ETV Bharat / state

ପୂର୍ବତନ ଯୋଗାଣ ସହାୟକ ହତ୍ୟାକାଣ୍ଡ: ୬ ଅଟକ, ପ୍ରେମ ପାଇଁ ହତ୍ୟା ଅଭିଯୋଗ

author img

By

Published : Jul 13, 2023, 12:30 PM IST

ପୂର୍ବତନ ଯୋଗାଣ ସହାୟକ ରଜତ ସାହୁ ହତ୍ୟା ଘଟଣାରେ ୬ ଜଣ ଅଟକ । ପ୍ରେମ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ପୂର୍ବତନ ଯୋଗାଣ ସହାୟକ ହତ୍ୟାକାଣ୍ଡ
ପୂର୍ବତନ ଯୋଗାଣ ସହାୟକ ହତ୍ୟାକାଣ୍ଡ

ପୂର୍ବତନ ଯୋଗାଣ ସହାୟକ ହତ୍ୟାକାଣ୍ଡ

ବଲାଙ୍ଗୀର: ଅଇଁଲା ଚୁଆ ଗାଁର ପୂର୍ବତନ ଯୋଗାଣ ସହାୟକ ରଜତ ସାହୁ ହତ୍ୟା ଘଟଣା । ତଦନ୍ତ ଭାର ନେଲା ବଲାଙ୍ଗୀର ଜିଲ୍ଲା ପୋଲିସ । ପୂର୍ବରୁ ଜିଆରପି ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏଥିରେ ମୃତକଙ୍କ ପରିବାର ଲୋକେ ସନ୍ତୁଷ୍ଟ ନଥିଲେ । ଏନେଇ ପରିବାର ଲୋକେ ଓ ଗ୍ରାମବାସୀ ମିଶି ଏସ୍ପି ଅଫିସ ଘେରାଉ କରିବା ପରେ ବଲାଙ୍ଗୀର ସଦର ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେମାନଙ୍କୁ ଘଟଣାସ୍ଥଳକୁ ନେଇ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରିଥିବାର ସୂଚନା ମିଳିଛି ।

ଅଟକ ଯୁବକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି । ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ, ପ୍ରେମ ବ୍ୟାପାରକୁ ନେଇ ରଜତଙ୍କୁ ହତ୍ୟା କରାଯାଇଛି । ଅଟକ ଥିବା ଯୁବକ ଫୋନ ଯୋଗେ ତାଙ୍କୁ ହତ୍ୟା ଧମକ ଦେଇଥିଲେ । ତେବେ ସଦର ପୋଲିସର ତଦନ୍ତ ପରେ ଖୁବଶୀଘ୍ର ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟିବ ବୋଲି ଆଶା କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ ୨୪ ତାରିଖରେ ରଜତଙ୍କ ଅପହରଣ ହୋଇଥିଲା । ଏନେଇ ପରିବାର ଲୋକେ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିଥିଲେ । ଏହାର ଦିନକ ପରେ ରଜତର ରକ୍ତାତ ମୃତଦେହ ଖୁଜେନପାଲି ଜଙ୍ଗଲ ପାଖ ରେଳ ଧରଣାରୁ ଉଦ୍ଧାର ହୋଇଥିଲା ।

ଏହମଧ୍ୟ ପଢନ୍ତୁ: ପୂର୍ବତନ ଯୋଗାଣ ସହାୟକଙ୍କ ହତ୍ୟା ଘଟଣା, ନ୍ୟାୟ ଦାବିରେ ଏସ୍ପି କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଘଟଣାରେ ବଲାଙ୍ଗୀର ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ରଜତଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବାର ପରିବାର ଲୋକେ ଅଭିଯୋଗ କରିଥିଲେ । ସେମାନେ ଜିଆରପି ପୋଲିସର ତଦନ୍ତରେ ସନ୍ତୁଷ୍ଟ ନଥିଲେ । ଏହାପରେ ଗ୍ରାମବାସୀ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରି ନ୍ୟାୟ ଦାବି କରିଥିଲେ । ସେପଟେ କିଛି ଦିନ ପରେ ରଜତଙ୍କ ରକ୍ତ ଭିଜା ସାର୍ଟ ଅନ୍ୟ ଏକ ସ୍ଥାନରୁ ଉଦ୍ଧାର ହୋଇଥିଲା । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ କହିଥିଲେ ।

ମୃତକଙ୍କ ଭାଇ ରାଜେଶ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ଅଟକ ଥିବା ଯୁବକମାନେ ହିଁ ତାଙ୍କ ଭାଇକୁ ହତ୍ୟା କରିଛନ୍ତି । ଏମାନେ ଗତ ଜାନୁଆରୀ ମାସରେ ଫୋନରେ ରଜତଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ରଜତଙ୍କ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା ଏବଂ ସେହି ଯୁବତୀଙ୍କୁ ସିଲେଟପଡା ଗ୍ରାମର ଆଉ ଜଣେ ଯୁବକ ମଧ୍ୟ ପ୍ରେମ କରୁଥିଲା । ତେଣୁ ସମ୍ପୃକ୍ତ ଯୁବକ ଜଣକ ବାରମ୍ବାର ତାଙ୍କୁ ଫୋନ କରି ଯୁବତୀକୁ ଭୁଲି ଯିବାକୁ କହୁଥିଲା । ଏଥିପାଇଁ ସେ ଏବଂ ତା'ର ସହଯୋଗୀ ମିଶି ହତ୍ୟା କରିଥିବା କହିଛନ୍ତି । ଏହାସହିତ ଦୋଷୀଙ୍କୁ ଫାଶୀଦଣ୍ଡ ଦେବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.