ନବରଙ୍ଗପୁରରେ ଜାରି ରହିଛି ମତଦାନ, ଭୋଟ ଦେଲେ ବିଜେଡି-ବିଜେପି ପ୍ରାର୍ଥୀ - Candidates cast their vote

By ETV Bharat Odisha Team

Published : May 13, 2024, 5:20 PM IST

thumbnail
ନବରଙ୍ଗପୁରରେ ଭୋଟ ଦେଲେ ବିଜେଡି-ବିଜେପି ପ୍ରାର୍ଥୀ (ETV Bharat Odisha)

BJD BJP Candidates cast their vote: ନବରଙ୍ଗପୁର: ଜିଲ୍ଲାରେ ଜାରି ରହିଛି ମତଦାନ । ଭୋଟ ଦେଉଛନ୍ତି ନେତା ଓ ପ୍ରାର୍ଥୀ  । ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ନିଜ ସ୍କୁଲରେ ଭୋଟ ଦେଇଛନ୍ତି  । ଏହାସହିତ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ସମସ୍ତେ ନିଜ ମତଦାନ ସାବ୍ୟସ୍ତ କରିବା ଲାଗି ଭୋଟରଙ୍କୁ ସେ ଅପିଲ୍‌ କରିଛନ୍ତି  ।  

ଏହା ବି ପଢନ୍ତୁ- ମତ ସାବ୍ୟସ୍ତ କଲେ ନେତା, ନିର୍ବାଚନ ପର୍ବରେ ସାମିଲ ହେବାକୁ ଭୋଟରଙ୍କୁ ଅପିଲ

ସେପଟେ ନବରଙ୍ଗପୁର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ମଧ୍ୟ ନିଜ ପରିବାର ସହିତ ଆସି ମତଦାନ କରିଛନ୍ତି  । ନୈତିକ କର୍ତ୍ତବ୍ୟ ଭାବେ ସମସ୍ତେ ଭୋଟ୍‌ ଦେବାକୁ ସେ ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଅପିଲ୍‌ କରିଛନ୍ତି  । ସେହିପରି ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ମାଝୀ ମଧ୍ୟ ଧାଡ଼ିରେ ଠିଆ ହୋଇ ମତଦାନ କରିଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ଗୌରୀ ମାଝୀ ମଧ୍ୟ ଭୋଟ ଦେବା ସହିତ ନିଜର ବିଜୟ ଲାଗି ବେଶ ଆଶାବାଦୀ ଥିବା କହିଛନ୍ତି  ।  

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.