ETV Bharat / state

'ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେପିର ଅନ୍ଧାରୀ ବିଜେ, ନିୟୋଜିତ ଅଛନ୍ତି ୟୁପି ଗ୍ୟାଙ୍ଗ' - BJD delegates met CEO

author img

By ETV Bharat Odisha Team

Published : May 30, 2024, 4:52 PM IST

BJD delegates meets CEO: ଓଡ଼ିଶାରେ ମା'ଙ୍କ ସମର୍ଥନ କମ ପଡିବାରୁ ବିଜେପି ଉତ୍ତର ପ୍ରଦେଶରୁ ମହିଳାଙ୍କୁ ଆଣିଛନ୍ତି । ଏହି ଗ୍ୟାଙ୍ଗ ରାଜ୍ୟରେ ମହିଳାଙ୍କୁ ପ୍ରଲୋଭିତ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରି ସିଇଓଙ୍କ ଆଗରେ ଫେରାଦ ହୋଇଛି । ଅଧିକ ପଢନ୍ତୁ

BJD delegates met CEO
BJD delegates met CEO (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଦିନକ ପରେ ଶେଷ ପର୍ଯ୍ୟାୟ ଲଢେଇ । ଏହା ପୂର୍ବରୁ ରାଜ୍ୟର ଦୁଇ ପ୍ରମୁଖ ଦଳ ମଧ୍ୟରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଏହି କ୍ରମରେ ବିଜେଡିର ଏକ ଟିମ ପୁଣି ସିଇଓଙ୍କ ଆଗରେ ଫେରାଦ ହୋଇଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେପି କରୁଛି ଅନ୍ଧାରୀ ବିଜେ । ଏଥିପାଇଁ ବିଜେପି ନିୟୋଜିତ କରିଛି ଉତ୍ତର ପ୍ରଦେଶର ଗ୍ୟାଙ୍ଗ । ସୁଭଦ୍ରା ଯୋଜନା ନାଁ'ରେ ମହିଳାଙ୍କୁ ଭୂତାଉଛି ରଜନୀ ତୋମାରଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶର ଏହି ଗ୍ୟାଙ୍ଗ । ଯାହା ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି । ଏଭଳି ଅଭିଯୋଗ କରି ଆଜି (ଗୁରୁବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ ।

ବିଜେପି ବିରୋଧରେ ସିଇଓଙ୍କ ଆଗରେ ଫେରାଦ ବିଜେଡି (ETV Bharat Odisha)

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ କହିଛନ୍ତି, "ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଜେପି ଭୋଟରଙ୍କୁ ପ୍ରଭାବିତ କରିବାକୁ ଶେଷ ଆୟୁଧ କରିଛି । ଓଡ଼ିଶାରେ ମା'ଙ୍କ ସମର୍ଥନ କମ ପଡିବାରୁ ବିଜେପି ଉତ୍ତର ପ୍ରଦେଶରୁ ମହିଳାଙ୍କୁ ଆଣିଛନ୍ତି । ଉତ୍ତର ପ୍ରଦେଶରୁ ଆସିଛନ୍ତି 15 ଜଣିଆ ମହିଳା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ନେତୃତ୍ବ ନେଉଛନ୍ତି ରଜନୀ ତୋମାର । ରାଜନଗର ନିର୍ବାଚନ ମଣ୍ଡଳୀର ଭିତରଗଡ଼ ପଞ୍ଚାୟତରେ ମହିଳାଙ୍କୁ ଏହି ଗ୍ୟାଙ୍ଗ ପ୍ରଲୋଭିତ କରୁଛନ୍ତି । ଉତ୍ତର ପ୍ରଦେଶରେ ବିଜେପି ସରକାରରେ ଥାଇ ସୁଭଦ୍ରା ଯୋଜନାରେ ମା'ଙ୍କୁ 50 ହଜାର ଟଙ୍କା ଦେଉଛୁ ବୋଲି କହି ଭୂତାଉଛନ୍ତି ଏହି ଗ୍ୟାଙ୍ଗ ସଦସ୍ୟ । ଭିତରଗଡ଼ ପଞ୍ଚାୟତର ମହିଳାଙ୍କ ବ୍ୟାଙ୍କ ସୂଚନା ନେଇ ସେମାନଙ୍କୁ ପ୍ରଲୋଭିତ କରୁଛନ୍ତି ।"

ଏହା ବି ପଢନ୍ତୁ- ମିଶନ ଶକ୍ତି ନାଁରେ ରାଜ୍ୟରେ ରାଜନୀତିକରଣ ହେଉଛି: ବିଜେପି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିର ରାଜନଗର ବିଧାୟକ ପ୍ରାର୍ଥୀ ଲଳିତ କୁମାର ବେହେରା ଓ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଲାଗି ସେମାନେ ଭୋଟ ମାଗୁଛନ୍ତି । ବିଜେପି କେବେ ମହିଳାଙ୍କ ସହ ନଥିଲା କି ସମ୍ମାନ ଦେଉନଥିଲା । ନିର୍ବାଚନ ଆସିବାରୁ ବିଜେପି ନେତା ଅନ୍ଧାରୀ ବିଜେ କରୁଛନ୍ତି । ଅନ୍ଧାରୀ ବିଜେ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଆମେ ଭିଡିଓ ପ୍ରମାଣ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛୁ । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ସୋଫିଆ ଆଲମ, ତୁମ୍ବାନାଥ ପଣ୍ଡା, ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ, ଓମ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.