ETV Bharat / bharat

ଭୁଶୁଡିଲା ଦୁଇ ମହଲା ବିଲ୍ଡିଂର ସ୍ଲାବ, ଶିଶୁ ସମେତ 2 ମୃତ

author img

By ETV Bharat Odisha Team

Published : Sep 3, 2023, 11:26 AM IST

building slab collapse at Bhiwandi
building slab collapse at Bhiwandi

ମହାରାଷ୍ଟ୍ର ଭିୱଣ୍ଡିରେ ଭୁଶୁଡିଲା ଦୁଇ ମହଲା ବିଲ୍ଡିଂର ସ୍ଲାବ । 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ଭିୱଣ୍ଡିରେ ଅଘଟଣ । ଏକ ଦୁଇ ମହଲା ବିଲ୍ଡିଂର ସ୍ଲାବ ଭୁଶୁଡିବାରୁ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ । ଶନିବାର ବିଳମ୍ବିତ ରାତିରେ ଗୁରିପଡା ସାହିଲ ହୋଟେଲ ଅଞ୍ଚଳରେ ଥିବା ଅବଦୁଲ ବରୀ ଜନବ ନାମତ ଦୁଇ ମହଲା ବିଲ୍ଡିଂ ସ୍ଲାବ ହଠାତ ଭୁଶୁଡି ପଡିଥିଲା । ଦୁଇ ମୃତକଙ୍କ ମଧ୍ୟରେ ଏକ ଆଠ ମାସରେ ଶିଶୁ ରହିଛି ।

ଏହା ମଧ୍ୟ ପଢନ୍ତୁ-Gujarat: ବିଲ୍ଡିଂର କଲୋନୀ ଭୁଶୁଡି ମହିଳା ମୃତ, 17 ଆହତ

ଅବଦୁଲ ବରୀ ଜନବ କୋଠାଟି ପ୍ରାୟ 40 ବର୍ଷ ପୁରୁଣା । ବିପଦଜନକ ଅବସ୍ଥାରେ କୋଠାଟି ରହିଥିଲା । କୋଠାର ତଳ ମହଲାରେ ଏକ କପଡା ତିଆରି କାରଖାନା ରହିଥିଲା ଏବଂ ଉପର ମହଲାରେ ଏକ ପରିବାର ରହୁଥିଲେ । ବିଲ୍ଡିଂର ପଛ ପାର୍ଶ୍ୱରେ ଥିବା ସ୍ଲାବ୍ ହଠାତ୍ ଗତକାଲି ମଧ୍ୟରାତ୍ରିରେ ଖସିପଡିଥିଲା । ଫଳରେ ଗୋଟିଏ ପରିବାର ଭଙ୍ଗା କାନ୍ଥତଳେ ଚାପି ହୋଇଯାଇଥିଲେ । ଏନେଇ ଖବର ପାଇ ପୋଲିସ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ ବାହୀନି ଭଙ୍ଗା ଘରୁ 7ଜଣଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କ ମଧ୍ୟକୁ 4 ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । କାହିଁକିନା ଏବେ ମଧ୍ୟ କଛି ଲୋକ ବିଲ୍ଡିଂ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-Godown Collapses in Bhiwandi: ଭିୱଣ୍ଡିରେ ଭୁଶୁଡିଲା ଗୋଦାମ, ୪ ମୃତ ଫସି ରହିଛନ୍ତି ଅନେକ

ଗତ ଏପ୍ରିଲ ମାସରେ ମହାରାଷ୍ଟ୍ର ଥାନେ ଜିଲ୍ଲାର ଭିୱଣ୍ଡିରେ ୨ ମହଲା ଗୋଦାମ ଭୁଶୁଡି ପଡିଥିଲା । ଫଳରେ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅନେକ ଆହତ ହୋଇଥିବା ବେଳେ ଉଦ୍ଧାର ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମନକୋଲି ଭାଲପଡା ବର୍ଦ୍ଧମାନ ଅଞ୍ଚଳରେ ଥିବା ଏକ ଦୁଇ ମହଲା ବିଶିଷ୍ଟ ଗୋଦାମ ଭୁଶୁଡ଼ି ପଡିଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା । ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୃତକଙ୍କ ପରିବାରଙ୍କୁ 5ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯିବା ସହ ଆହତମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ମାଗଣାରେ ଯୋଗାଇ ଦିଆଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.