ETV Bharat / politics

କାଲି ସମ୍ବଲପୁରରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ - CM Naveen Patnaik Sambalpur Visit

author img

By ETV Bharat Odisha Team

Published : May 16, 2024, 10:33 PM IST

Updated : May 16, 2024, 10:42 PM IST

Naveen Patnaik to Visit Sambalpur: ଆସନ୍ତାକାଲି ସମ୍ବଲପୁରରେ ପ୍ରଚାର କରିବା ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ । ଅଧିକ ପଢ଼ନ୍ତୁ

Naveen Patnaik to Visit Sambalpur
Naveen Patnaik to Visit Sambalpur (ETV Bharat Odisha)

Naveen Patnaik to Visit Sambalpur (ETV Bharat Odisha)

ସମ୍ବଲପୁର: ଆସନ୍ତାକାଲି(ଶୁକ୍ରବାର) ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କାଲି ପୂର୍ବାହ୍ନ 11ଟା ସମୟରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ସହର ଅଇଁଠାପାଲି ସ୍ଥିତ PHD ପଡିଆରେ ହେବାକୁ ଥିବା ଦଳୀୟ ନିର୍ବାଚନୀ ସଭାରେ ଯୋଗ ଦେବେ । ଏହି ସଭାରେ ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ବିଧାୟକ ପ୍ରାର୍ଥୀ ଇଂ ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲ ପ୍ରମୁଖଙ୍କ ସହ ବହୁ ଦଳୀୟ କର୍ମୀ ଯୋଗ ଦେବେ l ଏନେଇ ଆଜି ସମ୍ବଲପୁର ପାନ୍ଥନିବାସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି l ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଏହି ସୂଚନା ଦେଇଛନ୍ତି ।

ସମ୍ବଲପୁରବାସୀଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯେଉଁ ଜନକଲ୍ୟାଣକାରୀ ଯୋଜନା ଓ ଉନ୍ନୟନମୂଳକ ପ୍ରକଳ୍ପ ରାଜ୍ୟ ସରକାର କରିଛନ୍ତି ସେନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବସରରେ ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି, "ସମ୍ୱଲପୁରରେ ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ନଥାଇ ବି ଆମର ସାଂଗଠନିକ ସମ୍ପାଦକ ତଥା ଚଳିତ ନିର୍ବାଚନର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସଂଯୋଜନାରେ ଅନେକ କାମ ହୋଇପାରିଛି । ସେ ଏଠାକାର ତୃଣମୂଳ କର୍ମୀ ମାନଙ୍କ ସହିତ ସମ୍ପର୍କରେ ରହି ଏଠାକାର ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ୫ଟି ଉପକ୍ରମାରେ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ, ଗମନାଗମନ, ପର୍ଯ୍ୟଟନ ଓ ସମ୍ବଲପୁରର ଐତିହ ସଂସ୍କୃତି କ୍ଷେତ୍ରରେ ରୂପାନ୍ତରଣ ହୋଇପାରିଛି । ଆଜି ସମଲେଇ ପ୍ରକଳ୍ପ ଯୋଗୁଁ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଭବ୍ୟ ହୋଇପାରିଛି । ଏକଦା ସଙ୍କୁଚିତ ପରିବେଶ ମଧ୍ୟରେ ରହିଥିବା ମା’ଙ୍କ ମନ୍ଦିର ଆଜି ସୁବିସ୍ତୀର୍ଣ୍ଣ ହୋଇ ମାଙ୍କ ଗୁଣଗାନ କରୁଛି । ପୂର୍ବାପେକ୍ଷା ବହୁଗୁଣରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସମଲେଇ ପ୍ରକଳ୍ପ ।"

ଏହା ମଧ୍ୟ ପଢ଼ନ୍ତୁ.. ପ୍ରଚାରରେ କମ୍ପିବ ବଡଦାଣ୍ଡ, ମୋଦିଙ୍କ ରୋଡ ସୋକୁ କାଉଣ୍ଟର କରିବ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ - VK PANDIAN ROAD SHOW

ସେ ଆହୁରୀ ମଧ୍ୟ କହିଛନ୍ତି "ସମ୍ୱଲପୁରବାସୀଙ୍କ ଯାତ୍ରା ସୁଗମ କରିବାକୁ ବିଗତ ୫ ବର୍ଷରେ ପାଞ୍ଚଟି ସେତୁ ନିର୍ମାଣ କରାଯାଇଛି । ମହାନଦୀ ଦ୍ଵିତୀୟ ବ୍ରିଜ, ଦୁର୍ଗାପାଲି ଫାଇ ଓଭର ବ୍ରିଜ, କ୍ଷେତରାଜପୁର ଫାଇ ଓଭର ବ୍ରିଜ ଓ ଲକ୍ଷ୍ମୀ ଟକିଜ ଫ୍ଲାଇ ଓଭର ବ୍ରିଜ । ସେହିଭଳି ସମ୍ବଲପୁର ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ସିଟି ବସ୍, ମୋ ବସ୍ ଓ ଲକ୍ଷ୍ମୀ ବସ ଯୋଗୁଁ ଲୋକେ ସୁବିଧାରେ ଯିବା ଆସିବା କରିପାରୁଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ବୁର୍ଲାରେ ମଲ୍ଟି ହସ୍ପିଟାଲ, ବୁର୍ଲାରେ ଏମଆରଆଇ ମେସିନ ସ୍ଥାପନ, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ଲଡ଼ ଚେଂଞ୍ଜି ମେସିନ ଲଗାଯାଇଛି । ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁନଃ ନବୀକରଣ କରାଯାଇଛି । ୧୧୨ ଆମ୍ବୁଲାନ୍ସ ଜରିଆରେ ରୋଗୀମାନଙ୍କୁ ମାଗଣାରେ ହସ୍ପିଟାଲକୁ ନିଆଯାଉଛି । ସେହିଭଳି ମୃତଦେବ ବାହକ ଗାଡ଼ି ମଧ୍ୟ ହସ୍ପିଟାଲରେ ରହିଛି ।"

ସେ ଆହୁରୀ ମଧ୍ୟ କହିଛନ୍ତି "ନିରାମୟ ଯୋଜନାର ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଉଛି । ବିଏସକେୱାଇ ଯୋଜନା ଆଜି ଗରିବ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ସମ୍ୱଲପୁର ସହରର ସୌନ୍ଦର୍ଯ୍ୟକରଣ ତଥା ସମ୍ବଲପୁରବାସୀଙ୍କ ଅବସର ବିନୋଦନ ପାଇଁ ବିଭିନ୍ନ ସ୍ଥାନରେ ପାର୍କ ନିର୍ମାଣ କରାଯାଇଛି । ବାଲିବନ୍ଧା ପାର୍କ, ହାଉସିଂ ବୋର୍ଡ ପାର୍କ, ହୀରାକୁଦ ପାର୍କ ନିର୍ମାଣ କରାଯାଇଛି । ସ୍ଵଚ୍ଛତା, ପରିଚ୍ଛନ୍ନତା ପାଇଁ ଘରକୁ ଘର ବୁଲି ବୁଲି ଅଳିଆ ସଂଗ୍ରହ କରାଯାଉଛି । ଦୁର୍ଗାପାଲିର ନୂଆ ଏସଏମସି ଅଫିସ ନିର୍ମାଣ କରାଯାଇଛି । ଲୋକଙ୍କ ଘରକୁ ପାଇପ ଜରିଆରେ ପାନୀୟ ଜଳ ଯୋଗାଣ କରାଯାଉଛି । ଶିକ୍ଷା ଭିତ୍ତିଭୂମି ସୁଦୃଢ କରିବାକୁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଭିଶୁଟ, ଭିମସାରରେ ଅନେକ ଉନ୍ନୟନମୂଳକ କାମ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ବୋନସ ପ୍ରଦାନ କରାଯାଇଛି । ସମ୍ବାଦପତ୍ର ବାଣ୍ଟୁଥିବା ହକର ମାନଙ୍କୁ ବୋନସ ପ୍ରଦାନ କରାଯାଇଛି । ସେହିଭଳି ସହରର ସମସ୍ତ ରାସ୍ତାରେ ଷ୍ଟ୍ରିଟ ଲାଇଟ୍ ଲଗାଯାଇଛି ।"

ଇଟିଭି ଭାରତ, ସମ୍ବଲପୁର

Last Updated :May 16, 2024, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.