ETV Bharat / business

ମଣିପୁରରେ SBIର ବଡ଼ ଘୋଷଣା, ଲୋନ୍‌ ନୋଇଥିବା ଗ୍ରାହକଙ୍କୁ ମିଳିବ ରିହାତି

author img

By

Published : Aug 18, 2023, 7:51 PM IST

ମଣିପୁରରେ ହିଂସାରେ ପ୍ରଭାବିତ ଲୋକମାନଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। ଅଧିକ ପଢ଼ନ୍ତୁ

SBIର ବଡ଼ ଘୋଷଣା
SBIର ବଡ଼ ଘୋଷଣା

ଇମ୍ଫାଲ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଆଣିଲା ଏକ ବଡ଼ ଖୁସି ଖବର । ମଣିପୁରରେ ହିଂସାରେ ପ୍ରଭାବିତ ଲୋକମାନଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ । SBI ଗ୍ରାହକମାନେ ନେଇଥିବା ଋଣ ଉପରେ ରିହାତି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଛି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ।

ତେବେ ଏହି ରିହାତି ପ୍ୟାକେଜରେ ଋଣ ପରିଶୋଧ ଆଇନ ଅନୁଯାୟୀ 12 ମାସ ପର୍ଯ୍ୟନ୍ତ ସମାନ ମାସିକ କିସ୍ତି, ସୁଧ ଦେୟ ଏବଂ ଅନ୍ୟାନ କିସ୍ତିଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି । ତେବେ SBIର ମଣିପୁର ଆଞ୍ଚଳିକ ଅଫିସର ବିଜ୍ଞପ୍ତି ଅନୁସାରେ, ଏହି ରିହାତି କେବଳ ସେହି ଋଣ ନେଇଥିବା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନଙ୍କର ଆକାଉଣ୍ଟ 2023 ମେ3 ସୁଦ୍ଧା ନନ୍‌-ପଫର୍ମିଙ୍ଗ୍‌ ଆସେଟ ଘୋଷଣା ହୋଇନଥିବ। ଏହି ରିହାତି ପ୍ୟାକେଜକୁ 2023 ମେ 4 ଆସେସ୍‌ମେଣ୍ଟ ତାରିଖ ଅନୁସାରେ କାର୍ଯକାରୀ କରାଯିବ । ତେବେ SBI ଦ୍ବାରା ପ୍ରଦାନ କରାଯାଇଥିବା ଏହି ରିହାତିର ଲାଭ ଉଠାଇବାକୁ ହେଲେ ଋଣ ନେଇଥିବା ଗ୍ରାହକମାନେ ନିଜ ଆକାଉଣ୍ଟ ଥିବା SBI ଶାଖାକୁ ଯାଇ ଏହାକୁ ଆବେଦନ କରିପାରିବେ। ତେବେ ଏଥିପାଇଁ ଆବେଦନ କରିବାର ଶେଷ ତାରିଖ 2023 ଅଗଷ୍ଟ 31 ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ......Life Insurance Policy: ୫ ଲକ୍ଷରୁ ଅଧିକ ପ୍ରିମିୟମ ଯୁକ୍ତ ଜୀବନ ବୀମା ପାଇଁ ଆସିଲା ନୂଆ ନିୟମ

SBIର ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ମଣିପୁରରେ ହିଂସା କାରଣରୁ ଋଣ ନେଇଥିବା ଗ୍ରାହକମାନଙ୍କୁ ବ୍ୟବସାୟରେ ଅନେକ ଅସୁବିଧାର ସୁମ୍ମୁଖିନ ହେବାକୁ ପଡ଼ୁଛି। ତେବେ SBIର ଏହି ରିହାତି ପ୍ୟାକେଜ ଗ୍ରାହକମାନଙ୍କୁ ଅନେକ ସହାୟତା ଯୋଗାଇବ । ଏହାସହ ଋଣ ନେଇଥିବା ଗ୍ରାହକ, ଯେଉଁମାନେ ମଣିପୁର ହିଂସାରେ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ପାଇଁ ଏହି ରିହାତି ପ୍ୟାକେଜ ଏକ ସ୍ବାଗତଯୋଗ୍ୟ ପଦକ୍ଷପ ହେବ। ତେବେ SBIଦ୍ବାରେ ନିଆଯାଇଥିବା ଏହି ପଦକ୍ଷପ ଋଣ ନେଇଥିବା ଗ୍ରାହକମାନଙ୍କୁ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଅର୍ଥ କାରବାରରେ ସାହାର୍ଯ୍ୟ କରିବା ନେଇ ଜଣେ SBI ଅଧିକରୀ ସୂଚନା ଦେଇଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ......Repo Rate: ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ

ଏପଟେ ଆଜି (ଶୁକ୍ରବାର) ସେୟାର ବଜାରର ବାଣିଜ୍ୟ କାରବାରରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଲାଭରେ ଥିବା ସହ ଏହାର ପ୍ରତି ସେୟାରର ମୂଲ୍ୟ 572.95 ରହିଥିଲା, ଯାହା ପୂର୍ବ ତୁଳନାରେ 0.14 ପ୍ରତିଶତ ବୃଦ୍ଧି ହେବା ସହ ସେୟାର ବଜାର କାରବାର ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.