ETV Bharat / state

ସ୍ଥାୟୀ ନିଯୁକ୍ତି ଦାବି, ହକ ପାଇଁ ରାଜରାସ୍ତାରେ ଆଶାକର୍ମୀ

author img

By

Published : Nov 27, 2022, 12:06 PM IST

Updated : Nov 27, 2022, 12:22 PM IST

asha workers protest in bhubaneswar
ସ୍ଥାୟୀ ନିଯୁକ୍ତି ଦାବି, ହକ ପାଇଁ ରାଜରାସ୍ତାରେ ଆଶାକର୍ମୀ

ରାଜଧାନୀରେ ଆଶାକର୍ମୀଙ୍କ ମେଳି । ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଆଶାକର୍ମୀ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ନିଜର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ । ବିଭିନ୍ନ ଦାବି ନେଇ ହଜାର ହଜାର ଆଶାକର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସମସ୍ତ ଜିଲ୍ଲାରୁ ଆଶାକର୍ମୀମାନେ ରାଜଧାନୀରେ ମେଳି ହୋଇଛନ୍ତି । ଠିକା ନିଯୁକ୍ତିକୁ ବାତିଲ କରିବାକୁ ଆଶାକର୍ମୀମାନେ ଦାବି କରିଛନ୍ତି ।

ହକ ପାଇଁ ରାଜରାସ୍ତାରେ ଆଶାକର୍ମୀ

ଆଶାକର୍ମୀଙ୍କ ଦାବି ଅନୁଯାୟୀ, ସ୍ଥାୟୀ ନିଯୁକ୍ତି ସହ NHMକୁ ସ୍ଥାୟୀ କରାଯାଉ । ମାସକୁ 26 ହଜାର ଦରମା ଏବଂ ପେନସନ ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି । ସେହପରି ହସ୍ପିଟାଲରେ ସାମାଜିକ ସୁରକ୍ଷା ଦିଆଯାଉ । ସମସ୍ତଙ୍କର ଇପିଏଫ କରାଇବା ସହିତ କ୍ୟାପିଟାଲ ହସପିଟାଲରେ ଯେଭଳି ଆଶାକର୍ମୀଙ୍କୁ ସୁବିଧା ସହଯୋଗ ଦିଆଯିବ ସେନେଇ ପଦକ୍ଷେପ ନେବା ଆବଶ୍ୟକ । ଏହା ସହ ବିଭିନ୍ନ ସମୟରେ ଆଶାକର୍ମୀ ମାନଙ୍କୁ ସମ୍ମାନ ଦିଆଯାଉନାହିଁ । ହସ୍ପିଟାଲରେ ସୁରକ୍ଷାକର୍ମୀଙ୍କ ସମେତ ମେଡିକାଲ କର୍ମଚାରୀମାନେ ଦୁର୍ବ୍ୟବହାର କରୁଛନ୍ତି, ତେଣୁ ସମ୍ମାନ ଦିଆଯାଉ । ସାରା ରାଜ୍ୟରୁ ଆଶାକର୍ମୀମାନେ ନିଜର ଦାବି ନେଇ ରାଜ ରାସ୍ତାକୁ ଓହ୍ଲାଇଥିବା ଓଡ଼ିଶା ଆଶାକର୍ମୀ ସଂଘ ସୂଚନା ଦେଇଛି ।

ଅନ୍ୟପଟେ ସ୍ଥାୟୀ ନିଯୁକ୍ତି ଦାବିରେ ହଜାର ହଜାର ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । 3ଟି ଦାବିକୁ ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ବିକ୍ଷୋଭ ପ୍ରଦର୍ଶନ କରୁଛି । ବିଭିନ୍ନ ସ୍ଥାନରୁ ହଜାର ହଜାର ଶିକ୍ଷକ ସାମିଲ ହୋଇ ବିଶାଳ ସମାବେଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 27, 2022, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.