ମୋଦିଙ୍କ ଲଙ୍ଗର ସେବା, ପଗଡି ଭିଡି ପ୍ରସାଦ ପ୍ରସ୍ତୁତ କଲେ ପରଷିଲେ - Modi visit Gurudwara

By ETV Bharat Odisha Team

Published : May 13, 2024, 1:09 PM IST

thumbnail
MODI VISIT GURUDWARA (ANI)

 Modi went to Gurudwara Takat Sri Patna Sahib ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଗସ୍ତରେ ରହିଛନ୍ତି । ପାଟନାରେ ରହିଥିବା ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ବାରରେ ପହଞ୍ଚି ମୁଣ୍ଡ ନୁଆଁଇ ପ୍ରାର୍ଥନା କରିଥିଲେ । ଏହାସହ ନିଜେ ଲଙ୍ଗର ଖାଇବା ସହିତ ଧାଡିରେ ବସିଥିବା ଲୋକଙ୍କୁ ଖାଇବାକୁ ମଧ୍ୟ ଦେଇଛନ୍ତି । ମୋଦି ପ୍ରାୟ 20 ମିନିଟ ଧରି ଏଠାରେ ରହିଥିଲେ । ତେବେ ତାଙ୍କ ସହିତ ରବି ଶଙ୍କର ପ୍ରସାଦ ଏବଂ ଅଶ୍ବିନୀ ଚୌବେ ଉପସ୍ଥିତ ରହିଥିଲେ । ପ୍ରଥମ ଥର ପ୍ରଧାନମନ୍ତ୍ରୀ ଭାବେ ମୋଦି ପାଟନା ସାହିବ ଗୁରୁଦ୍ୱାରରେ ପହଞ୍ଚିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ମୋଦି ରୁଟି ବେଲୁଥିବା ମଧ୍ୟ ନଜର ଆସିଛନ୍ତି । ଖାଦ୍ୟ ମଧ୍ଯ ରୋଷେଇ କରିଥିଲେ । ଏହାପରେ ଲଙ୍ଗରରେ ବସିଥିବା ଲୋକଙ୍କୁ ପରିବେଷଣ କରିଥିଲେ । ତେବେ ଏହି ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ମୋଦି ମଧ୍ୟ ବେଶ ଖୁସିଥିବା ନଜର ଆସିଛନ୍ତି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.