ETV Bharat / business

Share Market Update: ଲଗାତାର ଅଭିବୃଦ୍ଧିରେ ଲାଗିଲା ବ୍ରେକ

author img

By ETV Bharat Odisha Team

Published : Sep 13, 2023, 4:31 PM IST

ଲଗାତାର ଅଭିବୃଦ୍ଧିରେ ଲାଗିଲା ବ୍ରେକ
ଲଗାତାର ଅଭିବୃଦ୍ଧିରେ ଲାଗିଲା ବ୍ରେକ

ସେୟାର ବଜାରରେ ଲଗାତାର ଧରି ଚାଲିଥିବା ବୃଦ୍ଧିରେ ଲାଗିଲା ବ୍ରେକ। ବୁଧବାର ପ୍ରାରମ୍ଭକ ବାଣିଜ୍ୟ କରବାରରେ ହ୍ରାସ ଦେଖିବାକୁ ମିଳିଛି । ବିଏସଇ ସୂଚକାଙ୍କ ସେନସେକ୍ସରେ 167.77 ପଏଣ୍ଟ ଏବଂ ନିଫ୍ଟିରେ 49.1 ପଏଣ୍ଟ ହ୍ରାସ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ସେୟାର ବଜାରରେ ଲଗାତାର ଧରି ଚାଲିଥିବା ବୃଦ୍ଧିରେ ଲାଗିଲା ବ୍ରେକ। ବୁଧବାର ପ୍ରାରମ୍ଭକ ବାଣିଜ୍ୟ କରବାରରେ ହ୍ରାସ ଦେଖିବାକୁ ମିଳିଛି। 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସରେ 167.77 ପଏଣ୍ଟ ହ୍ରାସ ଘଟି 67053.36 ପଏଣ୍ଚରେ ପହଞ୍ଚିଛି। ସେହପରି 50 ସେୟାର ଆଧାରିତ ନ୍ୟାସନାଲ ଷ୍ଚକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିର ଅଭିବୃଦ୍ଧି ଧାରେ ମଧ୍ୟ ବ୍ରେକ ଲାଗିଛି। ଗତ ସୋମବାର 20000 ମାର୍କ ଅତିକ୍ରମ କରି ରେକର୍ଡ କରିଥିବା ନିଫ୍ଟିରେ ଆଜି 49.1 ପଏଣ୍ଟ ହ୍ରାସ ହେବା ସହ ଏହା 19944.10 ପଏଣ୍ଟରେ କରବାର କରିଥିଲା। ସେପଟେ ବୈଶ୍ବିକ ବଜାରରେ କମଜୋରର ପ୍ରଭାବରେ ସେୟାର ବଜାର କାରବାର ହ୍ରାସ ଘଟିଛି।

ଏହା ମଧ୍ୟ ପଢ଼ନ୍ତୁ...Nifty Sets New Record: ପ୍ରଥମ ଥର ପାଇଁ 20 ହଜାର ମାର୍କ ଡେଇଁଲା ନିଫ୍ଟି

ବିଏସଇ ସୂଚକାଙ୍କ ସେନସେକ୍ସରେ ICICI ବ୍ୟାଙ୍କ, ଟେଟ କଂସଲ୍ଟେନ୍ସି ସର୍ଭିସେଜ, HCL ଟେକ, ଏସିଆନ ପେଣ୍ଟ, ବଜାଜ ଫିନସର୍ଭ ଏବଂ ଇମ୍ଫୋସିସ୍‌ର ସେୟାର ଗୁଡ଼ିକରେ ହ୍ରାସ ଘଟିଛି। ସେହିପରି ITC, ପାୱାର ଗ୍ରୀଡ଼ ଏବଂ ଅଲ୍ଟ୍ରାଟେକ ସିମେଣ୍ଟର ସେୟାର ଲାଭରେ କାରବାର କରିଛି। ତେବେ ଅନ୍ୟ ଏସିଆ ବଜାରରେ ଦକ୍ଷିଣ କୋରିଆର କାସ୍ପି, ଚୀନର ସଙ୍ଗାଇ ସମ୍ପୋଜିଟ ଏବମ ହଂକଂର ହ୍ୟାଙ୍ଗସେଙ୍ଗ କ୍ଷତିରେ ରହିଥିଲା। ତେବେ ଜାପାନର ନିକ୍କି ଲାଭରେ କରାବାର କରିଥିଲା।

ଏହା ମଧ୍ୟ ପଢ଼ନ୍ତୁ....ମାର୍କେଟ ରାଉଣ୍ଡଅପ୍‌: NSE ସୂଚକାଙ୍କ ନିଫ୍ଟିରେ ଜାରି ରହିଛି ଅଭିବୃଦ୍ଧି

ଇଣ୍ଟରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ବୁଧବାର ପ୍ରାରମ୍ଭିକ କରାବାରରେ ଭାରତୀୟ ମୁଦ୍ରା ସୀମିତ ସୀମା ମଧ୍ୟରେ ଥିଲା। ତେବେ ଅଶୋଧିତ ତୈଳ ଏବଂ ଆମେରିକା ମୁଦ୍ରାରେ ମଜଭୁତର ପ୍ରଭାବ ଟଙ୍କା ଉପରେ ପଡ଼ି ନାହିଁ। ତେବେ ଟଙ୍କା ପ୍ରତି ଆମେରିକା ଡଲାର ପିଛା 82.92ରେ ଆରମ୍ଭ ହୋଇଥିଲା। ପରେ ଏହା ପ୍ରତି ଡଲାର ପିଛା 82.95କୁ ଖସିଥିଲା। ମଙ୍ଗଳବାର ଟଙ୍କା ପ୍ରଟି ଡଲାର ପିଛା 82.95ରେ ବନ୍ଦ ହୋଇଥିଲା। ଏହା ମଧ୍ୟରେ 6 ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକା ଡଲାର ସ୍ଥିତି ସୂଚାଉଥିବା ଡଲାର ସୂଚକାଙ୍କ 0.05 ପ୍ରତିଶତ ହ୍ରାସ ହେବା ସହ 104.65ରେ ରିହିଥିଲା। ବିଶ୍ବ ତୈଳ ମାନକ ଅଶୋଧିତ ତୈଳରେ 0.21 ପ୍ରତିଶତ ବୃଦ୍ଧି ହେବାସହ ପ୍ରତି ବ୍ୟାରେଲ ପିଛା 92.25 ଡଲାରରେ କରାବାର କରିଥିଲା।

ଏହା ମଧ୍ୟ ପଢ଼ନ୍ତୁ....Rice Price: ଭାରତରୁ ଚାଉଳ ରପ୍ତାନୀ ବନ୍ଦ ପରେ ବିଶ୍ୱରେ ପ୍ରଭାବ, 15 ବର୍ଷର ରେକର୍ଡ ଭାଙ୍ଗିଲା ଚାଉଳ ଦର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.