ଅନ୍ଧବିଶ୍ବାସର ଅନ୍ଧଗଳି: ଗୁଣିଆ ସନ୍ଦେହରେ ହତ୍ୟା ଧମକ, ପ୍ରଶାସନ ସହାୟତା ଲୋଡିଲା ପରିବାର

By ETV Bharat Odisha Team

Published : Mar 6, 2024, 10:18 AM IST

thumbnail

Superstition in Rayagada: ରାୟଗଡା: ସଚେତନ‌ତା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ରାୟଗଡ଼ା ଜିଲ୍ଲାରେ ବଞ୍ଚି ରହିଛି ଅନ୍ଧବିଶ୍ବାସ । ଯାହାର ଶିକାର ହୋଇଛନ୍ତି ଜଣେ ନନ୍ଦାପାଡି ଗ୍ରାମର ଦିନ ମଜୁରିଆ ଜିଆନା ପୁଲୁକା । ଗୁଣିଆ ସନ୍ଦେହରେ ଗ୍ରାମବାସୀ ହତ୍ୟା ଧମକ ଦେବାରୁ ସେ ଭିଟାମାଟି ଛାଡ଼ି ପରିବାର ସହ ଅନ୍ୟ ଗାଁରେ ଆଶ୍ରୟ ନେଇଛନ୍ତି । ତଥାପି ଜୀବନ ପ୍ରତି ବିପଦ ରହିଥିବାରୁ ଗତକାଲି(ମଙ୍ଗଳବାର) ପୋଲିସ ଏବଂ ପ୍ରଶାସନର ସହାୟତା ଲୋଡ଼ିଛନ୍ତି ।

ସୂଚନା ମୁତାବକ, ପ୍ରାୟ ୩ ବର୍ଷ ତଳେ ଗାଁର କିଛି ଜଣଙ୍କ ଆକସ୍ମିକ ମୃତ୍ୟୁ ଓ କିଛି ଜଣଙ୍କ ରୋଗ ଭଲ ନ ହେବାରୁ ଗ୍ରାମବାସୀ ଅନ୍ଧବିଶ୍ଵାସର ସାହାରା ନେଇଥିଲେ । ଜଣେ ଗୁଣିଆକୁ ଗାଁକୁ ଡକାଇ ପୂଜାର୍ଚ୍ଚନା କରିଥିଲେ । ଗୁଣିଆ ଜଣକ କେହି ଗୁଣିଗାରେଡ଼ି କରି ଏଭଳି କରୁଥିବା କହି ଚାଲିଯାଇଥିଲା । ଲୋକଙ୍କ ମନରେ ଭର୍ତ୍ତି ହୋଇଥିବା ଅନ୍ଧବିଶ୍ବାସ ଯୋଗୁଁ ତଥାକଥିତ ଗୁଣିଆକୁ ଖୋଜିବା ଆରମ୍ଭ କରିଥିଲେ । ଶେଷରେ ଜିଆନୁଙ୍କ ଉପରେ ସନ୍ଦେହ ହେବାରୁ ପ୍ରଥମେ ନିଆଁପାଣି ବାସନ୍ଦ କରିଥିଲେ ଗ୍ରାମବାସୀ । ଏଭଳି ସାମାଜିକ କଟକଣା ସହ ଜିଆନୁଙ୍କୁ ମାନସିକ ଯନ୍ତ୍ରଣା ଦେଇଥିଲେ ସୁଦ୍ଧା ମୁଣ୍ଡପାତି ସବୁ ସହି ନେଇଥିଲେ । କିନ୍ତୁ ସମୟକ୍ରମେ ଗ୍ରାମବାସୀଙ୍କୁ ଅତ୍ୟାଚାର ବଢ଼ିଚାଲିଲା । ଏପରିକି ବାରମ୍ବାର ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । 

ତେବେ ଗତ ଫେବୃଆରୀ ୧୫ରେ ତାଙ୍କ ଘର ଉପରେ ହୋଇଥିବା ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଜିଆନୁ । ତେଣୁ ପରିବାର ସହ ଅମଳାଭଟ୍ଟା ଗାଁରେ ଆଶ୍ରୟ ନେଇଛନ୍ତି । ଏଥିସହ ପରିବାର ଲୋକେ ବିନା କାରଣରେ ଗାଁରୁ ବିତାଡ଼ିତ ହୋଇଥିବାରୁ ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ । କିନ୍ତୁ ନ୍ୟାୟ ଦେବାକୁ ଅସମର୍ଥ ଚାନ୍ଦିଲି ପୋଲିସ । ତେଣୁ ବାଧ୍ୟ ହୋଇ ଜିଆନୁ ନିଜ ପରିବାର ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଭେଟି ତାଙ୍କ ସହ ହୋଇଥିବା ଅତ୍ୟାଚାର ବିଷୟରେ ଅଭିଯୋଗ କରିଛନ୍ତି  ।  

ଏହା ମଧ୍ୟ ପଢନ୍ତୁ- ଅନ୍ଧବିଶ୍ୱାସ ଜାଲରେ କନ୍ଧମାଳରେ, ଚିକିତ୍ସା ବଦଳରେ ବାରଖମା ଗାଁରେ ବୁଲିଲା ଖଟ

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.