ETV Bharat / state

Kangaroo Court In Nayagarh: ବୁଲିଲା ଖଟ, ବାସନ୍ଦ ହେଲେ ପରିବାର

author img

By

Published : Nov 22, 2021, 2:08 PM IST

ନୟାଗଡରେ ପୁଣି କଙ୍ଗାରୁ କୋର୍ଟ: ବୁଲିଲା ଖଟ, ବାସନ୍ଦ ହେଲେ ପରିବାର
ନୟାଗଡରେ ପୁଣି କଙ୍ଗାରୁ କୋର୍ଟ: ବୁଲିଲା ଖଟ, ବାସନ୍ଦ ହେଲେ ପରିବାର

ପୁଣି କଙ୍ଗାରୁ କୋର୍ଟ । ଚୋର ଧରିବା ପାଇଁ ବୁଲିଲା ଖଟ । ଗୋଟିଏ ପରିବାରକୁ ଗାଁରୁ କଲେ ବାସନ୍ଦ । ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଉଦୟପୁର ଗ୍ରାମରେ । ଅନ୍ୟପଟେ ଆଉ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ ମାଡ ମାରି ଲହୁଲୁହାଣ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ନୟାଗଡ଼: ପୁଣି କଙ୍ଗାରୁ କୋର୍ଟ (Kangaroo Court) । ବୁଲିଲା ଖଟ, ବାସନ୍ଦ ହେଲେ ପରିବାର । ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଉଦୟପୁର ଗ୍ରାମରେ। ସୂଚନାମୁତାବକ, କିଛି ଦିନ ତଳେ ଚୋରି ଘଟଣାର ସତ୍ୟ ଉନ୍ମୋଚନ ପାଇଁ କଙ୍ଗାରୁ କୋର୍ଟ ବସିଥିଲା l ସେହି ଗ୍ରାମର ଜଣେ ଗୁଣିଆଙ୍କ ନିର୍ଦ୍ଦେଶ କ୍ରମେ ଚୋର ଧରିବା ପାଇଁ ଗ୍ରାମରେ ଖଟ ବୁଲାଯାଇଥିଲା l ଫଳରେ ସେହି ଗ୍ରାମର ଲୋକନାଥ ଜେନାଙ୍କୁ ଚୋର ସଜାଇ ଗାଁ କମିଟିକୁ ପାଞ୍ଚ ଲକ୍ଷ ଟଙ୍କା ଦିଆଯିବା ପାଇଁ ବାଧ୍ୟ କରାଗଲା । କିନ୍ତୁ ଜୋରିମାନା ଅର୍ଥରାଶି ନ ଦେଇ ପାରିବାରୁ ଲୋକନାଥ ପରିବାକୁ ଗାଁରୁ ବାସନ୍ଦ ହେବାକୁ ପଡ଼ିଛି l

ବୁଲିଲା ଖଟ, ବାସନ୍ଦ ହେଲେ ପରିବାର

ଏସବୁ ଭିତରେ କିଛି ଦିନ ତଳୁ ନିଖୋଜ ଥିବା ମାନସିକ ବିକାରଗ୍ରସ୍ତ ଅନ୍ତର୍ଯ୍ୟାମୀ ବେହେରା ଉଦୟପୁରରେ ବୁଲୁଥିବା ବେଳେ ଗାଁର କିଛି ବ୍ୟକ୍ତି ତାଙ୍କୁ ଗୁଣିଆ ଭାବି ଅଟକ ରଖିଥିଲେ ଏବଂ ଖଟ ବୁଲାଉଥିବା ଗୁଣିଆ କଥାରେ ମାଡ଼ ମାରି ତାଙ୍କୁ ଲହୁ ଲୁହାଣ କରିଛନ୍ତି ଗ୍ରାମବାସୀ l ଯାହାକୁ ନେଇ ନୟାଗଡ଼ ସଦର ଥାନାରେ ମାନସିକ ବିକୃତ ଅନ୍ତର୍ଯ୍ୟାମୀଙ୍କ ପରିବାର ପକ୍ଷରୁ ଲିଖିତ ଭାବେ ଅଭିଯୋଗ ହେବା ସହ ଅନ୍ତର୍ଯ୍ୟାମୀଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.