ETV Bharat / state

ବଲାଙ୍ଗୀର ଯୁକ୍ତଦୁଇ ଛାତ୍ରୀ ହତ୍ୟା ଘଟଣାର ପର୍ଦ୍ଦାଫାସ, ମର୍ଡର ପଛରେ ପ୍ରେମିକ

author img

By

Published : Jul 15, 2023, 9:13 AM IST

Updated : Jul 15, 2023, 12:35 PM IST

ବଲାଙ୍ଗୀର ଛାତ୍ରୀଙ୍କୁ ଘରେ ପଶି ବୀଭତ୍ସ ହତ୍ୟା ଘଟଣାରେ ପୋଲିସକୁ ସଫଳତା । ପ୍ରେମିକ ସହ ଅନ୍ୟଜଣେ ଗିରଫ । ମାରଣାସ୍ତ୍ର ଜବତ । ସିନ ରିକ୍ରଏସନ କଲା ପୋଲିସ ।

bolangir student murder
bolangir student murder

ଯୁକ୍ତଦୁଇ ଛାତ୍ରୀ ହତ୍ୟା ଘଟଣାର ପର୍ଦ୍ଦାଫାସ

ବଲାଙ୍ଗୀର: ଯୁକ୍ତ ଦୁଇ ଛାତ୍ରୀ ମୃତ୍ୟୁ ହତ୍ୟା ଘଟଣା ଉପରୁ ହଟିଲା ପରଦା । ହତ୍ୟା ପଛରେ ଥିଲା ପ୍ରେମିକ ଓ ତା ଭାଇ । କଳହ ଯୋଗୁଁ ପ୍ରେମ ସମ୍ପର୍କରେ ଲାଗିଲା ରକ୍ତଛିଟା । ବଲାଙ୍ଗୀର ଯୁକ୍ତ ଦୁଇ ଛାତ୍ରୀଙ୍କୁ ହତ୍ୟା ଘଟଣାରେ ପୋଲିସକୁ ସଫଳତା । ହତ୍ୟାକାଣ୍ଡକୁ 24 ଘଣ୍ଟା ନପୂରୁଣୁ ହତ୍ୟାକାରୀକୁ ବାନ୍ଧିଲା ପୋଲିସ । ଏହି ଘଟଣାରେ ପୋଲିସ ପ୍ରେମିକ ସହ ଅଭିଯୁକ୍ତର ଭାଇକୁ ଗିରଫ କରିଛି । ଗତ ଗୁରୁବାର ବଲାଙ୍ଗୀର ନିଖିଳ ନଗର ଠାରେ ଘରେ ପଶି ଛାତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ । ଏ ଘଟଣା ସମ୍ପର୍କରେ କେହି ଜାଣି ପାରିନଥିଲେ । ମୃତ ଛାତ୍ରୀ ହେଲେ ନିଖିଳ ନଗର ନିବାସୀ ମକରଧ୍ବଜ ନାଗଙ୍କ ସାନ ଝିଅ ଶେଷାଦ୍ରୀ ନାଗ । ମୃତ ଶେଷାଦ୍ରି ନାଗ ଘରେ ଏକା ଥିବା ବେଳେ ଦୁଇ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପ୍ରେମ ପାଇଁ ଯାଇଥିଲା ଯୋଗାଣ ସହାୟକଙ୍କ ଜୀବନ, 6 ହତ୍ୟାକାରୀ ଗିରଫ

ସୂଚନା ଅନୁସାରେ, ସବୁଦିନ ପରି ଗତ ଗୁରୁବାର ଶେଷାଦ୍ରୀଙ୍କ ମା’ ବାପା ନୀତି ଦିନ ଭଳି ଘରୁ ସକାଳ ଆଠଟାରୁ କାମ କରିବାକୁ ଯାଇଥିବା ବେଳେ ଘରେ ଏକା ଶେଷାଦ୍ରି । ପରେ ତାଙ୍କ ବାପା ଅପରାହ୍ଣରେ ଘରକୁ ଆସିଥିବା ବେଳେ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖିଥିଲେ । ଏନେଇ ପୋଲିସକୁ ସୂଚନା ଦେବା ପରେ ବଲାଙ୍ଗୀର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେହିପରି ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ପୋଲିସ୍ ଟିମ୍ ଗଠନ କରାଯାଇଥିଲା । ଏଥିରେ ପୋଲିସ ରୋତ ଗ୍ରାମର ମିଳନ ରାଣା ଓ ଜିତୁ ରାଣାକୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ: ମହିଳାଙ୍କୁ ନିର୍ମମ ହତ୍ୟା: ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ଛାତିଥରା ଦୃଶ୍ୟ

ପୋଲିସର ସୂଚନା ଅନୁସାରେ, ମିଳନ ରାଣା ଓ ମୃତ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଗତ ଗୁରୁବାର ମିଳନ ରାଣା ତାର ଭାଇ ଜିତୁ ରାଣା ସହ ଘରେ କେହି ନ ଥିବା ବେଳେ ଛାତ୍ରୀଙ୍କ ପାଖକୁ ଆସିଥିଲେ । ଏଠାରେ କୌଣସି କଥାକୁ ନେଇ ତାଙ୍କ ମଧ୍ୟ କଳହ ହୋଇଥିବା ବେଳେ ପ୍ରେମିକ ଏକ ଭୁଜାଲିରେ ଛାତ୍ରୀଙ୍କ ମୁଣ୍ଡ ପଛ ପଟେ ହାଣି ହତ୍ୟା କରିଥିଲା । ପରେ ଘଟଣା ସ୍ଥଳରୁ ଉଭୟ ଭାଇ ଫେରାର ମାରିଥିବା ବେଳେ ପୋଲିସ୍ ତାଙ୍କୁ ଧରିବାରେ ସଫଳ ହୋଇଛି ।

ସେହିପରି ଉଭୟଙ୍କୁ ନେଇ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ପୋଲିସ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ୍ କରିଛି । ଏଥିସହ ହତ୍ୟାରେ ବ୍ୟବହୃତ ଭୁଜାଲି ମଧ୍ୟ ପୋଲିସ ନିକଟସ୍ଥ ଜଙ୍ଗଲର ଏକ ବୁଦାରୁ ଉଦ୍ଧାର କରିଛି । ଏନେଇ ବଲାଙ୍ଗୀର ଏସଡିପି ଓ ସୂଚନା ଦେଇ କହିଛନ୍ତି, ‘ଗତ ଗୁରୁବାର ଘରେ କେହି ନ ଥିବା ବେଳେ ଏହି ଦୁଇ ଭାଇ ଘରକୁ ଆସିଥିଲେ । ଛାତ୍ରୀ ଘରେ ଏକା ଥିବା ବେଳେ ତାକୁ ବୀଭତ୍ସ ଭାବରେ ହତ୍ୟା କରିଥିଲେ । ତେବେ ପୋଲିସ୍ ଏ ଦୁଇଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।’ ସେହିପରି ଅଧିକ ତଦନ୍ତ ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 15, 2023, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.