ମତ ସାବ୍ୟସ୍ତ କଲେ ନେତା, ନିର୍ବାଚନ ପର୍ବରେ ସାମିଲ ହେବାକୁ ଭୋଟରଙ୍କୁ ଅପିଲ - Kalahandi voting

By ETV Bharat Odisha Team

Published : May 13, 2024, 2:19 PM IST

thumbnail
KALAHANDI VOTING (ETV Bharat Odisha)

Odisha First phase voting 2024 : ଭବାନୀପାଟଣା: ଗଣତନ୍ତ୍ର ମହାପର୍ବରେ ସାମିଲ ନେତା ଠୁ ଜନତା । କଳାହାଣ୍ଡିରେ ନିଜକୁ ନିଜେ ଭୋଟ ଦେଇଛନ୍ତି ପ୍ରାର୍ଥୀ । କଳାହାଣ୍ଡି ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି  । ସକାଳୁ ସକାଳୁ ସମସ୍ତ ବୁଥରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଥିଲା । କଳାହାଣ୍ଡି ଜିଲ୍ଲାରେ ୧ ହଜାର ୪୧୨ ଟି ବୁଥରେ ୧୨ ଲକ୍ଷ ୦୧ ହଜାର ୫୦୮ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରୁଥିବା ବେଳେ ମତଦାତାମାନେ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି  ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସୁରୁଖୁରୁରେ ନିର୍ବାଚନ ଚାଲିଥିବା ଜଣାପଡିଛି । ସେପଟେ ଭୋଟ ଦେଇଛନ୍ତି କଳାହାଣ୍ଡି ଜିଲ୍ଲାର ନେତା । ବରିଷ୍ଠ କଂଗ୍ରେସ ନେତା ତଥା ନର୍ଲା କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଚରଣ ଦାସ ନିଜ ପରିବାର ସହ ଆସି ଭବାନୀପାଟଣା ବଡପଡାରେ ଥିବା ବାପୁଜୀ ସ୍କୁଲ ବୁଥରେ ନିଜର ଭୋଟଦାନ କରିଥିବା ବେଳେ ଭବାନୀପାଟଣା ବିଜେଡି ବିଧାୟକ ପ୍ରାର୍ଥୀ ଲଳିତା ନାଏକ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ମଧ୍ୟ ବାପୁଜୀ ସ୍କୁଲ ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି  । 

ଏହାମଧ୍ୟ ପଢନ୍ତୁ.. ଭୋଟ ଦେଉଛି କୋରାପୁଟ, ମାଓପ୍ରବଣ ହନୁମାଳରେ ଭୋଟରଙ୍କ ମଧ୍ୟରେ ଉତ୍ସାହ - First Phase Voting
 

ସେହିଭଳି ଜୟପାଟଣା ସହରରେ ଥିବା ବୁଥରେ ଭୋଟ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ । ସେହିପରି ବିଜେପି ପ୍ରାର୍ଥୀ ମାଳବିକା ଦେବୀ ଭବାନୀପାଟଣା ଇରିଗେଶନ କଲୋନୀରେ ଥିବା ବୁଥରେ ନିଜର ମତ ସାବ୍ୟସ୍ତ କରିଛନ୍ତି  । ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ମଧ୍ୟ ଇରିଗେଶନ କଲୋନୀରେ ଥିବା ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ନେତା  । 

ଇଟିଭି ଭାରତ, ଭବାନୀପାଟଣା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.