ETV Bharat / state

କଳାହାଣ୍ଡିରେ ଜନ୍ମନେଲା ଅଦ୍ଭୁତ ଶିଶୁ

author img

By

Published : Nov 27, 2022, 1:41 PM IST

କଳାହାଣ୍ଡି ଜିଲ୍ଲା ତାସୀଗୁଡା ଗ୍ରାମରେ ଜନ୍ମ ନେଇଛି ଅସ୍ବାଭାବିକ ଶିଶୁ । ଶିଶୁଟିର ଶରୀର ଓ ମୁଣ୍ଡଟି ସାଧାରଣ ଶିଶୁରୁ ଅଧିକ ବଡ଼ ଥିବାବେଳେ ଆଖି ଡୋଳା ବାହାରକୁ ବାହାରିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

a different child born in kalahandi
କଳାହାଣ୍ଡିରେ ଜନ୍ମନେଲା ଅଦ୍ଭୁତ ଶିଶୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ତାସୀଗୁଡା ଗ୍ରାମରେ ଜନ୍ମ ନେଇଛି ଏକ ଅଦ୍ଭୁତ ଶିଶୁ । ସାଧାରଣ ଭାବରେ ଶିଶୁଟିର ଜନ୍ମ ହୋଇଥିଲେ ହେଁ ଶିଶୁ ପୁତ୍ର ଶାରୀରିକ ଗଠନ ଅସାଧାରଣ ରହିଛି । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିଶୁ ପୁତ୍ରଟି ଘରେ ଜନ୍ମ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି ।

କଳାହାଣ୍ଡିରେ ଜନ୍ମନେଲା ଅଦ୍ଭୁତ ଶିଶୁ

ସୂଚନା ଅନୁଯାୟୀ, ତାସୀଗୁଡା ଗ୍ରାମର ଗୋପ ମାଝୀଙ୍କ ସ୍ତ୍ରୀ ଗୁରବାରି ମାଝି ଶନିବାର ବିଳମ୍ବିତ ରାତିରେ ନିଜ ଘରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଘରେ ପ୍ରସବ ହୋଇଥିଲେ ମଧ୍ୟ ମାଆର ସ୍ୱାସ୍ଥ୍ୟ ଠିକ ଅଛି । କିନ୍ତୁ ଜନ୍ମଗ୍ରହଣ କରିଥିବା ଶିଶୁପୁତ୍ରଟିର ଶାରୀରିକ ଗଠନ ଅସାଧାରଣ ଭାବରେ ରହିଛି । ଶିଶୁଟିର ଶରୀର ଓ ମୁଣ୍ଡଟି ସାଧାରଣ ଶିଶୁରୁ ଅଧିକ ବଡ଼ ଥିବା ବେଳେ ଆଖି ଡୋଳା ବାହାରକୁ ବାହାରିଥିବା ଦେଖିବାକୁ ମିଳିଛି । ଜନ୍ମ ଶିଶୁଟିର ଓଜନ ୨ କେଜି ୪୦୦ ସହ ଗ୍ରାମ ଅଛି ।

ତେବେ ଜନ୍ମ ହେବାପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶାକର୍ମୀଙ୍କ ସାହାଯ୍ୟରେ ପ୍ରଥମେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଏସଏନସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ ହୋଇଛି । ଏହି ଖବର ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.