ETV Bharat / state

ରାଉରକେଲାରେ ହକି ପ୍ରୋ ଲିଗ ମ୍ୟାଚ, ମାର୍ଚ୍ଚ ୧୦ରେ ଭାରତ-ଜର୍ମାନୀ ପ୍ରଥମ ମ୍ୟାଚ

author img

By

Published : Mar 5, 2023, 5:45 PM IST

ମାର୍ଚ୍ଚ ୧୦ରେ ହକି ପ୍ରୋ ଲିଗ ମ୍ୟାଚ ଆରମ୍ଭ
odisha hockey pro league

ରାଉରକେଲାରେ ପୁଣି ହେବ ହକି ମହାକୁମ୍ଭ । ମାର୍ଚ୍ଚ ୧୦ ତାରିଖରୁ ରାଉରକେଲାରେ ଓଡ଼ିଶା FIH ହକି ପ୍ରୋ-ଲିଗ ମ୍ୟାଚ ଆୟୋଜନ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ

ରାଉରକେଲାରେ ହେବ ହକି ପ୍ରୋ ଲିଗ ମ୍ୟାଚ

ରାଉରକେଲା: ପୁରୁଷ ହକି ବିଶ୍ବକପ ପରେ ପୁଣି ଥରେ ରାଉରକେଲା ସହରରେ ଆରମ୍ଭ ହେବାକୁ ଯାଉଛି ହକିର ମହା ଲଢେଇ । ଆସନ୍ତା ୧୦ ତାରିଖରେ ରାଉରକେଲାର ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଓଡ଼ିଶା FIH ହକି ପ୍ରୋ-ଲିଗ ମ୍ୟାଚ ଆୟୋଜନ ହେବାକୁ ଯାଉଛି । ଏହି ଷ୍ଟାଡିୟମରେ ମୋଟ ୬ଟି ମ୍ୟାଚ ଖେଳାଯିବ । ଜର୍ମାନୀ, ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ଯାହାକୁ ନେଇ ପୁଣି ସଜେଇ ହେଲାଣି ରାଉରକେଲା ସହର ।

ଓଡ଼ିଶା FIH ହକି ପ୍ରୋ-ଲିଗ ପାଇଁ ରାଉରକେଲା ସହର ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି । ଲୋକଙ୍କ ମନରେ ପୁଣି ହକି ପାଇଁ ଉତ୍କଣ୍ଠା ଜାଗ୍ରତ ହୋଇଛି । ଦୂର ଦୁରାନ୍ତରୁ ରାଉରକେଲା ସହରକୁ ହକି ପ୍ରେମୀଙ୍କ ସୁଅ ଛୁଟିବ । ଆସନ୍ତା ୧୦ ତାରିଖ ଦିନ ପ୍ରଥମ ମ୍ୟାଚରେ ଭାରତୀୟ ହକି ପୁରୁଷ ଦଳ ଜର୍ମାନୀକୁ ଭେଟିବ । ଏଥର ଭାରତୀୟ ହକି ଟିମରେ ମାତ୍ର ଜଣେ ଓଡ଼ିଆ ଭାବରେ ସ୍ଥାନ ପାଇଛନ୍ତି ନିଲମ ସଞ୍ଜୀପ ଖେସ୍‌ । ଭାରତୀୟ ଦଳର ଷ୍ଟାର ଖେଳାଳି ଅମିତ ରୋହିଦାସଙ୍କୁ ବିଶ୍ରାମ ଦିଆଯାଇଛି । କ୍ୟାପଟେନ ହରମନ ପ୍ରୀତ ସିଂ ଦଳକୁ ଆଗେଇ ନେବେ । ବିଶ୍ବକପ ମ୍ୟାଚ ଭଳି ହକି ପ୍ରୋ-ଲିଗରେ ବି ଦର୍ଶକଙ୍କ ପ୍ରବଳ ଭିଡ଼ ଜମିବ ବୋଲି ଆଶା କରାଯାଉଛି । ହକି ବିଶ୍ବକପରେ ଭାରତ ନିଜ ହୋମ ଗ୍ରାଉଣ୍ଡ ରାଉରକେଲା ଏବଂ ଭୁବନେଶ୍ବରରେ ଲୋକଙ୍କ ଆଶା ଅନୁଯାୟୀ ଭଲ ପ୍ରଦର୍ଶନ କରି ନଥିଲା । ତେବେ ଏଥର ଏହି ପ୍ରୋ-ଲିଗରେ ଭାରତୀୟ ହକି ଦଳ ଭଲ ପ୍ରଦର୍ଶନ କରୁ ବୋଲି ଆଶା ବ୍ୟକ୍ତ କରିଛନ୍ତି ହକି ପ୍ରେମୀ ଏବଂ ଦର୍ଶକ ।

ଆସନ୍ତା ୬ ତାରିଖରେ ରାଉରକେଲାରେ ଭାରତୀୟ ଦଳ ପ୍ରୋ-ଲିଗ ମ୍ୟାଚ ପାଇଁ ପହଞ୍ଚିବାର ସୂଚନା ରହିଛି । ଏହାପରେ ଅଷ୍ଟ୍ରେଲିଆ ଦଳ ଏବଂ ଜର୍ମାନୀ ଦଳ ମଧ୍ୟ ରାଉରକେଲାରେ ଆସି ପହଞ୍ଚିବେ । ଆସନ୍ତା ୧୦ ତାରିଖରେ ପ୍ରଥମ ମ୍ୟାଚରେ ଭାରତ ଓ ଜର୍ମାନୀ ମଧ୍ୟରେ ସନ୍ଧ୍ୟା ୭ଟାରୁ ମ୍ୟାଚ ଆରମ୍ଭ ହେବ । ଏହାପରେ ୧୧ ତାରିଖ ଦିନ ଜର୍ମାନୀ- ଅଷ୍ଟ୍ରେଲିଆ, ୧୨ ତାରିଖ ଭାରତ- ଅଷ୍ଟ୍ରେଲିଆ, ୧୩ ତାରିଖ ଭାରତ-ଜର୍ମାନୀ, ୧୪ ତାରିଖ ଜର୍ମାନୀ-ଅଷ୍ଟ୍ରେଲିଆ ଏବଂ ୧୫ ତାରିଖ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ । ସମସ୍ତ ଟିମ୍‌ ଉଭୟ ସହ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.