ETV Bharat / sports

ବିରଳ ସଂଯୋଗ ! ଅଷ୍ଟ୍ରେଲିଆ କ୍ୟାପଟେନ୍ ICC ଫାଇନାଲରେ ଜିତିଲେ, IPL-WPLରେ ହାରିଲେ - IPL WPL finals similarities

author img

By ETV Bharat Odisha Team

Published : May 27, 2024, 10:59 AM IST

WPL- IPL 2024 final repeat ! ରିପିଟ ହୋଇଛି WPl 2024 Final । IPL ଓ WPL ଫାଇନାଲ ମ୍ୟାଚରେ ଅନେକ ବିରଳ ସମାନତା ଦେଖିବାକୁ ମିଳିଛି । ଜାଣନ୍ତୁ କଣ..

WPL IPL 2024 final
WPL IPL 2024 final (WPL)


ହାଇଦ୍ରାବାଦ: ଦୀର୍ଘ ଦୁଇ ମାସର ଫଟାଫଟ୍ କ୍ରିକେଟ ମହାକୁମ୍ଭ ଆଇପିଏଲ୍ ଶେଷ ହୋଇଛି । ଏଥରର ଆଇପିଏଲ୍ ଅନେକ ହାଇସ୍କୋରିଂ, ଲୋ ସ୍କୋରିଂ, ଟାଇଟ୍ ମ୍ୟାଚ ସହିତ ଏକତରଫା ମ୍ୟାଚ ଭେଟି ହେଇଥିଲା କ୍ରିକେଟ ପ୍ରେମୀଙ୍କୁ । ବିଶାଳ ବିଶାଳ ସ୍କୋର କରି ଟିମ୍ ରେକର୍ଡ ପରେ ରେକର୍ଡ କରିଥିବା ବେଳେ ବୋଲର ମଧ୍ୟ ପଛରେ ପଡିନାହାଁନ୍ତି । ଏପଟେ ଭେଟେରାନ୍ ବ୍ୟାଟର ଦର୍ଶନୀୟ ଇନିଂସ ଖେଳିଥିଲେ ମଧ୍ୟ ଜୁନିଅର କିମ୍ବା ରାଇଜିଂ ଷ୍ଟାର ମଧ୍ୟ ପଛରେ ପଡିନାହାନ୍ତି । ୟଙ୍ଗ୍ ଷ୍ଟାରଙ୍କ କମାଲରେ ଝୁମିଛନ୍ତି ଦର୍ଶକ । ବ୍ୟାଟ-ବଲର ଲଢେଇରେ ଛକା ଚୌକା ବର୍ଷିବା ସହିତ ଅନେକ କୀର୍ତ୍ତିମାନ ମଧ୍ୟ ସ୍ଥାପନ ହୋଇଛି ।

ଏହାମଧ୍ୟ ପଢନ୍ତୁ.. IPL 2024: କୋହଲିଙ୍କୁ ଅରେଞ୍ଜ କ୍ୟାପ୍, ହର୍ସଲଙ୍କୁ ପର୍ପଲ କ୍ୟାପ୍ - IPL 2024

ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଦିନିକିଆ କ୍ୟାପଟେନ୍ ପ୍ୟାଟ କୁମିନ୍ସଙ୍କ ଟିମ୍ ହାଇଦ୍ରାବାଦକୁ ହରାଇ ଟ୍ରଫି ଟେକିଛି ଶ୍ରେୟସ୍ ଆୟରଙ୍କ ଟିମ୍ କୋଲକାତା । ବିଶାଳ ବିଶାଳ ସ୍କୋର ଭେଟି ଦେଇଥିବା ଏଥରର ଆଇପିଏଲରେ କିନ୍ତୁ ଫାଇନାଲ ମ୍ୟାଚ ଥିଲା ଲୋ ସ୍କୋରିଂ । ଚେନ୍ନାଇର ଚେପକରେ କେକେଆରକୁ ଚମ୍ପିଆନ୍ ପାଇଁ ମାତ୍ର 114 ରନର ଟାର୍ଗେଟ ଦେଇଥିଲା ହାଇଦ୍ରାବାଦ । 18.3 ଓଭର ଖେଳି ଡେଞ୍ଜରିୟସ୍ ଟିମ୍ ହାଇଦ୍ରାବାଦ ମାତ୍ର 113 ରନ ସ୍କୋର କରିଥିଲା । ଟିମ୍ ପକ୍ଷରୁ କ୍ୟାପଟେନ୍ କୁମିନ୍ 24 ରନ ସ୍କୋର କରିଥିବା ବେଳେ ମାର୍କମ 20 ରନ୍ ସ୍କୋର କରିଥିଲେ । ବାକି ସମସ୍ତ ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଚେପକରେ କୋଲକାତା ବୋଲରଙ୍କ ବିପକ୍ଷରେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ନା ଷ୍ଟାର୍ଟ ମିଲିଥିଲା ନା ବଡ ସ୍କୋରକୁ କନଭର୍ଟ କରିବାକୁ ସୁଯୋଗ । ଏପଟେ କୋଲକାତା ପକ୍ଷରୁ ଷ୍ଟାର୍କ, ବୈଭବ ଆରୋରା, ହର୍ସିତ ରାଣା, ନାରେନ୍, ରସେଲ ଏବଂ ବରୁଣ ଚର୍କବତ୍ତୀ ଇକୋନୋମିକାଲ ବୋଲିଂ କରିବା ସହିତ ସମସ୍ତେ ମଧ୍ୟ ଓ୍ବିକେଟ ପାଇଥିଲେ ।

WPL IPL 2024 final
WPL IPL 2024 final (IPL)

ଏହାମଧ୍ୟ ପଢନ୍ତୁ.. ଚେପକ୍‌ରେ ମାଟି କାମୁଡ଼ିଲା ହାଇଦ୍ରାବାଦ, କୋଲକାତାକୁ ୩ୟ ଟାଇଟଲ୍‌ - IPL 2024 Final

WPL IPL 2024 final
WPL IPL 2024 final (WPL)

ଏପଟେ 114 ରନ୍ ଟାର୍ଗେଟର ପିଛା କରି ମାତ୍ର 10.03 ଓଭରରେ ଚମ୍ପିଆନ୍ ହୋଇଥିଲା । ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପାଇଁ 8 ଓ୍ବିକେଟରେ ହାଇଦ୍ରାବାଦକୁ ମାତ ଦେଇଥିଲା କେକେଆର । ଦମଦାର ପ୍ରଦର୍ଶନ ପାଇଁ କେକେଆର ଚମ୍ପିଆନ ହୋଇଥିବା ବେଳେ ରନର୍ସ ଅପ୍ ହୋଇଛି ହାଇଦ୍ରାବାଦ । ତେବେ ଆଇପିଏଲରେ, ଡବ୍ଲ୍ୟୁପିଏଲ-2024ର ଫାଇନାଲ ରିପିଟ୍ ହୋଇଛି । ଯାହାକୁ ବର୍ତ୍ତମାନ ବିରଳ ସଂଯୋଗ ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି । କିଛି ମାସ (ମାର୍ଚ୍ଚ) ତଳେ ଶେଷ ହୋଇଥିବା ଡବ୍ଲ୍ୟୁପିଏଲରେ ମଧ୍ୟ ସମାନ ସ୍କୋର ଫାଇନାଲରେ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଅଧିନାୟକ ମେଗ ଲାନିଂଙ୍କ ଟିମ ଦିଲ୍ଲୀ ଟିମ୍ ମାତ୍ର 113 ରନ ସ୍କୋର କରିଥିଲା । ଏହି ରନକୁ ପିଛା କରି ସ୍ମୃତି ମାନ୍ଧନାଙ୍କ ଟିମ୍ ବେଙ୍ଗାଲୁରୁ ଚମ୍ପିଆନ୍ ହୋଇଥିଲା ।

WPL IPL 2024 final
WPL IPL 2024 final (WPL)

ଏ କେମିତିକା ସଂଯୋଗ-

ଡବ୍ଲ୍ୟୁପିଏଲ-2024 ଫାଇନାଲ:

  • ମାର୍ଚ୍ଚ 17ରେ ଖେଳାଯାଇଥିବା ଡବ୍ଲ୍ୟୁପିଏଲର ଫାଇନାଲରେ ଦିଲ୍ଲୀ ଟିମ୍ ସ୍କୋର 113
  • ଡବ୍ଲ୍ୟୁପିଏଲର ଫାଇନାଲରେ ଆରସିବି ଟିମ୍ ସ୍କୋର 115/2
  • ଫାଇନାଲରେ ଆରସିବି 8 ଓ୍ବିକେଟରେ ବିଜୟୀ
  • ଅଷ୍ଟ୍ରେଲିଆ ଅଧିନାୟକ ମେଗ ଲାନିଂଙ୍କ ଦଳ ଦିଲ୍ଲୀ ରନର୍ସଅପ୍
  • ପୂର୍ବରୁ ମେଗ ଲାନିଂ 2022 ଟି-20 ଓମେନ୍ସ ଓ୍ବାର୍ଲ୍ଡକପରେ ଭାରତ ବିପକ୍ଷରେ ଚମ୍ପିଆନ ହୋଇଥିଲେ
  • ଇଣ୍ଡିଆନ୍ କ୍ୟାପଟେନ୍ ବନାମ ଅଷ୍ଟ୍ରେଲିଆ କ୍ୟାପଟେନ୍
  • ଅଷ୍ଟ୍ରେଲିଆ କ୍ୟାପଟେନଙ୍କ ପ୍ରଥମେ ବ୍ୟାଟିଂ

ଆଇପିଏଲ୍-2024 ଫାଇନାଲ:

  • ଆଇପିଏଲ ଫାଇନାଲରେ ହାଇଦ୍ରାବାଦ ଟିମ୍ ସ୍କୋର 113
  • ଆଇପିଏଲ ଫାଇନାଲରେ କେକେଆର ମିଟ୍ ସ୍କୋର 114/2
  • ଫାଇନାଲରେ କେକେଆର 8 ଓ୍ବିକେଟରେ ବିଜୟୀ
  • ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ଟିମ୍ ହାଇଦ୍ରାବାଦ ରନର୍ସଅପ୍
  • ପୂର୍ବରୁ କୁମିନ୍ 2023 ଓ୍ବାର୍ଲ୍ଡକପରେ ଭାରତକୁ ପରାଜିତ କରି ଚମ୍ପିଆନ ହୋଇଥିଲେ
  • ଏପରିକି ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ (WTC)ରେ ଭାରତକୁ ହରାଇ ଚମ୍ପିଆନ ହୋଇଥିଲେ
  • ଇଣ୍ଡିଆନ୍ କ୍ୟାପଟେନ୍ ବନାମ ଅଷ୍ଟ୍ରେଲିଆ କ୍ୟାପଟେନ୍
  • ଅଷ୍ଟ୍ରେଲିଆ କ୍ୟାପଟେନଙ୍କ ପ୍ରଥମେ ବ୍ୟାଟିଂ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.