ETV Bharat / state

ରୋଜଗାର ଦେଲା ଛେଳି ଚାଷ, ସ୍ବାବଲମ୍ବୀ ହେଲେ ମହିଳା

author img

By ETV Bharat Odisha Team

Published : Feb 29, 2024, 10:18 AM IST

Goat Farming in Boudh
Goat Farming in Boudh

Goat Farming in Boudh: ଛେଳି ଚାଷ କରି ସ୍ବାବଲମ୍ବୀ ମହିଳା । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୁର୍ଷଣ୍ଢି ପଞ୍ଚାୟତର ୧୦ଜଣ ମହିଳା ଛେଳି ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ଅଧିକ ପଢନ୍ତୁ

Goat Farming in Boudh

ବୌଦ୍ଧ: ଛେଳି ଚାଷ ଦେଇଛି ମହିଳା ଗୋଷ୍ଠୀଙ୍କୁ ସ୍ବତନ୍ତ୍ର ପରିଚୟ । ମିଶନ ଶକ୍ତିର ଆର୍ଥିକ ଅନୁଦାନରେ ଛେଳି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ବୌଦ୍ଧର ମା’ ଆଦିଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳା । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସରକାରଙ୍କ ମିଶନ ଶକ୍ତି ମାଧ୍ୟମରେ ସହାୟତା ତଥା ସହଯୋଗ ଫଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବେଶ ଉପକୃତ ହୋଇପାରିଛନ୍ତି ।

ତେବେ ବର୍ତ୍ତମାନ ସରକାରଙ୍କ ନିୟମ ଅନୁସାରେ ମହିଳା ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ ୫ ଲକ୍ଷ ବଦଳରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ବ୍ୟବସ୍ଥା କରାଯାଇଛି । ରୋଷେଇ ଘର ସମ୍ଭାଳିବା ସହିତ ବର୍ତ୍ତମାନ ପରିବାରର ଆର୍ଥିକ ସ୍ଥିତି ସୁଧାରିବାରେ ସହଯୋଗ କରୁଛନ୍ତି ମହିଳା ଗୋଷ୍ଠୀର ସଦସ୍ୟ । ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୁର୍ଷଣ୍ଢି ପଞ୍ଚାୟତର କଣ୍ଟୁଆଣୀ ଗ୍ରାମରେ ବିଗତ କିଛି ବର୍ଷ ପୂର୍ବରୁ ଗ୍ରାମର ୧୦ଜଣ ମହିଳା ମା’ ଆଦିଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ସେଠାରେ ବାୟୋଫ୍ଲକ୍ସ ମାଧ୍ୟମରେ ମାଛଚାଷ ଓ ଛେଳି ମେଣ୍ଢା ଚାଷ ଆରମ୍ଭ କରିଥିଲେ । ମିଶନ ଶକ୍ତିର ଆର୍ଥିକ ଅନୁଦାନରେ ପ୍ରଥମେ ୩୨ ଗୋଟି ଛେଳି କ୍ରୟ କରାଯାଇଥିବା ବେଳେ ବର୍ତ୍ତମାନ ଏହାର ସଂଖ୍ୟା ବୃଦ୍ଧି ପାଇ ୬୫ ରେ ପହଞ୍ଚିଲାଣି ।

ଏହା ମଧ୍ୟ ପଢନ୍ତୁ- ମହିଳା ଗୋଷ୍ଠୀଙ୍କ ରାଜନୀତି; ସରକାରୀ କାର୍ଯ୍ୟକ୍ରମକୁ ଯିବାରୁ ଆଦାୟ ହେଲା ଜରିମାନା

ବର୍ତ୍ତମାନ ଉକ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମିଶନ ଶକ୍ତି ମାଧ୍ୟମରେ ପ୍ରଥମ କିସ୍ତିରେ ୪୭ ହଜାର ଟଙ୍କାରେ ଛେଳି ଗୁହାଳ ଓ ପରେ ୫୯ ହଜାର ଟଙ୍କାରେ ୩୨ ଗୋଟି ଛେଳି କିଣିଥିଲେ । ଏବେ ସେମାନଙ୍କ ନିକଟରେ ୬୫ ଟି ଛୋଟବଡ ଛେଳି ରହିଥିବା ବେଳେ ସିଜନ୍ ସମୟରେ ବନ୍ଧ ନିଲାମ ଓ ବାୟୋଫ୍ଲକ୍ସ ମାଧ୍ୟମରେ ମାଛଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ସେପଟେ ବର୍ତ୍ତମାନ ପୁଣିଥରେ ରାଜ୍ୟ ସରକାରଙ୍କ ଋଣ ଫେରସ୍ତ ଯୋଜନା ମହିଳା ଗୋଷ୍ଠୀଙ୍କ ପାଇଁ ପ୍ରଣୟନ ଯୋଗୁଁ ମହିଳାମାନେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । ତେବେ ଗତ ମଙ୍ଗଳବାର ବୌଦ୍ଧ ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ ଏନେଇ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ,ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.