ETV Bharat / state

ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ, ଆନ୍ଦୋଳନକୁ ଓହ୍ଲାଇଲା ପ୍ରାଥମିକ ଶିକ୍ଷକ ସଂଘ

author img

By

Published : Nov 27, 2022, 11:29 AM IST

Updated : Nov 27, 2022, 3:44 PM IST

united primary teacher foundation protest in bhubaneswar
ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ, ଆନ୍ଦୋଳନକୁ ଓହ୍ଲାଇଲା ପ୍ରାଥମିକ ଶିକ୍ଷକ ସଂଘ

ରାଜଧାନୀରେ ହଜାର ହଜାର ଶିକ୍ଷକଙ୍କ ମେଳି । 3 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ଶିକ୍ଷକ । 3ଟି ଦାବିକୁ ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବିଶାଳ ସମାବେଶ । ବିଭିନ୍ନ ସ୍ଥାନରୁ ହଜାର ହଜାର ଶିକ୍ଷକ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପ୍ରାଥମିକ ଶିକ୍ଷକଙ୍କ ଠିକା ନିଯୁକ୍ତି ବାତିଲ କରିବାକୁ ଦାବି ହୋଇଛି ।

ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ, ଆନ୍ଦୋଳନକୁ ଓହ୍ଲାଇଲା ପ୍ରାଥମିକ ଶିକ୍ଷକ ସଂଘ

ଶିକ୍ଷକ ସଂଘର ଅଭିଯୋଗ ଅନୁଯାୟୀ, ୨୦୧୩ ମସିହାରୁ ଯେଉଁ ଠିକା ନିଯୁକ୍ତିରେ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ ଉପରୁ ଠିକା ନିଯୁକ୍ତି ଉଠାଇଛନ୍ତି ସରକାର । କିନ୍ତୁ ୨୦୦୧ ମସିହାରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ସରକାର ଉପେକ୍ଷା କରିଛନ୍ତି ବୋଲି ସଂଘର ସଦସ୍ୟମାନେ କହିଛନ୍ତି । କେନ୍ଦ୍ରୀୟ ହାରରେ ସରକାର ଦରମା ଦେଉନାହାନ୍ତି ଏବଂ ପୁରୁଣା ପେନସନର ପୁନଃ ପ୍ରଚଳନ କରିବା ପାଇଁ ଦାବି ରଖିଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 27, 2022, 3:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.