ETV Bharat / bharat

ରେଳ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ IRSE ଅଧିକାରୀ ଅନିଲ କୁମାର ଲାହୋଟି

author img

By

Published : Jan 2, 2023, 7:15 PM IST

Anil Kumar Lahoti
Anil Kumar Lahoti

ଲାହୋଟି କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି । ପଶ୍ଚିମ ରେଳବାଇର ଜିଏମ ପଦର ଅତିରିକ୍ତ ଦାୟିତ୍ୱ ମଧ୍ୟ କିଛି ମାସ ତୁଲାଇଛନ୍ତି । ଜେନେରାଲ ମ୍ୟାନେଜର ଭାବରେ ତାଙ୍କର କାର୍ଯ୍ୟକାଳରେ ସର୍ବାଧିକ କିଷାନ ରେଳ ଚଲାଇବା ସହିତ ଅର୍ଜନ ହୋଇଥିବା ରାଜସ୍ୱ କ୍ଷେତ୍ରରେ ସର୍ବାଧିକ ମାଲ ପରିବହନ ଏବଂ ପାର୍ସଲ ଟ୍ରାଫିକ ହାସଲ କରିବାର ଶ୍ରେୟ ସେ ପାଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅନିଲ କୁମାର ଲାହୋଟି (Anil Kumar Lahoti ) ରେଳ ବୋର୍ଡ (Ministry of Railways) ର ନୂତନ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (Chief Executive Officer) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି (Anil Kumar Lahoti has taken over the charge of new Chairman Railway Board ) । କ୍ୟାବିନେଟ ନିଯୁକ୍ତି କମିଟି ଅନିଲ କୁମାର ଲାହୋଟିଙ୍କର ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି । ଏହା ପୂର୍ବରୁ ଅନିଲ କୁମାର ଲାହୋଟି ରେଳ ବୋର୍ଡର ସଦସ୍ୟ (ଭିତ୍ତିଭୂମି) ଭାବରେ କାର୍ଯ୍ୟ କରି ସାରିଛନ୍ତି ।

ଏହାବି ପଢନ୍ତୁ- କଳିଙ୍ଗନଗର ଗୁଳିକାଣ୍ଡକୁ 17 ବର୍ଷ, ମୃତକଙ୍କୁ ଝୁରୁଛନ୍ତି ସମ୍ପର୍କୀୟ

ଲାହୋଟି ଇଣ୍ଡିଆନ ରେଲୱେ ସର୍ଭିସ ଅଫ ଇଞ୍ଜିନିୟର୍ସ (Indian Railway Service of Engineers ) ୧୯୮୪ ବ୍ୟାଚର ଅଧିକାରୀ ଅଟନ୍ତି । ସେ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଭାରତୀୟ ରେଳ ପରିଚାଳନା ସେବାର ସ୍ତର -୧୭ର ପ୍ରଥମ ପ୍ୟାନେଲରେ ସ୍ଥାନିତ ହୋଇ ସାରିଛନ୍ତି । ମାଧବ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ, ଗ୍ୱାଲିଅରରୁ ସିଭିଲ ଇଞ୍ଜିନିୟରିଂରେ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ରୁରକି ବିଶ୍ୱବିଦ୍ୟାଳୟ (ଆଇଆଇଟି, ରୁରକି) ରୁ ମାଷ୍ଟର ଅଫ ଇଞ୍ଜିନିୟରିଂ (ଷ୍ଟ୍ରକଚର୍ସ) କରିଛନ୍ତି । ରେଳବାଇରେ ତାଙ୍କର ୩୬ ବର୍ଷରୁ ଅଧିକ ଅବଧିର ସେବା ସମୟରେ ସେ କେନ୍ଦ୍ରୀୟ ରେଳ, ଉତ୍ତର ରେଳ, ଉତ୍ତର କେନ୍ଦ୍ରୀୟ ରେଳ, ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଏବଂ ରେଳ ବୋର୍ଡରେ ବିଭିନ୍ନ ପଦବୀରେ ରହି କାର୍ଯ୍ୟ କରିଛନ୍ତି ।

ଏହା ପୂର୍ବରୁ ଲାହୋଟି କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି। ପଶ୍ଚିମ ରେଳବାଇର ଜିଏମ ପଦର ଅତିରିକ୍ତ ଦାୟିତ୍ୱ ମଧ୍ୟ କିଛି ମାସ ତୁଳାଇଛନ୍ତି । ଜେନେରାଲ ମ୍ୟାନେଜର ଭାବରେ ତାଙ୍କର କାର୍ଯ୍ୟକାଳରେ ସର୍ବାଧିକ କିଷାନ ରେଳ ଚଲାଇବା ସହିତ ଅର୍ଜନ ହୋଇଥିବା ରାଜସ୍ୱ କ୍ଷେତ୍ରରେ ସର୍ବାଧିକ ମାଲ ପରିବହନ ଏବଂ ପାର୍ସଲ ଟ୍ରାଫିକ ହାସଲ କରିବାର ଶ୍ରେୟ ସେ ପାଇଛନ୍ତି । ଅଣ ଭଡା ସୁଯୋଗ, ସ୍କ୍ରାପ ବିକ୍ରୟ ଏବଂ ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ ଦ୍ୱାରା ସେ ରାଜସ୍ୱ ସଂଗ୍ରହରେ ରେକର୍ଡ ଉନ୍ନତି ଆଣିଥିଲେ । ମୁମ୍ବାଇରେ ଶୀତତାପ ନିୟନ୍ତ୍ରିତ ଉପ- ନଗରୀୟ ସେବା ଗୁଡିକର ସମ୍ପ୍ରସାରଣର ଉଦବେଗଜନକ ସମସ୍ୟାର ସଫଳତାପୂର୍ବକ ପରିଚାଳନା ଏବଂ ସମାଧାନ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ, କେନ୍ଦ୍ରୀୟ ରେଳବାଇ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତା ଏବଂ କମିଶନିଂ କାର୍ଯ୍ୟରେ ଏକ ବଡ ଧରଣର ସୁଧାର ଆସିଥିଲା । ମୁମ୍ବାଇର ଡିଭା ଏବଂ ଥାନେ ମଧ୍ୟରେ ଦୀର୍ଘ ପ୍ରତୀକ୍ଷିତ ୫ମ ଏବଂ ୬ଷ୍ଠ ଲାଇନକୁ ଆରମ୍ଭ କରାଯାଇଥିଲା ।

ଏହାବି ପଢନ୍ତୁ -ବିପତ୍ତି ସାଜିଛି ପଥର ଖାଦନ: ବ୍ଳାଷ୍ଟିଂରେ ଫାଟୁଛି ଘର, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ଉତ୍ତର ରେଳବାଇରେ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଏବଂ ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଭାବରେ ସେ ଭିତ୍ତିଭୂମି ପ୍ରକଳ୍ପର ବିକାଶ ନିମନ୍ତେ ବହୁ ସଂଖ୍ୟକ ନୂତନ ଲାଇନ, ଟ୍ରାକର ଦୋହରୀକରଣ ଏବଂ ମଲ୍ଟି ଟ୍ରାକିଂ, ୟାର୍ଡ ରିମଡେଲିଂ, ଗୁରୁତ୍ୱପୂର୍ଣ୍ଣ ବନ୍ଧ, ଷ୍ଟେସନ ନିର୍ମାଣ ଇତ୍ୟାଦି କାର୍ଯ୍ୟ କରିଥିଲେ । ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ ଏବଂ ନୂଆଦିଲ୍ଲୀ ଷ୍ଟେସନରେ ପ୍ରସିଦ୍ଧ ଆଜମିରୀ ଗେଟ ପାର୍ଶ୍ୱ ଷ୍ଟେସନ ବିଲ୍ଡିଂ ତାଙ୍କ ଦ୍ୱାରା ଯୋଜନା କରାଯାଇଥିଲା । ନୂଆଦିଲ୍ଲୀ ଷ୍ଟେସନର ବିଶ୍ୱସ୍ତରୀୟ ଷ୍ଟେସନ ଭାବରେ ସ୍ଥଳ ଏବଂ ବାୟୁ ସ୍ଥାନର ବ୍ୟବସାୟିକ ବିକାଶ ସହିତ ପୁନଃ ବିକାଶ ପାଇଁ ଯୋଜନା ସହିତ ଓତପ୍ରୋତଃ ଭାବରେ ଜଡିତ ଥିଲେ ।

ଏହାବି ପଢନ୍ତୁ- ବିଜେଡିରେ ବଢ଼ୁଛି କି କନ୍ଦଳ ? ୪ଟି ବିଷୟରେ କହିବାର ଅଛି, ଖୁବଶୀଘ୍ର କହିବି କହିଲେ ଭର୍ତ୍ତୃହରି

ଲାହୋଟି ଆମେରିକାର ପିଟସବର୍ଗର କାର୍ନେଜି ମେଲନ ୟୁନିଭରସିଟି, ବୋକୋନି ସ୍କୁଲ ଅଫ ମ୍ୟାନେଜମେଣ୍ଟ, ମିଲାନ, ଇଟାଲୀ, ଇଣ୍ଡିଆନ ସ୍କୁଲ ଅଫ ବିଜନେସ, ହାଇଦ୍ରାବାଦରେ ଷ୍ଟ୍ରାଟେଜିକ ମ୍ୟାନେଜମେଣ୍ଚ ଏବଂ ଲିଡରସିପ କାର୍ଯ୍ୟକ୍ରମରେ ତାଲିମ ନେଇଛନ୍ତି । ଏହାବାଦ ହଂକଂ, ଜାପାନ, ୟୁକେ, ଜର୍ମାନୀ ଏବଂ ସ୍ୱିଜରଲ୍ୟାଣ୍ଡରେ ରେଳ ଜମିରେ ବ୍ୟବସାୟିକ ବିକାଶ ସହିତ ଷ୍ଟେସନର ବିକାଶ ଉପରେ ଅଧ୍ୟୟନ କରିଛନ୍ତି । ଟ୍ରାକ ଟେକ୍ନୋଲୋଜି ଏବଂ ଟ୍ରାକ ରକ୍ଷଣାବେକ୍ଷଣ ଯନ୍ତ୍ରର ବିକାଶ ସଂପର୍କରେ ସେ ଅନେକ ଦେଶକୁ ଯାଇ ଅନୁଧ୍ୟାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.