ETV Bharat / state

ଅନ୍ଧବିଶ୍ୱାସ ଜାଲରେ କନ୍ଧମାଳରେ, ଚିକିତ୍ସା ବଦଳରେ ବାରଖମା ଗାଁରେ ବୁଲିଲା ଖଟ

author img

By ETV Bharat Odisha Team

Published : Sep 20, 2023, 2:10 PM IST

kandhamal News
ଅନ୍ଧବିଶ୍ୱାସ ଜାଲରେ କନ୍ଧମାଳରେ

ଆଧୁନିକ ବିଜ୍ଞାନ ଯୁଗରେ ଆନ୍ଧବିଶ୍ବାସର ବଶବର୍ତ୍ତୀ ହୋଇଛି ମଣିଷ ସମାଜ । ସୁସ୍ଥତା ପାଇଁ ଚିକିତ୍ସା ବଦଳରେ ଖଟ ବୁଲା ଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଅନ୍ଧବିଶ୍ୱାସ ଜାଲରେ କନ୍ଧମାଳରେ

ଫୁଲବାଣୀ: କନ୍ଧମାଳରେ ଅନ୍ଧବିଶ୍ୱାସ । ବିଜ୍ଞାନ ଯୁଗରେ ଆନ୍ଧବିଶ୍ବାସର ବଶବର୍ତ୍ତୀ ହୋଇଛି ମଣିଷ ସମାଜ । ସୁସ୍ଥ ହେବା ପାଇଁ ଚିକିତ୍ସା ନକରାଇ ଗାଁରେ ବୁଲାଇଲେ ଖଟବିଦ୍ୟା । ଆଜିକା ଦିନରେ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଉପଲବ୍ଧ ଥିଲେ ମଧ୍ୟ ଆଜି ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଥିବା ଦେଖିବାକୁ ମିଳିଛି । ଲୋକଙ୍କ ମନରୁ ଅନ୍ଧବିଶ୍ୱାସର ଛାପ ଆଜିବି ଛାଡ଼ି ନାହିଁ । ଦୀର୍ଘଦିନ ଧରି ଝିଅର ଦେହ ଖରାପ ରହିବାରୁ ଚିକିତ୍ସା କ୍ଷେତ୍ରରେ ବିଫଳ ହେବା ଦର୍ଶାଇ ଖଟ ବିଦ୍ୟା ସହଯୋଗରେ ଝିଅକୁ ଭଲ କରିବାକୁ ପ୍ରୟାସ କରାଯାଉଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମାର ବଜାର ସାହିରେ ଦେଖିବାକୁ ମିଳୁଛି ଏହିପରି ଘଟଣା ।

ସୂଚନା ମୁତାବକ ବାରଖମା ବଜାର ସାହିର ଦିସାରା ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ରଶ୍ମି ପ୍ରିୟା ସୋନପୁର ଗ୍ରାମରେ ବିବାହ କରିଥିଲେ । ହେଲେ ଦୀର୍ଘ ତିନିମାସ ହେବ ଝିଅଟି ରୋଗାକ୍ରାନ୍ତ ହୋଇ ଶଯ୍ୟାରେ ପଡ଼ି ରହିଛନ୍ତି । ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଥମେ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସେଠାରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଦେଖାଇଥିଲେ ପରୀକ୍ଷା ନିରୀକ୍ଷା କରି ବହୁତ ଟଙ୍କା ମଧ୍ଯ ଖର୍ଚ୍ଚ କରିଥିଲେ । ରଶ୍ମୀପ୍ରିୟାର ରକ୍ତ ନମୁନାଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ଆଦି କରାଯାଇଛି କିନ୍ତୁ କୌଣଷି ରୋଗ ନିରୂପଣ ହୋଇପାରିଲା ନାହିଁ । ରଶ୍ମୀପ୍ରିୟା ଖାଇବା ପିଇବା ଛାଡ଼ି ଦେଇଛନ୍ତି । ଅଳ୍ପ କିଛି ଖାଇ ଶେଯରେ ପଡ଼ି ରହୁଛନ୍ତି । ଏହା ଦେଖି ପରିବାର ଲୋକେ କେହି ଗୁଣିଗାରେଡି କରିଥିବା ସନ୍ଦେହ କରି ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତର ରୋବିଙ୍ଗିଆ ଗ୍ରାମର ଖଟବିଦ୍ୟା କରୁଥିବା ନାରାୟଣ କହଁର ନାମକ ଲୋକଙ୍କୁ ଡାକିଥିଲେ ।

ଗୁଣୀ କାମ ପାଇଁ ଗୋଟିଏ ଦୋଉଡ଼ି ଖଟକୁ ବ୍ୟବହାର କରି ଆରମ୍ଭ କରିଥିଲେ ଖଟବିଦ୍ୟା ଯାହାକି ଖଟ ଦେବତା ନାରେ ପରିଚିତ । ତାପରେ ଖଟକୁ ପୂଜାପାଠ କରି ବଜାର ବଜାର ବୁଲା ଆରମ୍ଭ ହୋଇଯାଇଥିଲା । ଏହି ଖବର ପାଇ IIC ସୁଶାନ୍ତ ସାହୁଙ୍କ ସହ ଟିମ୍ ଏବଂ ମାଜିଷ୍ଟ୍ରେଟ୍‌ ଦାୟିତ୍ଵରେ ଅତିରିକ୍ତ ଜିଲ୍ଲାପାଳ ହରିଶ୍ଚନ୍ଦ୍ର ପ୍ରଧାନ ଗାଁରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମ ବନ୍ଦ କରିବାକୁ କହିବା ସହ ଖଟକୁ ଜବତ କରିଥିଲେ । ଖଟ ବିଦ୍ୟା ଭଳି ଅନ୍ଧବିଶ୍ଵାସ ଉପରେ ବିଶ୍ବାସ ନକରିବାକୁ ପୋଲିସ ଗ୍ରାମବାସୀଙ୍କୁ ବୁଝାଇଛନ୍ତି ।

ଏହା ବି ପଢନ୍ତୁ...Kangaroo Court In Nayagarh: ବୁଲିଲା ଖଟ, ବାସନ୍ଦ ହେଲେ ପରିବାର

ଘଟଣାକୁ ନେଇ ମାମଲା ରୁଜୁ କରାଯାଇଥିବାବେଳେ କାହାକୁ ଗିରଫ କରାଯାଇନଥିବା ଆଇଆଇସି ସୂଚନା ଦେଇଛନ୍ତି । ଅନ୍ୟପଟେ ଝିଅର ଯଦି କିଛି ହୁଏ ତେବେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଦାୟୀ ରହିବେ ବୋଲି ପରିବାର ଲୋକେ କହିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.