ETV Bharat / bharat

Gujarat: ଜୁନାଗଡ଼ରେ ଭୁଶୁଡିଲା ବିଲ୍ଡିଂ, ଅନେକ ଫସି ରହିଥିବା ଆଶଙ୍କା

author img

By

Published : Jul 24, 2023, 3:25 PM IST

Updated : Jul 25, 2023, 10:30 AM IST

ଗୁଜୁରାଟ ଜୁନାଗଡ଼ରେ ପ୍ରବଳ ବର୍ଷା ପରେ ଭୁଶୁଡିଲା ଦୁଇମହଲା କୋଠା । ଅନେକ ଫସି ରହିଥିବା ଆଶଙ୍କା । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି । ଅଧିକ ପଢନ୍ତୁ

Gujarat: ଜୁନାଗଡରେ ଭୁଶୁଡିଲା ବିଲ୍ଡିଂ, ଅନେକ ଫସି ରହିଥିବା ଆଶଙ୍କା
Gujarat: ଜୁନାଗଡରେ ଭୁଶୁଡିଲା ବିଲ୍ଡିଂ, ଅନେକ ଫସି ରହିଥିବା ଆଶଙ୍କା

ଗାନ୍ଧୀନଗର: ଗୁଜୁରାଟର ଜୁନାଗଡ଼ରେ ପ୍ରବଳ ବର୍ଷା ଫଳରେ ଆଜି ଏକ ଦୁଇ ମହଲା ଅଟ୍ଟାଳିକା ଭୁଶୁଡ଼ି ପଡିଛି । ଏଥିରେ ବହୁଲୋକ କୋଠାର ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଛି । ଆହତଙ୍କ ସଂଖ୍ୟା ସମ୍ପର୍କରେ ଜଣାପଡିନଥିଲେ ସୁଦ୍ଧା ଗୋଟିଏ ପରିବାର 3 ଜଣଙ୍କ ସମେତ ମୋଟ 4 ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଟ୍ଟାଳିକାରେ ଏକାଧିକ ପରିବାର ବସବାସ କରୁଥିବା ସହ କିଛି ଦୋକାନ ମଧ୍ୟ ଥିବା ସୂଚନା ମିଳିଛି । ଫାଏର ଟିମ୍‌, NDRF ଟିମ୍‌, ପୋଲିସ ସହ ମେଡିକାଲ ଟିମ୍‌ ଏହି ଉଦ୍ଧାର ଅପରେସନରେ ସାମିଲ ହୋଇଛନ୍ତି ।

ବିଲ୍ଡିଂ ଭଗ୍ନାବଶେଷ ତଳୁ ଉଦ୍ଧାରକାରୀ ଦଳ ଗୋଟିଏ ପରିବାରର ବାପା ଓ ଦୁଇ ପୁଅଙ୍କ ମୃତଦେହ ଉଦ୍ଧାର କରିଛି । ଏହାସହ ଜଣେ ଶ୍ରମିକର ମୃତଦେହ ମଧ୍ୟ ଉଦ୍ଧାର ହୋଇଛି । ଜୁନାଗଡ ସମେତ ଗୁଜୁରାଟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ପରେ ସଙ୍ଗୀନ ସ୍ଥିତି ସୃଷ୍ଟି ହୋଇଥିଲା । ପ୍ରବଳ ବର୍ଷାଜଳରେ ସହରର ବିଲ୍ଡିଂଗୁଡିକର ଗ୍ରାଉଣ୍ଡ ଫ୍ଲୋର ମଧ୍ୟ ବୁଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଆଜି ପୂର୍ବାହ୍ନରେ କାଦିଓ୍ବାଦ ଏରିଆରେ ଥିବା ଏହି ଦୁଇ ମହଲା କୋଠାଟି ଭୁଶୁଡି ପଡିଥିଲା । ସୂଚନା ପାଇଁ ସ୍ଥାନୀୟ ଅଗ୍ନିଶମ ଟିମ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ପୋଲିସ ମେଡିକାଲ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Gujarat : ପ୍ରବଳ ବର୍ଷା ପରେ କୃତ୍ରିମ ବନ୍ୟା, ଭାସିଗଲେ ଗାଈ ମଇଁଷି ଓ ଗାଡି ମୋଟର

ଉତ୍ତର ଭାରତ ପରେ ଏବେ ପଶ୍ଚିମ ଭାରତରେ ପ୍ରବଳ ବର୍ଷାରେ ସ୍ଥିତି ବେହାଲ । ଦୁଇ ଦିନ ତଳେ ଜୁନାଗଡରେ ପ୍ରବଳ ବର୍ଷା ପରେ କୃତ୍ରିମ ବନ୍ୟାରେ ଏଥିରେ ଏକାଧିକ ଗାଈଗୋରୁ, ମଇଁଷି ଓ ଗାଡ଼ି ମୋଟର ଭାସିଯାଇଥିଲେ । ପ୍ରବଳ ବର୍ଷାଜଳ ସ୍ରୋତରେ ଅନେକ ମଇଁଷି ଓ ଗାଡି ମୋଟର, ଉଠା ଦୋକାନ ସବୁ ଭାସି ଯାଉଥିବାର ଦେଖିବାକୁ ମିିଳିଥିଲା । ରାସ୍ତା ଉପରେ ନଦୀସ୍ରୋତ ପରି ବର୍ଷାଜଳ ପ୍ରବାହିତ ହେଉଥିଲା । ଅନେକ ସ୍ଥାନରେ ଘର ମଧ୍ୟ ଭାଙ୍ଗିଥିଲା । ଲୋକେ ଗ୍ରାଉଣ୍ଡ ଫ୍ଲୋର ଛାଡି ଉପର ମହଲାରେ ଆଶ୍ରୟ ନେଇଇଥିଲେ ।

ମୌସୁମୀ ପ୍ରାରମ୍ଭରେ ଉତ୍ତର ଭାରତରେ ପ୍ରବଳ ବର୍ଷା ପରେ ଏକାଧିକ ରାଜ୍ୟରେ ସ୍ଥିତି ସଙ୍ଗୀନ ହୋଇପଡ଼ିଥିଲା । ହିମାଚଳ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ମଧ୍ୟ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏବେ ଏସବୁ ରାଜ୍ୟରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ପଶ୍ଚିମ ଭାରତରେ ବର୍ଷା ଜାରି ରହିଛି । ବିଶେଷ ଭାବେ ଗୁଜୁରାଟ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ପରେ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 25, 2023, 10:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.