ETV Bharat / state

ବନ ବିଭାଗ ବୁଝିଲାନି ଦୁଃଖ, ବିଅର ବୋତଲ ଜଗୁଛି ବଣୁଆ ବାରହା

author img

By ETV Bharat Odisha Team

Published : Feb 29, 2024, 10:33 PM IST

Beer Bottles To Protect Farmland From Wild Boar: ବଣୁଆ ବାରହାଙ୍କ ଉପଦ୍ରବ ଫଳରେ ଉଜୁଡ଼ି ଯାଉଛି ଶହ ଶହ ଏକରର ବାଦାମ ଚାଷ । ବାରହା ଘଉଡେଇବାକୁ ଚାଷୀଙ୍କୁ ବିଅର ବୋତଲ ଭରସା । ଅଧିକ ପଢନ୍ତୁ

ବନ ବିଭାଗ ବୁଝିଲାନି ଦୁଃଖ, ଫସଲ ଜଗୁଛି ବିଅର ବୋତଲ
ବନ ବିଭାଗ ବୁଝିଲାନି ଦୁଃଖ, ଫସଲ ଜଗୁଛି ବିଅର ବୋତଲ

ବନ ବିଭାଗ ବୁଝିଲାନି ଦୁଃଖ, ଫସଲ ଜଗୁଛି ବିଅର ବୋତଲ

ଢେଙ୍କାନାଳ: ଢେଙ୍କାନାଳରେ ହାତୀଙ୍କ ପରେ ଏବେ ବଢି ଚାଲିଛି ବଣୁଆ ବାରହାଙ୍କ ଉପଦ୍ରବ । ଢେଙ୍କାନାଳ ଜିଲ୍ଲାର ସଦର ,ଗଁନ୍ଦିଆ ଓ ଓଡ଼ପଡା ବ୍ଲକ ଅଞ୍ଚଳରେ ଏହି ବଣୁଆ ବାରହା ଏବେ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି । ବିଶେଷ କରି ଗଁନ୍ଦିଆ ବ୍ଲକର କରମୂଳ , ବାଇସିଂହା ଆଦି ପଞ୍ଚାୟତରେ ବାରହାଙ୍କ ଉତ୍ପାତ ଚରମ ସୀମା ଡେଇଁ ଯାଇଛି । ଅନୁକୂଳ ଜଳବାୟୁ ଯୋଗୁଁ ବ୍ରାହ୍ମଣୀ ନଦୀକୂଳର ଏହି କରମୂଳ ଓ ବାଇସିଂହା ପଞ୍ଚାୟତର ଚାଷୀ ମାନେ ନିଜ ବାପ ଅଜା ଅମଳରୁ ବାଦାମ ଚାଷକୁ ମୁଖ୍ୟ ବେଉସା ଭାବେ ଗ୍ରହଣ କରିଥାନ୍ତି । ଏଥିପାଇଁ ବ୍ୟାଙ୍କ ଋଣ ଓ ଧାର କରଜ କରି ଶହ ଶହ ଏକର ବାଦାମ ଚାଷ କରିଛନ୍ତି ।

ମାତ୍ର ବଣୁଆ ବାରହାଙ୍କ ଉପଦ୍ରବ ଫଳରେ ଉଜୁଡ଼ି ଯାଉଛି ଶହ ଶହ ଏକରର ବାଦାମ ଚାଷ । ଏପରିସ୍ଥଳେ ବିଚରା ବାଦାମ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସୁଛନ୍ତି । ସନ୍ଧ୍ୟା ହେଲେ ପଙ୍ଗପାଳଙ୍କ ପରି ଶହ ଶହ ସଂଖ୍ୟାରେ ବଣୁଆ ବାରହା ବାଦାମ ବିଲରେ ମାଡି ଯାଉଛନ୍ତି । ଚାହୁଁ ଚାହୁଁ ବାଦାମ ବିଲରେ ପଶି ବାଦାମ ଗଛର ମୂଳ ଉପାଡ଼ି ଖାଇ ବିଲରୁ ଵାଦାମ ଗଛ ସବୁ ଲଣ୍ଡା କରିଦେଉଛନ୍ତି । ଫଳରେ କ୍ଷତି ସହି ସହି ଚାଷୀ ମାନେ ହତାସ ହୋଇଯାଇଥିଲେ ମଧ୍ୟ ବନ ବିଭାଗ ଶୁଣୁନଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ରୋଜଗାର ଦେଲା ଛେଳି ଚାଷ, ସ୍ବାବଲମ୍ବୀ ହେଲେ ମହିଳା

ବିକଳ୍ପ ଭାବେ ବଣୁଆ ବାରହାଙ୍କ ଉପଦ୍ରବରୁ ରକ୍ଷା ପାଇଁ ବିଅର ବୋତଲ ଉପରେ ଚାଷୀ ଭରସା କରିଛନ୍ତି । ଚାଷୀ ମାନେ ୪ଟି ବିଅର ବୋତଲକୁ ପାଖା ପାଖି ଝୁଲାଇଛନ୍ତି । ଏହା ମଝିରେ ଏକ ସୂତାରେ ଏକ ଲୁହା ନଟ ଝୁଲାଇ ତା ତଳକୁ ଏକ କାଗଜ ପଟି ବାନ୍ଧି ଦିଆଯାଉଛି । ପବନ ଦ୍ବାରା ହଲି ଳୁହା ନଟଟି କାଚ ବୋତଲରେ ବାଜି ଟନ ଟନ ଆୱାଜ ସୃଷ୍ଟି କରୁଛି । ଯାହାକୁ ଶୁଣି ବାରହା ମାନେ କ୍ଷେତରୁ ଦୌଡି ପଳାଉଛନ୍ତି ଓ ବାଦାମ କ୍ଷେତ ସୁରକ୍ଷିତ ହୋଇ ପାରୁଛି । ବଣୁଆ ବାରହାଙ୍କ ଉପଦ୍ରବରୁ ଚାଷ ସୁରକ୍ଷା ନେଇ ନିଜର ଅସହାୟତା ପ୍ରକାଶ କରିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ । ଏପରି ସ୍ଥଳେ ଏହି ବିଅର ବୋତଲ ହିଁ ଏବେ ବାଦାମ ଚାଷୀଙ୍କ ଭରସା ପାଲଟି ଯାଇଛି ।

ଚାଷୀଙ୍କ କହିବା କଥା ୪ଟି ବିଅର ବୋତଲକୁ ପାଖା ପାଖି ଝୁଲାଇ ଦିଆଯାଉଛି। ମଝିରେ ଏକ ସୂତା ରେ ଏକ ଲୁହା ନଟ କୁ ଝୁଲାଇ ତା ତଳକୁ ଏକ କାଗଜ ପଟି ବାନ୍ଧି ଦିଆଯାଉଛି ।ପବନରେ ଝୁଲୁଥିବା କାଗଜ ପଟି ହଳୁଥିବାରୁ ଲୁହା ନଟ ଟି ଚାରିପଟେ ଖାଲି ବିଅର ବୋତଲ ରେ ବାଜି ଟଣ ଟଣ ଶବ୍ଦ କରୁଛି। ଫଳରେ ବଣୁଆ ବାର୍ହା ଏହି ଶବ୍ଦ ଶୁଣି ତର୍କି ପଡି ପଳାଉ ଥିବା ପ୍ରକାଶ କରନ୍ତି ଚାଷୀ। ଆଉ ଏହି ବିଅର ବୋତଲ ବଣୁଆ ବାରହା ମାନଙ୍କ କବଳରୁ ଏହି ବାଦାମ ଚାଷକି କିଛି ମାତ୍ରାରେ ସୁରକ୍ଷା ଦେଉଥିବାରୁ ବଦାମ ବିଲରେ ସ୍ଥାନେ ସ୍ଥାନେ ବିଅର ବୋତଲ ଝୁଲୁଥିବା ଦେଖିବାକୁ ମିଳୁଛି। ଫଳରେ ଝୁଲୁଥିବା ଏହି ବିଅର ବୋତଲର ଟଣ ଟଣ ଶବ୍ଦ ବାଦାମ ବିଲରୁ ଦୁରରୁ ଭାସି ଆସୁଛି। ଏହା ଏକ ଭିନ୍ନ ଶବ୍ଦ ହୋଇଥିବାରୁ ବଣୁଆ ବାରହା ନିଜକୁ ଅସୁରକ୍ଷିତ ସୂଚନା ନେଇ ପଳାଉ ଥିବା ଅନୁମାନ କରାଯାଉଛି। ଯାହା ଫଳରେ ଏହି ବାଦାମ ଚାଷୀ ମାନେ ଏବେ ବନବିଭାଗ ଉପରୁ ଆସ୍ଥା ତୁଟାଇ ଏହି ବିଅର ବୋତଲ ଉପରେ ଭରସା କରୁଛନ୍ତି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.