ETV Bharat / politics

କିଏ ହେବ ରାଇରଙ୍ଗପୁର ରାଜା ? ବିଜେଡି-ବିଜେପି ମଧ୍ୟରେ କଡା ଫାଇଟ୍‌ - Rairangpur Assembly Constituency

author img

By ETV Bharat Odisha Team

Published : May 30, 2024, 5:35 PM IST

Rairangpur Assembly Constituency: ଜୁନ ୧ରେ ଶେଷ ପର୍ଯ୍ୟାୟ ମତଦାନ । ମୟୂରଭଞ୍ଜର ରାଇରଙ୍ଗପୁର ଆସନରେ ବିଜେପି, ବିଜେଡ଼ି, କଂଗ୍ରେସ ଏବଂ ଜେଏମଏମ ମଧ୍ୟରେ ହେବାକୁ ଯାଉଛି ମହାସଂଗ୍ରାମ । ରାଷ୍ଟ୍ରପତିଙ୍କ ପାଇଁ ଚର୍ଚ୍ଚାରେ ଥିବା ରାଇରଙ୍ଗପୁର ଆସନରୁ କିଏ ପ୍ରାର୍ଥୀ ଓ କିପରି ରହିଛି ରଣନୀତି । କଣ କହୁଛି ରାଜନୈତିକ ସମୀକରଣ ପଢନ୍ତୁ ଏହି ରିପୋର୍ଟ ।

Odisha Assembly Election
Odisha Assembly Election (ETV Bharat Odisha)

ରାଇରଙ୍ଗପୁର: ରାଜ୍ୟର ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ରରେ ହେବ ମତଦାନ । ଏହି ଲୋକସଭା କ୍ଷେତ୍ର ଅଧୀନରେ ରହିଛି ବହୁ ଚର୍ଚ୍ଚିତ ରାଇରଙ୍ଗପୁର ବିଧାନସଭା ଆସନ । ବିଜେପି, ବିଜେଡ଼ି, କଂଗ୍ରେସ ଏବଂ ଜେଏମଏମ ମଧ୍ୟରେ ହେବାକୁ ଯାଉଛି ମହାସଂଗ୍ରାମ । ବିଜେପିରୁ ଜୋଲେନ ନାଏକ, ବିଜେଡିରୁ ରାଇସେନ ମୁର୍ମୁ, କଂଗ୍ରେସରୁ ଯୋଗେନ୍ଦ୍ର ବାନରା ଓ ଜେଏମଏମ ଦଳରୁ ସୁନାରାମ ଟୁଡୁ ପ୍ରାର୍ଥୀ ହୋଇଛନ୍ତି ।

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ:

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ରାଇରଙ୍ଗପୁର, ବହଳଦା, ତିରିଂ ଓ ଯାମଦା ଏବଂ ରାଇରଙ୍ଗପୁର ପୌରପାଳିକାକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀଟି ୧୯୫୧ ମସିହାରେ ଗଠନ ହୋଇଥିବାବେଳେ ପ୍ରଥମ କରି ୧୯୫୨ ମସିହାରେ ଏଠାରେ ନିର୍ବାଚନ ହୋଇଥିଲା । ସେହି ସମୟରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ବିଧାୟକ ଭାବେ ହରଦେବ ତିରିୟା ନିର୍ବାଚିତ ହୋଇଥିଲେ ।

ରାଷ୍ଟ୍ରପତିଙ୍କ ପାଇଁ ଚର୍ଚ୍ଚାରେ ରାଇରଙ୍ଗପୁର:

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏକ ସଂରକ୍ଷିତ ଆସନ ହୋଇଥିବାବେଳେ ଏଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘର । ଦ୍ରୌପଦୀ ମୁର୍ମୁ ଏହି ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହା ଓ ୨୦୦୪ ମସିହାରେ ଦୁଇ ଦୁଇ ଥର ବିଧାୟକ ହୋଇ ଥରେ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ ।

କାହାର ପଲ୍ଲା ଭାରି ?

ରାଇସେନ ମୁର୍ମୁ: ଏଠାରେ ଉଭୟ ବିଜେପି ଓ ବିଜେଡିର ବେଶ ଦବଦବା ରହିଛି । ବିଜେଡି ପ୍ରାର୍ଥୀ ରାଇସେନ ମୁର୍ମୁ ଜଣେ ଉଚ୍ଚ ଶିକ୍ଷିତ, ଭଦ୍ର ଓ ନମ୍ର ସ୍ବଭାବର ହୋଇଥିବାବେଳେ ସେ ଏହି ମାଟିର ପୁଅ । ରାଇରଙ୍ଗପୁର ବ୍ଲକ ଗୁହାଳଡାଙ୍ଗରୀ ପଞ୍ଚାୟତ ଅନ୍ତର୍ଗତ ବାଲିଆବାଦି ଗାଁ ରେ ତାଙ୍କ ଜନ୍ମଭୂମି । ୨୦୦୦ ମସିହାରେ ପୋଲିସ ଏସଆଇ ଭାବେ ଗଜପତି ଜିଲ୍ଲାରେ ନିଯୁକ୍ତି ପାଇଥିବାବେଳେ ପରେ ବାଲେଶ୍ଵର ସ୍ପେଶାଲ ବ୍ରାଞ୍ଚ ଡିଏସପି ଭାବେ କାର୍ଯ୍ୟ କରିଛନ୍ତି । ୨୦୨୩ ମସିହା ୧୪ ଅଗଷ୍ଟରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିଲେ । ନିଜ କାର୍ଯ୍ୟକାଳ ସମୟରେ ସେ ଶ୍ରେଷ୍ଠ ପୋଲିସ ଅଧିକାରୀ ଭାବେ ରାଜ୍ୟପାଳ ପଦକ, ମୁଖ୍ୟମନ୍ତ୍ରୀ ପଦକ ଓ ରାଷ୍ଟ୍ରପତି ପଦକ ପ୍ରାପ୍ତ କରିଛନ୍ତି ।"ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଏଠାକାର ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟାକୁ ପାଥେୟ କରି ଭୋଟ ଭିକ୍ଷା କରୁଛି" ବୋଲି କହିଛନ୍ତି ରାଇସେନ ।

ଜୋଲେନ ବାରଦା: ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ବିଧାନସଭା ପ୍ରାର୍ଥୀ ଜୋଲେନ ବାରଦା ରାଇରଙ୍ଗପୁର ଉପଖଣ୍ଡର ଜଣେ ପରିଚିତ ଚେହେରା । ରାଇରଙ୍ଗପୁର ଉପଖଣ୍ଡର ଜଣେ ଆଦିବାସୀ ସ୍ବାଭିମାନୀ ନେତା ଭାବରେ ସେ ବେଶ ଜଣାଶୁଣା । ତିରିଂ ବ୍ଲକ ଅନ୍ତର୍ଗତ ସାନସାଦମ ଗ୍ରାମରେ ତାଙ୍କ ଘର । ତେବେ ସେ ତିରିଂ ୨୦ ନଂ ଜିଲ୍ଲା ପରିଷଦ ଜୋନରୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ । ବିଜେପିରେ ସକ୍ରିୟ ନେତା ଭାବେ କାର୍ଯ୍ୟ କରୁଥିବାବେଳେ ୨୦୦୭-୨୦୧୨ ପର୍ଯ୍ୟନ୍ତ ବିଜେପିରୁ ୨୦ ନଂ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦାନ କରି ୨୦୧୨-୨୦୧୭ ପର୍ଯ୍ୟନ୍ତ ପୁଣି ତିରିଂ ୨୦ ନଂ ଜିଲ୍ଲା ପରିଷଦ ଜୋନ ନିର୍ବାଚନରେ ବିଜୟୀ ହୋଇଥିଲେ । ଗତ ୬ ମାସ ପୂର୍ବରୁ ସେ ବିଜେପିକୁ ପୁଣି ଫେରି ଆସିଛନ୍ତି । ମୋଦି ଗ୍ୟାରେଣ୍ଟି ସହ ଆଦିବାସୀଙ୍କ ଉନ୍ନତିକୁ ମୁଦ୍ଦା କରି ସେ ପ୍ରଚାର କରିଥିଲେ ।

ଯୋଗେନ୍ଦ୍ର ବାନରା: ଭାରତୀୟ ବାୟୁସେନାରେ ସେବା ସମାପ୍ତ ପରେ ଜାମଦା ବ୍ଲକ ଅନ୍ତର୍ଗତ ମହିଷକୁଦର ସ୍ଥିତ ନିଜ ପୈତୃକ ଗାଁକୁ ଫେରି ଆସିଥିଲେ ଯୋଗେନ୍ଦ୍ର । ପରେ କଂଗ୍ରେସ ଦଳ ତାଙ୍କୁ ଭରସା କରି ଟିକଟ ପ୍ରଦାନ କରିଛି । ବେରୋଜଗାରୀ, କୃଷକଙ୍କ ସମସ୍ୟା ଓ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ପ୍ରସଙ୍ଗକୁ ସେ ମୁଦ୍ଦା କରିଥିଲେ ।

ସୁନାରାମ ଟୁଡୁ: ଶିକ୍ଷକତାରୁ ଅବସର ପରେ ତିରିଂ ଥାନା ଅଧୀନ ମଲିକେଡମ ଗାଁର ସୁନାରାମ ଟୁଡୁ ରାଜନୀତିରେ ପାଦ ଥାପିଥିଲେ । ଜେଏମଏମ ଦଳ ସୁନାରାମ ଟୁଡୁଙ୍କ ଉପରେ ଭରସା ରଖି ତାଙ୍କୁ ଟିକଟ ପ୍ରଦାନ କରିଛି । ତେବେ ପ୍ରଚାର ବେଳେ ସେ ଲୋକଙ୍କ ନିକଟତର ହେବାକୁ ଆପ୍ରାଣ ଉଦ୍ୟମ କରିଥିଲେ ।

ଗତ ୩ ନିର୍ବାଚନର ଫଳାଫଳ:

୨୦୦୯ ନିର୍ବାଚନରେ କଂଗ୍ରେସର ଶ୍ୟାମ ଚରଣ ହାଁସଦା ଏହି ଆସନ ହାତେଇଥିଲେ । ଜେଏମଏମ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି ଦ୍ବିତୀୟ ସ୍ଥାନରେ ରହିଥିଲେ । ୨୦୧୪ରେ ଏହି ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ବିଜେଡି ପ୍ରାର୍ଥୀ ସାଇବା ସୁଶୀଲ କୁମାର ଦ୍ରୌପଦୀଙ୍କ ଠାରୁ ଅଧିକ ଭୋଟ ପାଇ ବାଜିମାତ କରିଥିଲେ । ହେଲେ ୨୦୧୯ରେ ବିଜେପି ହାତକୁ ଯାଇଥିଲା ଏହି ଆସନ । ବିଜେଡି ପ୍ରାର୍ଥିନୀ ବାସନ୍ତୀ ମାରାଣ୍ଡିଙ୍କୁ ପରାସ୍ତ କରି ବାଜିମାତ କରିଥିଲେ ବିଜେଡିର ନବ ଚରଣ ମାଝୀ ।

2024ରେ ଭୋଟରଙ୍କ ସଂଖ୍ୟା:

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ୧ଲକ୍ଷ ୧୨ ହଜାର ୯୫୭ । ମହିଳା ଭୋଟର ୧ଲକ୍ଷ ୧୬ ହଜାର ୬୫୫ ଓ ତୃତୀୟ ଲିଙ୍ଗୀ ୦୭ ରହିଥିବାବେଳେ ସର୍ବମୋଟ ଭୋଟର ସଂଖ୍ୟା ହେଉଛି ୨ଲକ୍ଷ ୨୯ହଜାର ୬୧୯ ।

ଏହା ବି ପଢନ୍ତୁ...କିଏ ହେବ ମହାକାଳପଡ଼ା ମହାରାଜା ? ରିପିଟ୍‌ କରିବେ ଅତନୁ, ନା ଚେକ୍‌ ଦେବେ ବିରୋଧୀ ! - Mahakalpada Assembly Election 2024

ରାଜନୀତି ସମୀକ୍ଷକ ରବୀନ୍ଦ୍ର ପଟ୍ଟନାୟକ କହିଛନ୍ତି, "ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଶେଷ କରି ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ । ଗୋଟିଏ ପଟେ ମୋଦି ଲହର ତ ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ତେଣୁ ଚଳିତ ନିର୍ବାଚନ ବେଶ ରୋମାଞ୍ଚକର ହେବ ।"

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.