ଘରେ ପାଳିଥିଲେ ଜଙ୍ଗଲୀ ବାରହା, ଉଦ୍ଧାର କଲା ବନବିଭାଗ - Wild Boar

By ETV Bharat Odisha Team

Published : Mar 31, 2024, 9:45 AM IST

thumbnail

Wild Boar rescued:କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ପଞ୍ଚାୟତର ପିତାପାଟ ଗ୍ରାମରୁ ଜଙ୍ଗଲୀ ବାରହା ଉଦ୍ଧାର । ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ବନ ବିଭାଗ ଏହି ଜଙ୍ଗଲୀ ବାରହା ଉଦ୍ଧାର କରିଛି । ତେବେ ବ୍ୟକ୍ତି ଜଣକ ଏହି ଜଙ୍ଗଲୀ ବାରହାକୁ ଏକ ବର୍ଷରୁ ଅଧିକ ସମୟ ହେବ ନିଜ ଘରର ପଛପଟ ବାଡିରେ ରଖିଥିବା ସୂଚନା ପାଇଥିଲା ବନବିଭାଗ । ସେ ଉକ୍ତ ବାରହାଟିକୁ ଛୋଟ ବେଳୁ ଆଣି ନିଜ ଘରେ ରଖିବା ସହିତ ଖାଇବାକୁ ଦେଉଥିଲେ । ଏନେଇ ବନ ବିଭାଗ ଖବର ପାଇ ଉକ୍ତ ବାରହାକୁ ଉଦ୍ଧାର କରିଛି । ତେବେ କାର୍ଯ୍ୟାଳୟ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଏହିପରି ବେଆଇନ ଭାବରେ କିପରି ଜଙ୍ଗଲୀ ବାରହା ରଖି ଆସୁଥିଲେ ଆଉ ବନ ବିଭାଗ କିପରି ଜାଣି ପାରିଲା ନାହିଁ ସେ ନେଇ ଏବେ ରାମନଗର ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଏହା ମଧ୍ୟ ପଢନ୍ତୁ-ବନ ବିଭାଗ ବୁଝିଲାନି ଦୁଃଖ, ବିଅର ବୋତଲ ଜଗୁଛି ବଣୁଆ ବାରହା

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.