ETV Bharat / sports

Axar Patel marriage: ନୂଆ ଇନିଂସ ଆରମ୍ଭ କଲେ ଅକ୍ଷର, ବାନ୍ଧବୀ ମେହାଙ୍କ ସହ ପଡିଲା ହାତଗଣ୍ଠି

author img

By

Published : Jan 26, 2023, 11:02 PM IST

Updated : Jan 27, 2023, 10:25 AM IST

ଜାନୁଆରୀ ୨୩ ତାରିଖରେ ୱିକେଟ କିପର ବ୍ୟାଟର ଲୋକେଶ ରାହୁଲ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହାପରେ ଆଜି ପୁଣି ଆଉ ଜଣେ କ୍ରିକେଟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଲରାଉଣ୍ଡର ଅକ୍ଷର ପଟେଲ ତାଙ୍କ ବାନ୍ଧବ ମେହା ପଟେଲଙ୍କୁ ଜୀବନସାଥୀ କରିଛନ୍ତି । ଅଧିକ ପଢନ୍ତୁ

ବରବେଶରେ ଅକ୍ଷର ପଟେଲ
ବରବେଶରେ ଅକ୍ଷର ପଟେଲ

ହାଇଦ୍ରାବାଦ: ଚାଲିଛି ବିବାହ ଋତୁ । ସେଲିବ୍ରିଟିଠୁ ନେଇ କ୍ରିକେଟର ସମସ୍ତେ ଜୀବନର ଆଉ ଏକ ପାହାଚରେ ପାଦ ଥାପୁଛନ୍ତି । ଏହାରି ଭିତରେ ହାତକୁ ଦୁଇ ହାତ ହୋଇଛନ୍ତି ଭାରତୀୟ ସ୍ପିନର ଅକ୍ଷର ପଟେଲ । ଗର୍ଲଫ୍ରେଣ୍ଡ ମେହାଙ୍କୁ ଜୀବନସାଥୀ କରିଛନ୍ତି ଅକ୍ଷର । ବାନ୍ଧବୀ ମେହା ପଟେଲଙ୍କୁ ବିବାହ କରିଛନ୍ତି ଅକ୍ଷର ପଟେଲ । ଅକ୍ଷରଙ୍କ ବାହାଘର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳଛି । କିଛି ଦିନ ତଳେ ଭାରତୀୟ ବ୍ୟାଟର ଲୋକେଶ ରାହୁଲ ବଲିଉଡ ଅଭିନେତ୍ରୀ ଆଥିଆ ସେଠୀଙ୍କୁ ବିବାହ କରିଥିଲେ ।

ଗୁଜୁରାଟରେ ଭଦୋଦରାରେ ଅକ୍ଷର ପଟେଲଙ୍କ ବାହାଘର ଅନୁଷ୍ଠିତ ହୋଇଛି । ତାଙ୍କ ବରଯାତ୍ରୀ ମୁହୂର୍ତ୍ତରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେହି ଭିଡିଓରେ ବର ବେଶରେ ଅକ୍ଷର ପଟେଲ ନଜର ଆସିଥିଲେ । ତାଙ୍କ ପରିବାରବର୍ଗ ଏବଂ ସାଙ୍ଗସାଥୀ ବରଯାତ୍ରୀରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ବାହାଘର ପୂର୍ବରୁ ମେହା ପଟେଲଙ୍କର ମେହେନ୍ଦୀ ଓ ହଳଦୀ କାର୍ଯ୍ୟକ୍ରମ କରାଯାଇଥିଲା । ତେବେ ମେହେନ୍ଦୀ ଉତ୍ସବର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଜୟଦେବ ଉନାଦକତ ସାମିଲ ହୋଇଥିଲେ । ବର ବେଶରେ ବାନ୍ଧବୀ ମେହାଙ୍କ ହାତ ଧରିଛନ୍ତି ଅକ୍ଷର ପଟେଲ । ଗତବର୍ଷ ଜାନୁଆରୀ 20 ତାରିଖରେ ଅକ୍ଷର ଓ ମେହାଙ୍କ ନିର୍ବନ୍ଧ ହୋଇଥିଲା । ଆଉ ଆଜି ପରିସ୍ପରର ଜୀବନସାଥୀ ହୋଇଛନ୍ତି ।

ଅକ୍ଷର ବର ବେଶରେ ବାହାରିବା ସମୟରେ ଏକ ଭିଡିଓ ତାଙ୍କ ପତ୍ନୀ ଟ୍ବିଟରରେ ସେୟାର କରିଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି ମିଷ୍ଟର ଏବଂ ମିସେସ ଅକ୍ଷର ପଟେଲ । ଏହା ପରେ ବିବାହରେ ବରଣମାଳା ଅଦଳବଦଳର ଭିଡିଓ ପୋଷ୍ଟ କରି ମେହା ଲେଖିଛନ୍ତି, ଅକ୍ଷର ପଟେଲ ମୋତେ ବିବାହ କରିଛନ୍ତି । ଭଦୋଦାରେ ଆମ ସାତ ଫେରେ ନେଉଛୁ ।''

ଗୁଜୁରାଟରେ ୨୦ ଜାନୁଆରୀ ୧୯୯୪ରେ ଜନ୍ମିତ ଅକ୍ଷର ପଟେଲ ଗତକାଲି 28 ବର୍ଷରେ ପାଦ ଥାପିଛନ୍ତି । ଗତବର୍ଷ ଜନ୍ମଦିନକୁ ଖାସ କରିବାକୁ ତାଙ୍କ ଗର୍ଲଫ୍ରେଣ୍ଡ ମେହାଙ୍କ ସହିତ ନିର୍ବନ୍ଧ କରିଥିଲେ । ଏ ନେଇ ସମସ୍ତ ଫଟୋ ଇନଷ୍ଟାଗ୍ରାମ ଓ ଟ୍ବିଟରରେ ପୋଷ୍ଟ କରିଥିଲେ ଅକ୍ଷର । ଏହି ସ୍ବତନ୍ତ୍ର ସମୟରେ ଅକ୍ଷର ଓ ମେହାଙ୍କ ପରିବାର ସଦସ୍ୟଙ୍କ ସମେତ ନିକଟତର ବନ୍ଧୁ ଉପସ୍ଥିତ ଥିଲେ । ବିବାହରେ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ସମେତ ନିକଟତର ବନ୍ଧୁ ଉପସ୍ଥିତ ଥିଲେ ।

Last Updated :Jan 27, 2023, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.