ETV Bharat / bharat

TOP NEWS 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 27, 2022, 3:07 PM IST

ନଜର ପକାନ୍ତୁ 3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତି ଯାଞ୍ଚ ପାଇଁ ପୁରୀରେ ASI ଟିମ

ପୁରୀରେ ପହଞ୍ଚିଲେ ଏଏସଆଇ ଟିମ । ଅତିରିକ୍ତ ଡିଜିଙ୍କ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତି ଯାଞ୍ଚ କରିବ ଏହି ଟିମ ।

2.ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ, ଆନ୍ଦୋଳନକୁ ଓହ୍ଲାଇଲା ପ୍ରାଥମିକ ଶିକ୍ଷକ ସଂଘ

ରାଜଧାନୀରେ ହଜାର ହଜାର ଶିକ୍ଷକଙ୍କ ମେଳି । 3 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ।

3.Gujarat Poll: ସୁରଟରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦି-କେଜ୍ରିୱାଲ

ଆଉ ମାତ୍ର ଚାରିଦିନ ପରେ ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଭୋଟ ହାତେଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅରବିନ୍ଦ କେଜ୍ରିୱାଲ ସୁରଟରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି ।

4.କଳାହାଣ୍ଡିରେ ଜନ୍ମନେଲା ଅଦ୍ଭୁତ ଶିଶୁ

କଳାହାଣ୍ଡି ଜିଲ୍ଲା ତାସୀଗୁଡା ଗ୍ରାମରେ ଜନ୍ମ ନେଇଛି ଅସ୍ବାଭାବିକ ଶିଶୁ । ଶିଶୁଟିର ଶରୀର ଓ ମୁଣ୍ଡଟି ସାଧାରଣ ଶିଶୁରୁ ଅଧିକ ବଡ଼ ଥିବାବେଳେ ଆଖି ଡୋଳା ବାହାରକୁ ବାହାରିଥିବା ଦେଖିବାକୁ ମିଳିଛି ।

5.ଜେଲ୍‌ରେ ଅୟସ କରୁଛନ୍ତି ଆପ୍ ମନ୍ତ୍ରୀ, ପୁଣି ଆସିଲା ଭିଡିଓ

ସାମ୍ନାକୁ ଆସିଛି ଆପ୍ ମନ୍ତ୍ରୀଙ୍କୁ ଭିଭିଆଇପି ସୁବିଧାର ଆଉ ଏକ ଭିଡିଓ । ୮ରୁ ୧୦ ଜଣ ଲୋକ ମନ୍ତ୍ରୀଙ୍କ ସେବାରେ ଲାଗିଥିବାର ଭିଡିଓ ସେୟାର କରି କହିଲା ବିଜେପି ।

6.G20ରେ ସଭାପତିତ୍ବ କରିବା ଭାରତ ପାଇଁ ସୁଯୋଗ: ପ୍ରଧାନମନ୍ତ୍ରୀ

ମନ କି ବାତ କାର୍ଯ୍ୟକ୍ରମ 100ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି । ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ G20ରେ ସଭାପତିତ୍ବ କରିବା ଭାରତ ପାଇଁ ସୁଯୋଗ ବୋଲି ମୋଦି କହିଛନ୍ତି ।

7.ସ୍ଥାୟୀ ନିଯୁକ୍ତି ଦାବି, ହକ ପାଇଁ ରାଜରାସ୍ତାରେ ଆଶାକର୍ମୀ

ରାଜଧାନୀରେ ଆଶାକର୍ମୀଙ୍କ ମେଳି । ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଆଶାକର୍ମୀ ।

8.ଦିଦିଙ୍କୁ ଶୁଭେନ୍ଦୁଙ୍କ ଖୋଲା ଚାଲେଞ୍ଜ: ଲାଗୁ ହେବ CAA, ସାହାସ ଅଛି ତ ଅଟକାଇ ଦେଖାନ୍ତୁ

ପୁଣି ଜୋର ଧରିଲା CAA ତାତି। ରାଜ୍ୟରେ ନାଗରିକତା ସଂଶୋଧନ ଆଇନ(CAA) ଲାଗୁ ହେବ। ଯଦି ସାହସ ଅଛି, ଏହାକୁ ବନ୍ଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ଚାଲେଞ୍ଜ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।

9.IND vs NZ 2st ODI: ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ, ବ୍ୟାଟିଂ କରିବ ଭାରତ

୩ ଟିକିଆ ଦିନିକିଆ ସିରିଜରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ ।

10.Puneet Issar email hacking case: ଜଣକୁ ବାନ୍ଧିଲା ମୁମ୍ବାଇ ପୋଲିସ

ଅଭିନେତା ପୁନିତ ଇସାରଙ୍କ ଇମେଲ ଆକାଉଣ୍ଟ ହ୍ୟାକ ମାମଲାରେ ଜଣକୁ ବାନ୍ଧିଲା ଓସିଓ୍ବାରା ପୋଲିସ( Oshiwara Police Cyber Crime Case )। ଗିରଫ ଅଭିଯୁକ୍ତ ଜଣକ ମୁମ୍ବାଇ ମାଧ ଅଞ୍ଚଳର ଅଭିଷେକ ସୁଶିଲ କୁମାର ନାରାୟଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.