ETV Bharat / bharat

Godown Collapses in Bhiwandi: ଭିୱଣ୍ଡିରେ ଭୁଶୁଡିଲା ଗୋଦାମ, ୪ ମୃତ ଫସି ରହିଛନ୍ତି ଅନେକ

author img

By

Published : Apr 30, 2023, 8:35 AM IST

ଭିୱଣ୍ଡିରେ ୨ମହଲା ବିଶିଷ୍ଟ ଗୋଦାମ ଭୁଶୁଡି ୪ ମୃତ । ୧୦ରୁ ୧୨ଜଣ ଫସି ରହିଥିବା ସୂଚନା । ଅଧିକ ପଢନ୍ତୁ

godown collapses in Bhiwandi
godown collapses in Bhiwandi

ମୁମ୍ବାଇ: ଭୁଶୁଡିଲା ଗୋଦାମ । ଦୁଇ ମହଲା ବିଶିଷ୍ଟ ଗୋଦାମ ଭୁଶୁଡିବା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଫସି ରହିଥିବା ଜଣାପଡିଛି । ଏହାସହ ୧୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗତକାଲି(ଶନିବାର) ଅପରାହ୍ନ ସମୟରେ ମହାରାଷ୍ଟ୍ର ଥାନେ ଜିଲ୍ଲାର ଭିୱଣ୍ଡିରେ ଏହି ଦୁର୍ଘଟଣା ଘଟିଛି । ତେବେ ବର୍ତ୍ତମାନ ଯାଏଁ ମଧ୍ୟ ୧୦ରୁ ୧୨ ଜଣ ଫସି ରହିଥିବା ଜଣାପଡିଛି । ଏନେଇ ସିଭିଲ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଅନୁସାରେ, ଗତକାଲି(ଶନିବାର) ପ୍ରାୟ ୧ଟା ୪୫ ମିନିଟ ସମୟରେ ମନକୋଲି ଭାଲପଡା ବର୍ଦ୍ଧମାନ ଅଞ୍ଚଳରେ ରହିଥିବା ଏକ ଗୋଦାମ ଭୁଶୁଡି ଯାଇଥିଲା । ଭୁଶୁଡିବା ସମୟରେ ତଳ ମହଲାରେ ମୁଲିଆମାନେ କାମ କରୁଥିବା ବେଳେ ଉପର ମହଲାରେ ୪ଜଣ ପରିବାର ରହିଥିଲେ । ଏନେଇ ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ସେଲ୍ ମୁଖ୍ୟ ଅଭିନାଶ ସାଓ୍ବନ୍ତ ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସନ୍ଧାନୀ କୁକୁରକୁ ମଧ୍ୟ ନିୟୋଜିତ କରାଯାଇଥିବା ସୂଚନା ଦିଆଯାଇଛି । ତେବେ ଖବର ମିଳିବା ବେଳକୁ ୧୦ ରୁ ୧୨ଜଣ ଫସିରହିଥିବା ନେଇ ସୂଚନା ମିଳିଥିଲା ।

ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ସେଲ୍ ମୁଖ୍ୟଙ୍କ କହିବା ଅନୁସାରେ, "ଜଣେ ୪୦ବର୍ଷୀୟ ଯୁବକ ଏବଂ ୨୬ ବର୍ଷୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ୧୦ରୁ ୧୨ଜଣ କୋଠା ତଳେ ଚାପି ହୋଇ ରହିଛନ୍ତି ।"

ଏହା ମଧ୍ୟ ପଢନ୍ତୁ: Mass Shooting In US: ଗୁଳି ଫୁଟାଇବାକୁ ବାରଣ କରିବାକୁ ପରିବାରର 5 ଜଣଙ୍କୁ ଗୁଳି କଲା ପଡୋଶୀ

ଏହା ମଧ୍ୟ ପଢନ୍ତୁ: Mann Ki Baat: ଆଜି 100ତମ ମନ୍ କି ବାତରେ ସ୍ବତନ୍ତ୍ର ପ୍ରସ୍ତୁତି, ବିଶ୍ବ ଶୁଣିବ ମୋଦିଙ୍କ ମନ କଥା

ତେବେ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୃତକଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବା ବେଳେ ଆହତମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ଏହାସହ ରେସ୍କ୍ୟୁ ଅପରେସନକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନଡିଆରଫ, ଏସଡିଆରଫ ଏବଂ ୧୦ଜଣ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଥାନେ ଜିଲ୍ଲାପାଳ ଅଶୋକ ସିଙ୍ଗାରେ, କେନ୍ଦ୍ରମନ୍ତ୍ରୀ କପିସ ପାଟିଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.