ETV Bharat / state

ଝାରସୁଗୁଡ଼ାରେ ପୁଣି ବିଭତ୍ସ ହତ୍ୟାକାଣ୍ଡ, ମାଂସ ଦୋକାନୀଙ୍କୁ ପିଟିପିଟି ହତ୍ୟା କଲେ ମହିଳା

author img

By

Published : Jul 3, 2023, 5:01 PM IST

man dies in group attack
ଝାରସୁଗୁଡ଼ାରେ ବିଭତ୍ସ ହତ୍ୟାକାଣ୍ଡ

ଝାରସୁଗୁଡ଼ା ସଦର ଥାନା ଅଞ୍ଚଳରେ ମାଂସ ଦୋକାନୀଙ୍କୁ ପିଟିପିଟି ହତ୍ୟା । ମହିଳାଙ୍କୁ ଦୁର୍ବବ୍ୟହାର କରିବାରୁ ଏଭଳି ଘଟଣା ଘଟିଥିବା ଝାରସୁଗୁଡ଼ା ପୋଲିସ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରେ ବିଭତ୍ସ ହତ୍ୟାକାଣ୍ଡ

ଝାରସୁଗୁଡ଼ା: ସଦର ଥାନା ଅଞ୍ଚଳରେ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏହାର ଦିନକ ପରେ ସହରରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମାଂସ ଦୋକାନୀଙ୍କୁ କିଛି ମହିଳା ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି l ମୃତକ ହେଲେ ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଲେକ୍ଚର କଲୋନୀ ବାସିନ୍ଦା କୈଳାସ ଚନ୍ଦ୍ର ମେହେର । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହି ଘଟଣାରେ ଝାରସୁଗୁଡ଼ା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହ ଜବତ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ବୋଲି ସୂଚନା ଦେଇଛି ଝାରସୁଗୁଡ଼ା ପୋଲିସ ।

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଏସପି ଅଫିସ ନିକଟରେ କୈଳାସଙ୍କ ଏକ ମାଂସ ଦୋକାନ ରହିଛି । ଶନିବାର ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ସହ କୈଳାସଙ୍କର ବଚସା ହୋଇଥିଲା l ଏହି ଘଟଣାକୁ କେନ୍ଦ୍ର କରି ରବିବାର ଅପରାହ୍ନରେ କୈଳାସ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ କିଛି ମହିଳା ତାଙ୍କୁ ଅଟକାଇ ସଂଘବଦ୍ଧ ଆକ୍ରମଣ କରିଥିଲେ । ଠେଙ୍ଗାରେ ନିସ୍ତୁକ ମାଡ଼ ମାରି ତାଙ୍କୁ ଲହୁଲୁହାଣ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା l ତେବେ ବୁର୍ଲା ନେବା ପୂର୍ବରୁ କୈଳାସଙ୍କ ସିଟି ସ୍କାନ କରିବାକୁ ନିଆଯାଇଥିଲା । ସିଟି ସ୍କାନ ଚାଲିଥିବା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇ ଥିଲା । ଖବର ପାଇ ଝାରସୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି(ସୋମବାର) ଝାରସୁଗୁଡ଼ା SDPO ନିର୍ମଳ ମହାପାତ୍ର ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଖୋଲିଲା ଗୁଣପୁର ଡବଲ ମର୍ଡର ମିଷ୍ଟ୍ରି, ଜମି ବିବାଦରୁ ପ୍ରଥମ ପରେ ସୁପାରି ଟଙ୍କାକୁ ନେଇ ଦ୍ବିତୀୟ ହତ୍ୟା

ଏନେଇ ଝାରସୁଗୁଡ଼ା SDPO ନିର୍ମଳ ମହାପାତ୍ର ସୂଚନା ଦେଇ କହିଛନ୍ତି, "ଏହି ଘଟଣାରେ ସମ୍ପୃକ୍ତି ଥିବା ନେଇ ଦୁଇ ଜଣକୁ ଅଟକ ରଖାଯାଇଛି ଏବଂ ଆଉ କେତେ ଜଣ ଘଟଣାରେ ସାମିଲ ଅଛନ୍ତି ତାହାର ତଦନ୍ତ ଚାଲିଛି । ମୃତ ବ୍ୟକ୍ତି ଜଣକ ସେହି ଅଞ୍ଚଳର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଯୋଗୁଁ ଏଭଳି କାଣ୍ଡ ଘଟିଥିବା ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି । ତଦନ୍ତ ପରେ ପୁରା ସତ ସାମ୍ନାକୁ ଆସିବ ।"

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.