ETV Bharat / business

Rice Price: ଭାରତରୁ ଚାଉଳ ରପ୍ତାନୀ ବନ୍ଦ ପରେ ବିଶ୍ୱରେ ପ୍ରଭାବ, 15 ବର୍ଷର ରେକର୍ଡ ଭାଙ୍ଗିଲା ଚାଉଳ ଦର

author img

By ETV Bharat Odisha Team

Published : Sep 3, 2023, 9:54 PM IST

ଭାରତରୁ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ବିଶ୍ବ ବଜାରରେ ହୁ ହୁ ହୋଇ ବଢ଼ୁଛି ଚାଉଳର ଦର । ଅଧିକ ପଢ଼ନ୍ତୁ

ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ
ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ସାରା ବିଶ୍ବରେ ଚାଉଳ ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନରେ ରହିଛି । ପ୍ରାୟ ଅଧିକାଂଶ ଦେଶରେ ଭାତକୁ ପ୍ରଧାନ ଖାଦ୍ୟ ଭାବରେ ଗ୍ରହଣ କରାଯାଏ । ଭାତ ଏମିତି ଏକ ଖାଦ୍ୟ ଯାହା ବିନା ଆମର ଖାଇବା ଥାଳି ଅଧୁରା ଲାଗେ । ତେବେ କିଛି ଦିନ ପୂର୍ବରୁ ଭାରତ ସରକାର ପିଆଜ ପରେ ଚାଉଳ ଉପରେ ମଧ୍ୟ ରପ୍ତାନୀ ଶୁଳ୍କ ଲଗାଇଛନ୍ତି । ଯାହାର ପରିଣାମ ଏବେ ସାରା ବିଶ୍ବରେ ଦେଖିବାକୁ ମିଳୁଛି । ଅନେକ ଦେଶରେ ଚାଉଳର ଦର ମହଙ୍ଗା ହେବା ଫଳରେ ଲୋକମାନଙ୍କର ରୋଷେଇ ସାମଗ୍ରୀ ଖର୍ଚ୍ଚକୁ ଆହୁରି ବଢ଼ାଇ ଦେଇଛି । ତେବେ ଚାଉଳର ମୂଲ୍ୟ ଲଗାତାର ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ତେବେ ଏସିଆ ବଜାରରେ ଚାଉଳର ମୂଲ୍ୟ ବୃଦ୍ଧି ପାଇବାରେ 15ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରକୁ ଆସିଯାଇଛି ।

ଭାରତ ଦୁନିଆର ସବୁଠାରୁ ଅଧିକ ଚାଉଳ ରପ୍ତାନୀ କରୁଥିବା ଦେଶ ଅଟେ । ତେବେ ଭାରତ ପରେ ଥାଇଲାଣ୍ଡ୍‌ ଓ ଭିଏତନାମ୍‌ ଭଳି ଦେଶର ନାମ ଆସେ । ସୂଚନା ଅନୁସାରେ ଭାରତ ସରକାର ଜୁଲାଇ 20ଠାରୁ ଚାଉଳ ସମେତ ଅନ୍ୟ କେତେକ ଖାଦ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ତେବେ ଗତ ସପ୍ତାହରେ ଏହି ପ୍ରତିବନ୍ଧକକୁ ଆହୁରି ଅଧିକ କଡ଼ାକଡ଼ି କରାଯାଇଛି । ଉଷୁନା ଏବଂ ବାସୁମତୀ ଚାଉଳର ରପ୍ତାନୀ ଉପରେ ଅଧିକ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଯାହାର ସିଧା ପ୍ରଭାବ ସେହି ଦେଶମାନଙ୍କ ଉପରେ ପଡ଼ୁଛି ଯେଉଁ ଦେଶଗୁଡ଼ିକ ଚାଉଳ ପାଇଁ ସମ୍ପୁର୍ଣ୍ଣ ଭାବରେ ଭାରତ ଉପରେ ନିର୍ଭର କରନ୍ତି।

ଏହା ମଧ୍ୟ ପଢ଼ନ୍ତୁ...Basmati Rice Export: 1ଟନ୍‌ ବାସୁମତୀ ଚାଉଳ ରପ୍ତାନୀ ଉପରେ 1200 ଡଲାର ରପ୍ତାନୀ ଶୁଳ୍କ ଲଗାଇଲେ ସରକାର

ତେବେ ଗଣମାଧ୍ୟମ ରିପୋର୍ଟ ମୁତାବକ ବିଶ୍ବ ବଜାରରେ ଚାଉଳର ମୂଲ୍ୟ ପ୍ରତି ଏକ ଟନ୍‌ ପିଛା 646 ଡଲାର ରହିଛି । ସେପଟେ ଏହି ମୂଲ୍ୟ ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ମଧ୍ୟ କରାଯାଉଛି । ଭାରତରେ ବର୍ଷାର ପରିମାଣ କମ ରହିବା କାରଣରୁ ଚାଉଳ ଉତ୍ପାଦନ ପ୍ରଭାବିତ ହେଉଛି । ସେପଟେ ଥାଇଲାଣ୍ଡରେ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଛି । ଏଥିପାଇଁ ବିଶ୍ବ ବଜାରରେ ଚାଉଳର ମୂଲ୍ୟ ଆହୁରି ବଢ଼ିପାରେ । ତେବେ ଚୀନ ତଫରୁ ଚାଉଳ ଉତ୍ପାଦନକୁ ନେଇ ଆସ୍ବସ୍ତି ମଳିପାରେ, କାରଣ ଭାରତ ଭଳି ଚୀନରେ ମଧ୍ୟ ଚାଉଳ ବହୁତ ପରିମାଣରେ ଅମଳ କରାଯାଏ ।

ଅନ୍ୟପକ୍ଷେ ଦେଶରେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଚାଉଳର ଦର ମହଙ୍ଗା ରହିଛି । ଯାହାକୁ ଦେଖି କେନ୍ଦ୍ର ସରକାର ଘରୋଇ ଯୋଗାଣ ବୃଦ୍ଧି ଏବଂ ଖୁଚୁରା ମୂଲ୍ୟକୁ ନିୟନ୍ତ୍ରଣ ରଖିବା ପାଇଁ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପଦକ୍ଷପ ନେଇଥିଲେ। ତେବେ ଗତ ଜୁଲାଇ ମାସରେ ଅଣ-ବାସୁମତୀ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇଥିଲେ ସରକାର । ସେହିପରି ଗତ ସପ୍ତାହରେ ବାସୁମତୀ ଚାଉଳ ରପ୍ତାନୀ ଉପରେ ମଧ୍ୟ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.