ETV Bharat / sports

ଟେନିସରୁ ସାନିଆଙ୍କ ଅବସର, ହାଇଦ୍ରାବାଦରେ ଖେଳିଲେ ବିଦାୟୀ ମ୍ୟାଚ

author img

By

Published : Mar 6, 2023, 10:45 AM IST

sania mirza ends her career
ଟେନିସରୁ ସାନିଆଙ୍କ ଅବସର

ଟେନିସରୁ ଅବସର ନେଇଛନ୍ତି ସାନିଆ ମିର୍ଜା । ଦିନେ ଯେଉଁଠି କ୍ୟାରିଅର ଆରମ୍ଭ କରିଥିଲେ ସେଇଠି ବିଦାୟୀ ମ୍ୟାଚ ମ୍ୟାଚ ଖେଳି ଅବସର ନେଇଛନ୍ତି ସାନିଆ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଖିରେ ଖୁସିର ଲୁହ ସହ ଟେନିସରୁ ଅବସର ନେଇଛନ୍ତି ସାନିଆ ମିର୍ଜା । ଯେଉଁଠି ଦିନେ କ୍ୟାରିଅର ଆରମ୍ଭ କରିଥିଲେ ସେଇଠି ବିଦାୟୀ ମ୍ୟାଚ ଖେଳି ଅବସର ନେଇଛନ୍ତି ସାନିଆ । ପୂର୍ବରୁ ଅବସର ନେଇସାରିଥିବା ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ନିଜ ଘରୋଇ ସହର ହାଇଦ୍ରାବାଦରେ ଶେଷ ମ୍ୟାଚ ଖେଳି ଟେନିସକୁ ଅଲବିଦା କହିଛନ୍ତି । ହାଇଦ୍ରାବାଦରେ ହିଁ ସେ ଟେନିସ ଖେଳିବା ଆରମ୍ଭ କରିଥିଲେ ଓ ସେହିଠାରେ ହିଁ କ୍ରୀଡା ଜୀବନରେ ବିଦାୟୀ ମ୍ୟାଚ ଖେଳିଛନ୍ତି ।

  • FAREWELL TO THE QUEEN OF THE COURT 👑🎾 - SANIA MIRZA

    Stars descended in Hyderabad as our legend bid farewell to the court. Sania Mirza, thank you for all the memories and your incredible contribution to Indian tennis and sport.@MirzaSania | @imrandomthought | @anammirza pic.twitter.com/FA0PXjyq1A

    — Indian Tennis Daily (ITD) (@IndTennisDaily) March 5, 2023 " class="align-text-top noRightClick twitterSection" data=" ">

ଗତମାସରେ ସେ ଦୁବାଇ ଟେନିସ ଚମ୍ପିଆନସିପରୁ ସନ୍ୟାସ ନେଇଥିଲେ ଓ କ୍ରୀଡା ଜୀବନର ଶେଷ ମ୍ୟାଚ ଖେଳିଥିଲେ । ଶେଷ ଗ୍ରାଣ୍ଡସ୍ଲମ ଖେଳିଥିଲେ ମାତ୍ର ବିଜୟୀ ହୋଇନଥିଲେ । ବିଦାୟୀ ବେଳେ ସାନିଆ ଭାବ ବିହ୍ବଳ ହୋଇଥିଲା ଦେଖିବାକୁ ମିଳିଥିଲା । ହାଇଦ୍ରାବାଦ ଲାଲ ବାହାଦୂର ଟେନିସ ଷ୍ଟାଡିୟମରେ ସାନିଆଙ୍କ ବିଦାୟୀ ମ୍ୟାଚ ଦେଖିବାକୁ ଟେନିସ ତାରକା ରୋହନ ବୋପାନ୍ନା, ପରିବାର ବର୍ଗ, ପ୍ରଶଂସକ, କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଓ ପୂର୍ବତନ କ୍ରିକେଟର ଯୁବରାଜ ସିଂହ ମଧ୍ୟ ଉପସ୍ଥିତ ଥିଲେ । ସାଥୀ ଖେଳାଳି ବୋପାନ୍ନାସ ଇଭାନ, ଡୋଡିଦ, କାରା ବ୍ଲାକ, ବୋଥାନୀ ମୋଟେକ, ସାଣ୍ଡସ ମାରିଅନ ବାର୍ତ୍ତୋଲିଙ୍କ ସହ ଦୁଇଟି ଡବଲ୍ସ ମ୍ୟାଚ ଖେଳିଥିଲେ ।

ଏହା ବି ପଢନ୍ତୁ...ରାଉରକେଲାରେ ହକି ପ୍ରୋ ଲିଗ ମ୍ୟାଚ, ମାର୍ଚ୍ଚ ୧୦ରେ ଭାରତ-ଜର୍ମାନୀ ପ୍ରଥମ ମ୍ୟାଚ

2002ରୁ ଟେନିସ ଖେଳିବା ଆରମ୍ଭ କରି ସାନିଆ ଜାତୀୟ କ୍ରୀଡାରେ ପଦକ ହାସଲ କରିଥିଲେ । 2005ରେ ପ୍ରଥମ ଡବ୍ଲୁଟିଏ ଟାଇଟଲ ହାସଲ କରିଥିଲେ । ତାଙ୍କ ଟେନିସ କ୍ୟାରିଅରରେ ସାନିଆ 6 ଥର ଗ୍ଲାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ଏଥିରେ 3ଟି ମହିଳା ଡବଲ୍ସ ଓ 3ଟି ମିକ୍ସଡ ଡବଲ୍ସ ରହିଛି । ସେ ତାଙ୍କ କ୍ରୀଡା ଜୀବନରେ ମୋଟ 43ଟି ଟ୍ରଫି ଜିତିଛନ୍ତି । ଜାନୁଆରୀରେ ସାଥୀ ଖେଳାଳି ବୋପନ୍ନାଙ୍କ ସହ ଅଷ୍ଟ୍ରେଲିଆ ମିକ୍ସଡ ଡବଲ୍ସ ଫାଇନାଲରେ ରନର୍ସଅପ ହୋଇଥିଲେ ।

ଦୀର୍ଘ 20 ବର୍ଷଧରି ଦେଶ ପାଇଁ ପ୍ରତିନିଧିତ୍ବ କରି ଗର୍ବ ଓ ଗୌରବ ଅନୁଭବ କରୁଥିବା ବିଦାୟୀ ଭାଷଣରେ କରିଛନ୍ତି ସାନିଆ । ଏହି ସମୟରେ ସାନିଆଙ୍କ ପରିବାର ଉପସ୍ଥିତ ଥିଲେ । ବର୍ତ୍ତମାନ ସେ ତେଲେଙ୍ଗାନାରେ ଟେନିସର ଉନ୍ନତି ପାଇଁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ ।

Australian Open: କ୍ୟାରିଅରର ଶେଷ ଗ୍ରାଣ୍ଡସ୍ଲାମ ଖେଳିଲେ ସାନିଆ

ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଛନ୍ତି । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛି । ସାନିଆ ପ୍ରଥମ ଭାରରତୀୟ ଭାବେ WTA ଟାଇଟଲ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.