ୍ସ ହତ୍ୟାକାଣ୍ଡ, ମାଂସ ଦୋକାନୀଙ୍କୁ ପିଟିପିଟି ହତ୍ୟା କଲେ ମହିଳା

ଗିରଫ ଅଭିଯୁକ୍ତମାନେ ହେଲେ ୱାର୍ଡ ନମ୍ବର 16ର ଆକାଶ ପାଇକ, ବଣ୍ଟି ପାଇକ, ୱାର୍ଡ ନମ୍ବର 11ର 21ବର୍ଷୀୟ କାଜୁ ଭୋଇ ଓ ୱାର୍ଡ ନମ୍ବର 5ର ତରୁଣ ବାରିକ । ଏନେଇ ସେ କହିଛନ୍ତି, "ଗିରଫ ଅଭିଯୁକ୍ତଙ୍କଠାରୁ ହତ୍ୟାରେ ବ୍ୟବହାର କରାଯାଇଥିବା ଦୁଇଟି ବାଉଁଶ ବାଡ଼ି, ତିନୋଟି ବଡ଼ ପଥର, ଗୋଟିଏ ଗାମୁଛା, ଗୋଟିଏ ବାଇକ ଏବଂ ମୋବାଇଲ ଫୋନ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ନେଇ ହତ୍ୟା ଘଟଣାର ସିନ୍‌ ରିକ୍ରିଏସନ କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ: ବଲାଙ୍ଗୀର ଯୁକ୍ତଦୁଇ ଛାତ୍ରୀ ହତ୍ୟା ଘଟଣାର ପର୍ଦ୍ଦାଫାସ, ମର୍ଡର ପଛରେ ପ୍ରେମିକ

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.