ETV Bharat / business

Nifty Sets New Record: ପ୍ରଥମ ଥର ପାଇଁ 20 ହଜାର ମାର୍କ ଡେଇଁଲା ନିଫ୍ଟି

author img

By ETV Bharat Odisha Team

Published : Sep 11, 2023, 4:02 PM IST

Updated : Sep 11, 2023, 5:41 PM IST

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି
ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି

ସେୟାର ବଜାରରେ ଅହେତୁକ ଅଭିବୃଦ୍ଧି । 20000 ପଏଣ୍ଟ ଛୁଇଁଲା ନିଫ୍ଟି। ଅଧିକ ପଢ଼ନ୍ତୁ

20 ହଜାର ମାର୍କ ଡେଇଁଲା ନିଫ୍ଟି

ମୁମ୍ବାଇ: ସେୟାର ବଜାରରେ ଅହେତୁକ ଅଭିବୃଦ୍ଧି । 20000 ପଏଣ୍ଟ ଛୁଇଁଲା ନିଫ୍ଟି । ପୂର୍ବ କାରବାର ତୁଳନାରେ 180 ପଏଣ୍ଟ ବୃଦ୍ଧି ପାଇ ପ୍ରଥମ ଥର ପାଇଁ 20000 ମାର୍କୁ ବୃଦ୍ଧି ପାଇଛି ନିଫ୍ଟି। 50 ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି 21 ମାସ ଧରି 18000 ମାର୍କରେ ସ୍କେଲିଙ୍ଗ କରିବା ପରେ ପ୍ରଥମ ଥର ପାଇଁ 2023 ଜୁନ 28ରେ 19000 ସ୍ତର ଅତିକ୍ରମ କରିଥିଲା। ତେବେ ଏବେ 20000 ମାର୍କ ଅତିକ୍ରମ କରି ସେୟାର ବଜାର କରବାରରେ ରେକର୍ଡ କରିଛି। ଦିଲ୍ଲୀରେ ଆୟୋଜିତ G-20 ସମ୍ମିଳନୀର ସଫଳତା ପରେ ସୋମବାର ସେୟାର ବଜାର ପ୍ରାରମ୍ଭିକ କାରବାରରେ ଅଭିବୃଦ୍ଧି ଘଟିଥିବାର ଦେଖିବାକୁ ମିଳିଛି। ଉଭୟ ସେନସେକ୍ସ ଏବଂ ନିଫ୍ଟିରେ ବୃଦ୍ଧି ଘଟିଛି। 30 ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସରେ ମଧ୍ୟ 206.62 ପଏଣ୍ଟ ଅର୍ଥାତ 0.31 ପ୍ରତିଶତ ବୃଦ୍ଧି ଘଟି ଏହା 66805.52 ପଏଣ୍ଟରେ ପହଞ୍ଚିଛି।

ଏହା ମଧ୍ୟ ପଢ଼ନ୍ତୁ....short term investment: ଜାଣନ୍ତୁ କଣ ରହିଛି ବର୍ଷିକିଆ ଇନଭେଷ୍ଟମେଣ୍ଟ ଏବଂ ସେଭିଂ ଟିପ୍ସ

ଗତ ସପ୍ତାହରେ ଭାରତୀୟ ସେୟାର ବଜାରରେ ଦୁଇ ମାସ ମଧ୍ୟରେ କାରବାର ସର୍ବାଧିକ ହେବା ସହ କାରବାର ଉଚ୍ଚ ସ୍ତରରେ ଥିଲା। ସେପଟେ ଆଜିର କାରବାରରେ ଉଭୟ ସେନସେକ୍ସ ଏବଂ ନିଫ୍ଟିର କାରବାରରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ବିଏସଇ ସେନସେକ୍ସର ଟପ୍ 30 ସେୟାର ମଧ୍ୟରୁ 28ଟି ସେୟାର ଲାଭରେ କାରବାର କରିବା କରିଛି। ଏସବିଆଇ, ଆକ୍ସିସ ବ୍ୟାଙ୍କ, ମାରୁତି, HCL, ଟାଟା ମୋଟର୍ସ, ପାୱାର ଗ୍ରୀଡ଼, ଏସିଆନ ପେଣ୍ଟ, HDFC ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆଇଟିସି, ସନ ଫାର୍ମାର ସେୟାରରେ ରେକର୍ଡ ବୃଦ୍ଧି ଘଟିଛି। ତେବେ କେବଳ ଲାର୍ସେନ ଆଣ୍ଡ ଟ୍ୟୁବ୍ରୋ ଏବଂ ବଜାଜ ଫାଇନାନ୍ସର ସେୟାର କ୍ଷତିରେ କାରବାର କରିଛି । ସେପଟେ ଆଦାନୀ ପୋର୍ଟ ଏବଂ ଆଦାନୀ ଏଣ୍ଟରପ୍ରାଇଜର୍ସର ସେୟାରରେ ଯଥାକ୍ରମେ 7 ପ୍ରତିଶତ ଓ 4 ପ୍ରତିଶତ ବୃଦ୍ଧି ଘଟିଛି ।

ଅନ୍ୟପକ୍ଷେ ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିରେ ପ୍ରଥମ ଥର ପାଇଁ 20000 ମାର୍କ ଅତିକ୍ରମ କରି 20008 ପଏଣ୍ଟରେ କାରବାର କରିଛି। ନିଫ୍ଟି PSU ବ୍ୟାଙ୍କ ସୂଚକାଙ୍କ 3 ପ୍ରତିଶତ ବୃଦ୍ଧି ଘଟିଛି। ଏହା ପଛକୁ ନିଫ୍ଟି ମେଟାଲ ଓ ଅଟୋ ଇଣ୍ଡିକ୍ସରେ 1.7 ପ୍ରତିଶତ ଏବଂ ନିଫ୍ଟି ବ୍ୟାଙ୍କ୍‌ ଓ FMCG ଇଣ୍ଡିକ୍ସରେ 0.9 ପ୍ରତିଶତ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 11, 2023, 5:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.