Gujarat Poll: ସୁରଟରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦି-କେଜ୍ରିୱାଲ

author img

By

Published : Nov 27, 2022, 1:06 PM IST

Gujarat Poll pm modi and arvind kejriwal to campaign in surat gujarat

ଆଉ ମାତ୍ର ଚାରିଦିନ ପରେ ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଭୋଟ ହାତେଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅରବିନ୍ଦ କେଜ୍ରିୱାଲ ସୁରଟରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢ଼ନ୍ତୁ

ଗାନ୍ଧୀନଗର: ଆଉ ଚାରିଦିନ ପରେ ଗୁଜୁରାଟ ବିଧାନସଭା ନିର୍ବାଚନ । ହାତରେ କିଛି ସମୟ ଥିବାବେଳେ ପ୍ରମୁଖ ଦଳମାନଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି । ଗୁଜୁରାଟ ଦଖଲ ପାଇଁ ନିର୍ବାଚନୀ ପ୍ରଚାରକୁ ଜୋରସୋର କରିଛନ୍ତି ଦଳର ନେତାମାନେ । ଆଜି ଏହି କ୍ରମରେ ଗୁଜୁରାଟର ସୁରଟରେ ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର 1 ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । 182ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଆଜି ଆପର 12 ଜଣ ବିଧାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ ।

ବିମାନ ବନ୍ଦରରୁ 25 କିଲୋମିଟର ଯାଏ ପ୍ରଧାନମନ୍ତ୍ରୀ ମୋଦି ରୋଡ ସୋ କରିବେ । ଏହାପରେ ସୁରଟର ମୋଟା ଭାରାଚ୍ଛାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଭାରୁଚ ଜିଲ୍ଲାର ନତ୍ରାଙ୍ଗ ଏବଂ ଖେଡାର ମେହମ୍ମଦାବାଦରେ ଆୟୋଜିତ ରାଲିରେ ସମ୍ବୋଧିତ କରିବେ ବୋଲି ବିଜେପି ସୂଚନା ଦେଇଛି । ଅନ୍ୟପଟେ ଆଜିଠାରୁ ଦୁଇ ଦିନିଆ ସୁରଟ ଗସ୍ତରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗସ୍ତ ସମୟରେ ବୟନ ଶିଳ୍ପପତିଙ୍କ ସହ ଟାଉନହଲ ବୈଠକ କରିବେ । ଏଥିସହ ଯୋଗୀ ଛକରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଅରବିନ୍ଦ କେଜ୍ରିୱାଲ କଟଗ୍ରାମରେ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଥିବା ଆପ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ଆପର ସାଧାରଣ ସମ୍ପାଦକ କହିଛନ୍ତି," ଗୁଜୁରାଟରେ ସୁରଟ ଆଜି ଆପର କେନ୍ଦବିନ୍ଦୁ ପାଲଟିଛି । ନିର୍ବାଚନରେ ବିଜେପି ଅପେକ୍ଷା ଆପ ଅଧିକ ଭୋଟ ହାତେଇ 12ଟି ହାସନରେ ବିଜୟଲାଭ କରିବ ବୋଲି ଆଶା ରହିଛି । ବୟନ ଏବଂ ହୀରା ଶିଳ୍ପ ସହ ଜଡ଼ିତ ଥିବା ବ୍ୟକ୍ତିମାନେ ଆପକୁ ସମର୍ଥନ କରିଛନ୍ତି ।"

ସୂଚନା ଥାଉକି, ଗୁଜୁରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ । ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଓ ୫ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଡିସେମ୍ବର ୮ ତାରିଖରେ ଭୋଟ ଗଣତି କରାଯିବ । ମୋଟ ୫୧ ହଜାର ୭୮୨ ବୁଥରେ ମତଦାନ କରିବେ ମତଦାତା । ୧୪୨ଟି ଆଦର୍ଶ ମତଦାନ କେନ୍ଦ୍ର କରାଯିବ । ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ହୋମ୍ ଭୋଟିଂ ସୁବିଧା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.