ETV Bharat / bharat

Gujarat: ବିଲ୍ଡିଂର କଲୋନୀ ଭୁଶୁଡି ମହିଳା ମୃତ, 17 ଆହତ

author img

By

Published : Aug 2, 2023, 8:35 PM IST

Gujarat: ବିଲ୍ଡିଂର କଲୋନୀ ଭୁଶୁଡି ମହିଳା ମୃତ, 17 ଆହତ
Gujarat: ବିଲ୍ଡିଂର କଲୋନୀ ଭୁଶୁଡି ମହିଳା ମୃତ, 17 ଆହତ

ଗୁଜୁରାଟ ଭାବନଗରରେ ଭୁଶୁଡିଲା କୋଠାର ବାଲକୋନୀ । ମହିଳା ମୃତ, 17 ଆହତ ସୂଚନା । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟ ଭାବନଗରରେ ଏକ 7 ମହଲା ବିଶିଷ୍ଟ ବିଲ୍ଡିଂର ଦୁଇଟି ବାଲକୋନୀ ଭୁଶୁଡିପଡିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ 17 ଜଣ ଆହତ ହୋଇଥିବା ସୂଚନା ମିଲିଛି । ବିଲ୍ଡିଂର ପ୍ରଥମ ଓ 2ୟ ମହଲାର ବାଲକୋନୀ ଭୁଶୁଡି ପଡିଛି । କଂକ୍ରିଟ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ପ୍ରାୟ 17 ଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭାବନଗର ମହାନଗର କମିଶନର କହିଛନ୍ତି, ମାଧବ ହିଲ୍ସ କମ୍ପେଲେକ୍ସର ଏହି ଅଘଟଣରେ ପ୍ରାଣ ହରାଇଥିବା ମହିଳାଙ୍କ ନାମ ହାନ୍ସବେନ ଜାମୁଦ । ଆହତମାନେ ଏହି ଘରର ତଳେ ଛିଡା ହୋଇଥିବା ବେଳେ ଅଘଟଣ ଘଟିଥିଲା । ଏହି ବହୁତଳ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ମାର୍କେଟ କମ୍ପ୍ଲେକ୍ସ ଥିବାରୁ ଲୋକେ ଛିଡା ହୋଇଥିଲେ । ଏହି ଅଘଟଣ ପରେ ସ୍ଥାନୀୟ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । ବାଲକୋନୀଟି ଦୁର୍ବଳ ଅବସ୍ଥାରେ ଥିବା କାରଣରୁ ଏହା ଭୁଶୁଡ଼ି ପଡ଼ିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି ବିଲ୍ଡିଂରେ ସ୍ଥିତି ଅନୁଧ୍ୟାନ କରିବା ସହ ସମ୍ପୂର୍ଣ୍ଣ କୋଠାକୁ ଖାଲି କରିଛନ୍ତି ।

ତେବେ ବିଲ୍ଡିଂର ଅନ୍ୟ କୌଣସି ଅଂଶ କ୍ଷତିଗ୍ରସ୍ତ ହୋଇନଥିବା ବେଳେ କେବଳ ଦୁଇଟି ବାଲକୋନୀ ହିଁ ଭୁଶୁଡି ପଡିଛି । ସ୍ଥାନୀୟ ନଗରପାଳିକା ଭଗ୍ନାବଶେଷ ହଟାଇବା କାର୍ଯ୍ୟ କରିଛି । ଏବେ ବିଲ୍ଡିଂର ଅନୁଧ୍ୟାନ ଜାରି ରଖିଛି ପ୍ରଶାସନ । ସ୍ଥିତି ଯାଞ୍ଚ କରିବା ପରେ ସେପରି କିଛି ଦୁର୍ବଳ ଅଂଶ ନଜର ଆସିଲେ ଏହାକୁ ଅସୁରକ୍ଷିତ କୋଠା ଭାବେ ମଧ୍ୟ ଘୋଷଣା କରାଯାଇପାରେ ବୋଲି ସ୍ଥାନୀୟ କମିଶନର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Gujarat: ଜୁନାଗଡ଼ରେ ଭୁଶୁଡିଲା ବିଲ୍ଡିଂ, ଅନେକ ଫସି ରହିଥିବା ଆଶଙ୍କା

ଗତମାସ (ଜୁଲାଇ) 24 ତାରିଖରେ ଗୁଜୁରାଟର ଜୁନାଗଡ଼ରେ ପ୍ରବଳ ବର୍ଷା ପରେ ଏକ ଦୁଇ ମହଲା ଅଟ୍ଟାଳିକା ଭୁଶୁଡ଼ି ପଡିଥିଲା । ଏଥିରେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ ହୋଇଥିଲା । ଏକାଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଫାଏର ଟିମ୍‌, NDRF ଟିମ୍‌, ପୋଲିସ ସହ ମେଡିକାଲ ଟିମ୍‌ ଏହି ଉଦ୍ଧାର ଅପରେସନରେ ସାମିଲ ହୋଇଥିଲା । ପ୍ରବଳ ବର୍ଷା ପରେ ମୁଳଦୁଆ ଦୁର୍ବଳ ହୋଇପଡିବା କାରଣରୁ ଏହି ଅଘଟଣ ଘଟିଥିଲା । ଚଳିତ ବର୍ଷ ବର୍ଷାରେ ଗୁଜୁରାଟର ଏକାଧିକ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଜୁନାଗଡ ସର୍ବାଧିକ ପ୍ରଭାବିତ ହୋଇଥିଲା । ଅନେକ ଗାଈଗୋରୁ, କାର ଓ ଘର ମଧ୍ୟ ଭାସି ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.