ETV Bharat / bharat

ଜମ୍ମୁରେ 150 ଫୁଟ୍‌ ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍‌; 22 ମୃତ, 57 ଆହତ - JK ROAD ACCIDENT

author img

By ETV Bharat Odisha Team

Published : May 30, 2024, 4:17 PM IST

Updated : May 30, 2024, 7:04 PM IST

JK ROAD ACCIDENT: ଜମ୍ମୁରେ 150 ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌ । ଏକାଧିକ ମୃତ ସୂଚନା । ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

ROAD ACCIDENT
ROAD ACCIDENT (ETV Bharat)

ଶ୍ରୀନଗର: ଜମ୍ମୁରେ ବଡ଼ ଧରଣର ବସ ଦୁର୍ଘଟଣା । 150 ଫୁଟ ଖାଇକୁ ଖସିଛି ବସ୍‌ । ଏହି ସଡ଼କ ଦୁର୍ଘଟଣାରେ ଏଯାବତ 22 ଜଣଙ୍କ ମୃତ୍ୟୁ ଘଟିଥିବା ବେଳଏ 57ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ଅପରାହ୍ନରେ ଜମ୍ମୁ ଜିଲ୍ଲା ଅଖନୁରର ଚୁଙ୍ଗି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଜମ୍ମୁକାଶ୍ମୀରର ଏକାଧିକ ରାଜନେତା ଶୋକ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣା ଘଟିଥିବା ବସଟି ତୀର୍ଥଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା । ହରିୟାଣା କୁରୁକ୍ଷେତ୍ର ଅଞ୍ଚଳରୁ କିଛି ତୀର୍ଥଯାତ୍ରୀ ଜମ୍ମୁ ଓ କାଶ୍ମୀରର ରୈସି ଜିଲ୍ଲାର ଶିବ ଖୋରି ଅଞ୍ଚଳକୁ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 57 ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ବସଟି ଭାରସାମ୍ୟ ହରାଇ ଏକ 150 ଫୁଟ ଖାଇକୁ ଖସିପଡ଼ିଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଚିକିତ୍ସା ପାଇଁ ଅଖନୁର ହସ୍ପିଟାଲ ଓ ଜମ୍ମୁର ସରକାରୀ ମେଡିକାଲ କଲେଜ (GMC)ରେ ଭର୍ତ୍ତି କରାଯାଇଥିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ- ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ; ଜଣେ ଆହତ ଓ ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ବସ୍‌ (UP81CT-4058) କୁରୁକ୍ଷେତ୍ର, ହରିୟାଣାରୁ ତୀର୍ଥଯାତ୍ରୀଙ୍କୁ ନେଇ ରାଏସି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶିବ ଖୋରି ଅଭିମୁଖେ ଆସୁଥିଲେ । ଜମ୍ମୁ-ପୁଞ୍ଚ ହାଇୱେର ଚୌକି ଚୌରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସଟି ହଠାତ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ 22ଜଣଙ୍କ ମୃତ୍ୟୁ ଘଟିଲାଣି । ମୃତଦେହ ଗୁଡ଼ିକୁ ଏସଡିଏଚ ଅଖନୁରକୁ ଅଣାଯାଇଥିବା ବେଳେ ଗୁରୁତରଙ୍କୁ ଚିକିତ୍ସା ଲାଗି ଏସଡିଏଚ ଅଖନୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ।"

ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଚଳାଇଥିବା କହିଛି । ଅନେକ ତୀର୍ଥଯାତ୍ରୀ ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଅନ୍ୟପଟେ ପୋଲିସ ଆଇପିସି ଧାରା ଓ ମୋଟର ଯାନ ନିୟମ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସହାୟତା ରାଶି ଘୋଷଣା: ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଓ ଆହତଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଏନେଇ ଜମ୍ମୁକାଶ୍ମୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ 2 ଲକ୍ଷ ଓ ଆହତଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଏ ନେଇ ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ Xସାଇଟରେ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 30, 2024, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.