ETV Bharat / business

ମାର୍କେଟ ରାଉଣ୍ଡଅପ୍‌: NSE ସୂଚକାଙ୍କ ନିଫ୍ଟିରେ ଜାରି ରହିଛି ଅଭିବୃଦ୍ଧି

author img

By ETV Bharat Odisha Team

Published : Sep 12, 2023, 1:46 PM IST

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ
ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ

ସେୟାର ବଜାରରେ ଲଗାତାର ଅଭିବୃଦ୍ଧିର ଧାରା ବଜାୟ ରହିଛି । ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ବୃଦ୍ଧି ଘଟିଛି । ସେପଟେ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । 30 ସେୟାର ଆଧାରିତ ବିଏସ୍‌ଇ ସୂଚକାଙ୍କ ସେନସେକ୍ସର ପ୍ରାରମ୍ଭିକ କାରବାରରେ 412.02 ପଏଣ୍ଟ୍‌ ବୃଦ୍ଧି ଘଟି 67539.10 ପଏଣ୍ଟ୍‌ରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ସେୟାର ବଜାରରେ ଲଗାତାର ଅଭିବୃଦ୍ଧିର ଧାରା ବଜାୟ ରହିଛି । ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ବୃଦ୍ଧି ଘଟିଛି । ସେପଟେ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସର ପ୍ରାରମ୍ଭିକ କାରବାରରେ 412.02 ପଏଣ୍ଟ ବୃଦ୍ଧି ଘଟି 67539.10 ପଏଣ୍ଟରେ ପହଞ୍ଚିଛି । ତେବେ 50 ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(NSE) ସୂଚକାଙ୍କ ନିଫ୍ଟିରେ ଲାଗାତାର ବୃଦ୍ଧି ଘଟୁଛି । ଗତ କାଲି ନିଫ୍ଟି 20000 ମାର୍କ ଅତିକ୍ରମ କରିଥିବା ବେଳେ ଏହି ଅଭିବୃଦ୍ଧିର ଧାରା ବଜାୟ ରହିଛି । ଏନଏସଇ ନିଫ୍ଟିରେ 114 ପଏଣ୍ଟ ବୃଦ୍ଧି ଘଟି ଏହା 20110.35ରେ ପହଞ୍ଚିଛି ।

ଏହା ମଧ୍ୟ ପଢ଼ନ୍ତୁ....Nifty Sets New Record: ପ୍ରଥମ ଥର ପାଇଁ 20 ହଜାର ମାର୍କ ଡେଇଁଲା ନିଫ୍ଟି

ବିଏସଇ ସୂଚକାଙ୍କ ସେନ୍‌ସେକ୍ସ୍‌ରେ ଲାର୍ସେନ ଆଣ୍ଡ୍‌ ଟ୍ୟୁର୍ବୋ, ICICI ବ୍ୟାଙ୍କ, ସନ୍‌ ଫାର୍ମା, JSW ଷ୍ଟିଲ୍‌, ଟାଟା କନ୍ସଲଟେନ୍ସି ସର୍ଭିସେଜ୍‌, ଆକ୍ସିସ ବ୍ୟାଙ୍କ, ଭାରତୀ ଏୟାରଟେଲ ଏବଂ ଇମ୍ଫୋସିସ୍‌ର ସେୟାର ଗୁଡି଼କ ଲାଭରେ କାରବାର କରିଛି। ସେହିପରି ଏନଟିପିସି, ମାରୁତି, ହିନ୍ଦୁସ୍ତାନ ୟୁନିଲିଭର ଏବଂ ଟାଟା ମୋଟର୍ସର ସେୟାର ଗୁଡିକ କ୍ଷତି ସହିଛି। ତେବେ ଅନ୍ୟ ଏସିଆ ବାଜାରରେ ଚୀନର ସଙ୍ଘାଇ କମ୍ପୋଜିଟ୍‌, ଜାପାନର ନିକ୍କି ଏବଂ ହଂକଂର ହ୍ୟାଙ୍ଗସେଙ୍ଗ୍‌ ଫାଇଦାରେ ରହିଛି। ଏହାସହ ଦକ୍ଷିଣ କୋରିଆର କୋସ୍ପି କ୍ଷତିରେ ରହିଛି। ତେବେ ଆମେରିକା ବଜାର ସୋମବାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା। । ବୈଶ୍ବିକ ତୈଳ ମାନକ ଅଶୋଧିତ ତୈଳ ମୂଲ୍ୟରେ 0.39 ପ୍ରତିଶତ ବଢ଼ିବା ସହ ପ୍ରତି ବ୍ୟାରେଲ ପିଛା 90.99 ଆମେରିକା ଡଲାର ରହିଛି ।

ଏହା ମଧ୍ୟ ପଢ଼ନ୍ତୁ....Share Market Update: ସେନସେକ୍ସ ଓ ନିଫ୍ଟରେ ବୃଦ୍ଧି, ଟଙ୍କା ତୁଳନାରେ ବଢ଼ିଲା ଡଲାର ମୂଲ୍ୟ

ଅନ୍ୟପକ୍ଷେ ଘରୋଇ ସେୟାର ବଜାରରେ ସକରାତ୍ମକ ପ୍ରଭାବ ମଧ୍ୟରେ ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ 10 ପଇସା ବୃଦ୍ଧି ଘଟି 83.93ରେ ପହଞ୍ଚିଛି। ତେବେ ଇଣ୍ଟରବ୍ୟାଙ୍କ ବିଦେଶି ମୁଦ୍ରା ବିନିମୟ ବଜାରରେ ଟଙ୍କା 82.93ରେ କାରବାର ଆରମ୍ଭ କରିଥିଲା, ଯାହା ପୂର୍ବ କାରବାର ତୁଳନାରେ 10ପଇସା ବଢ଼ିଥିଲା । ତେବେ ସୋମବାର ଭାରତୀୟ ଟଙ୍କା ପ୍ରତି ଡଲାର ପିଛା 83.03ରେ କାରବାର ବନ୍ଦ ହୋଇଥିଲା । ଏହା ମଧ୍ୟରେ 6 ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକା ଡଲାର ସ୍ତିତି ସୂଚାଉଥିବା ଡଲାର ସୂଚକାଙ୍କ 0.02 ପ୍ରତିଶତ ହ୍ରାସ ହେବା ସହ 104.55 ରେ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.