ETV Bharat / business

short term investment: ଜାଣନ୍ତୁ କଣ ରହିଛି ବର୍ଷିକିଆ ଇନଭେଷ୍ଟମେଣ୍ଟ ଏବଂ ସେଭିଂ ଟିପ୍ସ

author img

By ETV Bharat Odisha Team

Published : Sep 6, 2023, 8:33 PM IST

ସ୍ବଳ୍ପ ମିଆଦି ବିନିଯୋଗ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ 7 ଦିନରୁ ଆରମ୍ଭ କରି 1 ବର୍ଷ ପର୍ଯ୍ୟନ୍ତ ଫିକ୍ସଡ୍‌ ଡିପୋଜିଟ ଉପରେ 3-5.75 ପ୍ରତିଶତ ସୁଧହାର ପ୍ରଦାନ କରିଥାଏ। ସେହିପରି HDFC ବ୍ୟାଙ୍କ 3-6 ପ୍ରତିଶତ ରିଟର୍ଣ୍ଣ ଦେଇଥାଏ । ଅଧିକ ପଢ଼ନ୍ତୁ

ସ୍ବଳ୍ପ ମିଆଦି ବିନିଯୋଗ
ସ୍ବଳ୍ପ ମିଆଦି ବିନିଯୋଗ

ନୂଆଦିଲ୍ଲୀ: ଲୋକମାନେ ଭବିଷ୍ୟତରେ ଆବଶ୍ୟକତା ପାଇଁ ଟଙ୍କା ସଂଚୟ କରି ରଖିଥାନ୍ତି। ତେବେ ସଂଚୟର ଅନେକ ମାଧ୍ଯମ ରହିଛ, ଯାହା ଆବଶ୍ୟକତା ଅନୁସାରେ ନିର୍ଦ୍ଧାରିତ ହୋଇଥାଏ। ଏମିତି ସଂଚୟର ସମୟ ସୀମା ଅଛି ଯାହା 7 ଦିନରୁ ଆରମ୍ଭ କରି 12 ମାସ ପର୍ଯ୍ୟନ୍ତ ଅଟେ। ଏହାକୁ ସର୍ଟ ଟର୍ମ ଇନ୍‌ଭେଷ୍ଟମେଣ୍ଟ ଅଥବା ସ୍ବଳ୍ପ ମିଆଦି ବିନିଯୋଗ କୁହାଯାଏ। ଏହି ସ୍ବଳ୍ପ ମିଆଦି ବିନିଯୋଗ ( short term investment) କରିବା ପାଇଁ ଅନେକ ମାଧ୍ୟମ ଅଛି। ତେବେ ସେହି ମାଧ୍ୟମ ବିସୟରେ ଜାଣନ୍ତୁ।

ତେବେ ଟଙ୍କା ସଂଚୟ ପାଇଁ ବ୍ୟାଙ୍କ ଡିପୋଜିଟ ଏକ ଭଲ ମାଧ୍ୟମ ଅଟେ। ବ୍ୟାଙ୍କରେ 7ଦିନ, 14 ଦିନ, 30 ଦିନ ଏବଂ 45 ଦିନ ଠାରୁ ଆରମ୍ଭ କରି ଏକ ବର୍ଷ ଅଥବା 10 ବର୍ଷ ପାଇଁ ଫିକ୍ସଡ୍‌ ଡିପୋଜିଟ (fixed deposit)କରିହେବ। ତେବେ ଫିକ୍ସଡ୍‌ ଡିପୋଜିଟର ସମୟ ସୀମା ବ୍ୟାଙ୍କ ଉପରେ ନିର୍ଭର କରେ। ଫିକ୍ସଡ୍‌ ଡିପୋଜିଟର ମ୍ୟାଚୁରିଟି ପିରିୟଡ ପୁରଣ ହେବା ପରେ ଟଙ୍କାକୁ ବ୍ୟାଙ୍କରୁ ଉଠାଇ ପୁଣିଥରେ ନିବେଶ କରିପାରିବେ। କିଛି ବ୍ୟାଙ୍କରେ ଫିକ୍ସଡ୍‌ ଡିପୋଜିଟର ମ୍ୟାଚୁରିଟି ପୂର୍ବରୁ ଟଙ୍କା ଉଠାଇବାର ଅନୁମତି ଦିଆଯାଏ ନାହିଁ। ସେପଟେ ଫିକ୍ସଡ୍‌ ଡିପୋଜିଟରେ ମିଳୁଥିବା ସୁଧହାର ବ୍ୟାଙ୍କ ଉପରେ ନିର୍ଭର କରେ। ଉଦାହରଣ ସ୍ବରୁପ- ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ 7 ଦିନରୁ ଆରମ୍ଭ କରି 1 ବର୍ଷ ପର୍ଯ୍ୟନ୍ତ ଫିକ୍ସଡ୍‌ ଡିପୋଜିଟ ଉପରେ 3-5.75 ପ୍ରତିଶତ ସୁଧହାର ପ୍ରଦାନ କରିଥାଏ। ସେହିପରି HDFC ବ୍ୟାଙ୍କ 3-6 ପ୍ରତିଶତ ରିଟର୍ଣ୍ଣ ଦେଇଥାଏ।

ଏହା ମଧ୍ୟ ପଢନ୍ତୁ...ମଣିପୁରରେ SBIର ବଡ଼ ଘୋଷଣା, ଲୋନ୍‌ ନୋଇଥିବା ଗ୍ରାହକଙ୍କୁ ମିଳିବ ରିହାତି

ତେବେ ଗୋଟିଏ କମ୍ପାନୀ ଦ୍ବାରା କରାଯାଇଥିବା ଫିକ୍ସଡ୍‌ ଡିପୋଜିଟ ବ୍ୟାଙ୍କ ଫିକ୍ସଡ୍‌ ଡିପୋଜିଟର ତୁଳନାରେ ଅଧିକ ବିପଦ ହୋଇଥାଏ। କମ୍ପାନୀର ଡିଫଲ୍ଟ ହେବା ସ୍ଥିତିରେ ଏହାର ଆସେଟ ଉପରେ ଜମାକାରୀମାନଙ୍କର ଅଧିକରା ରହିଥାଏ। ତେବେ ମ୍ୟାନୁଫାକ୍ଚରିଂ କମ୍ପାନୀ ଏବଂ ନନ୍‌- ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ ଗୁଡିକ ସର୍ଟ ଟର୍ମ ଟେନୁଅର ପାଇଁ ଫିକ୍ସଡ୍‌ ଡିପୋଜିଟ କରିଥାନ୍ତି। ଏହି କମ୍ପାନୀ ଗୁଡିକରେ ନିବେଶ କରିବା ପୂର୍ବରୁ ଏହାର ରେଟିଂକୁ ଯାଞ୍ଚ କରିବା ଉଚିତ ଯାହା CRISIR, CARE ଏବଂ ICAR ଭଳି ରେଟିଂ ଏଜେନ୍ସିଙ୍କ ଦ୍ବାରା ଦିଆଯାଇଥାଏ। କମ୍ପାନୀ ଫିକ୍ସିଡ୍‌ ଡିପୋଜିଟି ଉପରେ ICICI Home Finance 1 ବର୍ଷର ଫିକ୍ସିଡ୍‌ ଡିପୋଜିଟି ଉପରେ 7 ପ୍ରତିଶତ ରିଟର୍ଣ୍ଣ ଦେଇଥାଏ । ସେହିପରି Manipaal Housing Finance Syndicate 8.25 ପ୍ରତିଶତର ରିଟର୍ଣ୍ଣ ଦେଇଥାଏ । ତେବେ ଏଥିରେ ସବୁଠାରୁ ବଡ଼ କଥା ହେଉଛି ଯେ, ଫିକ୍ସିଡ୍‌ ଡିପୋଜିଟିର ମ୍ୟଚୁରିଟି ପୂର୍ବରୁ ଟଙ୍କା ଉଠାଉ ପରିବେ। କିନ୍ତୁ ଏଥିପାଇଁ କମ୍ପାନୀର ନିୟମ ଅନୁଯାୟୀ ପେନାଲ୍ଟି ଦେବାକୁ ପଡ଼ିବ।

ବ୍ୟାଙ୍କ ଭଳି ପୋଷ୍ଟ ଅଫିସରେ ମଧ୍ୟ ଟର୍ମ ଡିପୋଜିଟ କରିବାର ସୁବିଧା ରହିଛି। ଯାହା 1 ବର୍ଷ, 2ବର୍ଷ, 3ବର୍ଷ ଏବଂ 5 ବର୍ଷ ପାଇଁ କରାଯାଇଥାଏ। 'ଇଣ୍ଡିଆନ ପୋଷ୍ଟ ଓ୍ବେବସାଇଟ୍‌' ଅନୁସାରେ ଫିକ୍ସଡ୍‌ ଡିପୋଜିଟ ଜମା କରିବା ତାରିଖ ଠାରୁ 6ମାସ ପୂର୍ବରୁ ଜମା ଟଙ୍କାକୁ ଉଠାଇ ପାରିବେ ନାହିଁ । ଯଦି ଜମାକାରୀର ଖାତା 6ମାସ ପରେ କିମ୍ବା 1ବର୍ଷ ପୂର୍ବରୁ ବନ୍ଦ ହୋଇଯାଏ ତେବେ ପୋଷ୍ଟ ଅଫିସ ସଂଚୟ ଉପରେ ସୁଧ ମିଳିବ, ଯାହା ପ୍ରତି 3ମାସରେ ହିସାବ କରାଯାଏ ଏବଂ ବାର୍ଷିକ ଭିର୍ତ୍ତିରେ ସୁଧ ଦିଆଯାଏ । ତେବେ 2023 ସେପ୍ଟେମ୍ବର 30 ପର୍ଯ୍ୟନ୍ତ 1 ବର୍ଷ ପାଇଁ POTD ଉପରେ 6.9 ପ୍ରତିଶତ ରିଟର୍ଣ୍ଣ ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.