ETV Bharat / sports

Australian Open: କ୍ୟାରିଅରର ଶେଷ ଗ୍ରାଣ୍ଡସ୍ଲାମ ଖେଳିଲେ ସାନିଆ

author img

By

Published : Jan 27, 2023, 11:26 AM IST

Updated : Jan 27, 2023, 12:52 PM IST

sania mirza bids adieu to grand clam career
Australian Open

ଭାରତୀୟ ମିଶ୍ରିତ ଯୋଡି ସାନିଆ ମିର୍ଜା ଏବଂ ରୋହନ ବୋପନ୍ନା ଅଷ୍ଟ୍ରେଲିଆ ଓପନ ଫାଇନାଲରେ ଦ୍ବିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି । ଅଧିକ ପଢନ୍ତୁ

ମେଲବୋର୍ଣ୍ଣ: ଭାରତୀୟ ଟେନିସ ତାରକାଙ୍କ ଗ୍ଲାଣ୍ଡସ୍ଲାମ କ୍ୟାରିଅର ଶେଷ ହୋଇଛି । ମେଲବୋର୍ଣ୍ଣରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ଓପନରେ ଭାରତୀୟ ମିଶ୍ରିତ ଯୋଡି ସାନିଆ ମିର୍ଜା ଏବଂ ରୋହନ ବୋପନ୍ନା ଫାଇନାଲରେ ଦ୍ବିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି । ନିଜର ଶେଷ ଗ୍ଲାଣ୍ଡସ୍ଲାମ ଖେଳୁଥିବା ସାନିଆ ମିର୍ଜା ପରାସ୍ତ ହୋଇ ରନର୍ସ ଅଫ ହୋଇଛନ୍ତି । ନିଜ କ୍ୟାରିଅରରେ 6ଟି ଗ୍ଲାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଅଷ୍ଟ୍ରେଲିଆ ଓପନରେ ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସଙ୍କଠୁ ‍ମିକ୍ସଡ ଡବଲ୍ସରେ ପରାସ୍ତ ହୋଇଛନ୍ତି । ଏହା ସାନିଆଙ୍କ ଶେଷ ଗ୍ଲାଣ୍ଡସ୍ଲାମ ମ୍ୟାଚ୍‌ ଥିଲା । ବିଦାୟୀ ବେଳେ ସାନିଆ ଭାବ ବିହ୍ବଳ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହାପରେ ମଧ୍ୟ ଅନ୍ୟ କେତୋଟି ଟୁର୍ଣ୍ଣାମେଣ୍ଟରେ ନଜର ଆସିବେ । ଦୁବାଇ ଟେନିସ ଚାମ୍ପିଅନସିପ ତାଙ୍କ ଶେଷ ଟୂର୍ଣ୍ଣାମେଣ୍ଟ ହେବ ।

ଅଷ୍ଟ୍ରେଲିଆ ଓପନ ଫାଇନାଲରେ ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସଙ୍କଠୁ 7(7)-6(2), 6-2 ସେଟରେ ପରାସ୍ତ ହୋଇଛନ୍ତି । ଫାଇନାଲରେ ଭାରତୀୟ ମିଶ୍ରିତ ଯୋଡ଼ି ସାନିଆ ମିର୍ଜା ଏବଂ ରୋହନ ବୋପନ୍ନା ଦମଦାର ପ୍ରଦର୍ଶନ କରିଥିଲେ । ଭାରତୀୟ ଯୋଡି ପ୍ରଥମ ସେଟ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ । ମାତ୍ର ଯୋଡିକୁ ପରାସ୍ତ ହେବାକୁ ପଡିଛି । ଦ୍ବିତୀୟ ସେଟକୁ ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସ 6-2ରେ ବାଜିମାତ କରିଥିଲେ । ଫାଇନାଲରେ ପରାଜୟରେ ଭାରତୀୟ ଯୋଡିଙ୍କୁ ସନ୍ତୁଷ୍ଟ ହେବାକୁ ପଡିଥିଲା । ଅଷ୍ଟ୍ରେଲିଆ ଓପନ୍‌ ପରେ ସାନିଆ ତାଙ୍କ ଶେଷ ଗ୍ରାଣ୍ଡସ୍ଲାମ ଖେଳୁଥିବା କହିଥିଲେ । ସମସ୍ତଙ୍କୁ କୃତଜ୍ଞଚା ଜଣା ଟେନିସକୁ ଅଲବିଦା କହିଥିଲେ ।

ଏହା ବି ପଢନ୍ତୁ...Axar Patel marriage: ନୂଆ ଇନିଂସ ଆରମ୍ଭ କଲେ ଅକ୍ଷର, ବାନ୍ଧବୀ ମେହାଙ୍କ ସହ ପଡିଲା ହାତଗଣ୍ଠି

ବିଜୟରୁ ଶେଷ ଗ୍ରାଣ୍ଡସ୍ଲମ ଶେଷ କରିବାକୁ ଚାହୁଁଥିବା ସାନିଆଙ୍କ ସ୍ବପ୍ନ ଅଧାରେ ରହିଛି । ଶେଷ ଗ୍ରାଣ୍ଡସ୍ଲାମ ବିଦାୟୀ ଭାଷଣରେ ସାନିଆଙ୍କ ଆଖିରେ ଲୁହ ଆସି ଯାଇଥିଲା । ସାନିଆ କହିଥିଲେ "ମେଲବୋର୍ଣ୍ଣରୁ ମୁଁ ମୋର କ୍ୟାରିଅର ଆରମ୍ଭ କରିଥିଲି ।" ସାନିଆ ତାଙ୍କ ଦୀର୍ଘ ଟେନିସ କ୍ୟାରିଅରରେ 6 ଥର ଗ୍ଲାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ଏଥିରେ 3ଟି ମହିଳା ଡବଲ୍ସ ଓ 3ଟି ମିକ୍ସଡ ଡବଲ୍ସ ରହିଛି । ସାନିଆ ତାଙ୍କ ବିଦାୟୀ ଭାଷଣରରେ କହିଥିଲେ ଯେ, ରୋହନ ଦେଉଛନ୍ତି ତାଙ୍କର ପ୍ରଥମ ମିକ୍ସଡ ଡବଲ୍ସ ଯୋଡି । ମାତ୍ର 14 ବର୍ଷ ବୟସରେ ଆମେ ଏକାଠି ଖେଳି ଟୁର୍ଣ୍ଣାମେଣ୍ଟ ଜିତିଥିଲୁ । "22 ବର୍ଷ ତଳେ ମୁଁ କେବେ ଭାବି ନଥିଲେ ମୋତେ ଏପରି ସାଥୀ ଖେଳାଳି ମିଳିବେ । ସେ ଜଣେ ମୋର ଭଲ ବନ୍ଧୁ ଓ ସାଥୀ ଖେଳାଳି । ତାଙ୍କ ସହ ମୁଁ ମୋର କ୍ୟାରିଅରରେ ଶେଷ ଗ୍ରାଣ୍ଡସ୍ଲାମ ଖେଳି ଫାଇନାଲରେ ପ୍ରବେଶ କରିଥିଲି ।" ଏହି ସମୟରେ ସାନିଆ ତାଙ୍କ କୋହକୁ ଅଟକାଇ ପାରି ନଥିଲେ ।

ସାନିଆ ମିର୍ଜା ପାକିସ୍ତାନ କ୍ରିକେଟ ସୋଏବ ମଲିକଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଏଜହାନ ଅଛନ୍ତି । ସାନିଆଙ୍କ ଶେଷ ଗ୍ରାଣ୍ଡସ୍ଲାମରେ ତାଙ୍କ ପୁଅ ଓ ବାପାମାଆ ଉପସ୍ଥିତ ଥିଲେ । ସାନିଆ ପ୍ରଥମ ଭାରତୀୟ ଭାବେ 2005ରେ WTA ସିଙ୍ଗଲ୍ସ ଟାଇଟଲ୍ସ ଜିତିଥିଲେ । ସେହି ବର୍ଷ ଆମେରିକା ଓପନରେ 4ର୍ଥ ରାଉଣ୍ଡର ପ୍ରବେଶ କରିଥିଲେ ।

Last Updated :Jan 27, 2023, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.