ପ୍ରାର୍ଥୀଙ୍କୁ ଭୋଟରଙ୍କ ଚେତାବନୀ, 'କାମ ନାହିଁ ତ ଭୋଟ ନାହିଁ' - JHARSUGUDA VOTERS MOOD

By ETV Bharat Odisha Team

Published : May 12, 2024, 6:18 PM IST

thumbnail
Voters mood in Jharsuguda (ETV Bharat Odisha)

Voters mood in Jharsuguda: ଝାରସୁଗୁଡ଼ା: ଆସନ୍ତାକାଲିଠାରୁ ଓଡ଼ିଶାରେ ଆରମ୍ଭ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ନିର୍ବାଚନ । ଆଉ ଗୋଟିଏ ସପ୍ତାହ ପରେ, ଅର୍ଥାତ ଆସନ୍ତା ମ' ୨୦ ତାରିଖରେ ଝାରସୁଗୁଡ଼ା ଜିଲ୍ଲାରେ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଏଥିପାଇଁ ପ୍ରାର୍ଥୀ ତ ଜୋରଦାର ପ୍ରଚାର କରୁଛନ୍ତି, ହେଲେ ଏଥର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କ ମନରେ କଣ ରହିଛି, ସେନେଇ ଆମେ ଝାରସୁଗୁଡ଼ା ସହର ଉପକଣ୍ଠ ହଂସାମୁରା କଟାପାଲି ପଞ୍ଚାୟତରେ ପହଞ୍ଚି ପରଖିଥିଲୁ ଭୋଟରଙ୍କ ମୁଡ୍‌ ।

ପ୍ରାର୍ଥୀମାନଙ୍କୁ ଭୋଟରମାନେ ଚେତାବନୀ ଦେଇଛନ୍ତି । କାମ ନାହିଁ ତ ଭୋଟ ନାହିଁ, ମୌଳିକ ସୁବିଧା ସୁଯୋଗ ନମିଳିଲେ ଭୋଟ ମିଳିବ ନାହିଁ ବୋଲି ପ୍ରାର୍ଥୀ ମାନଙ୍କୁ ସିଧା ସିଧା ଶୁଣାଇ ଦେଇଛନ୍ତି ଭୋଟର । ଝାରସୁଗୁଡ଼ା ସହର ଉପକଣ୍ଠରେ ରହିଛି ହଂସାମୁରା କଟାପାଲି ପଞ୍ଚାୟତ ଅନ୍ତର୍ଗତ ଘୁଟକୁରିପଡା । ଏହି ଅଞ୍ଚଳରେ ରହିଛି ବିଭିନ୍ନ ସମସ୍ୟା । ନା ଅଛି ପାନୀୟ ଜଳର ସୁବିଧା ନା ରହିଛି ଏକ ଭଲ ରାସ୍ତା । ସରକାରୀ ଯୋଜନା ଗୁଡ଼ିକ ଫେଲ ମାରିଛି ଏହି ଅଞ୍ଚଳରେ । ନିର୍ବାଚନ ସମୟରେ ନେତାମାନେ ଆସି ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ଭୋଟ ହାତେଇଥାନ୍ତି । କିନ୍ତୁ ନିର୍ବାଚନ ପରେ ଆଉ ନଜର ପଡ଼େ ନାହିଁ । ବର୍ଷ ବର୍ଷ ଧରି ଏଭଳି ପ୍ରତାରଣାର ଶିକାର ହେଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଏଥର ଯିଏ ଏସବୁ ସମସ୍ୟାର ସମାଧାନ କରିବ, ତାକୁ ଭୋଟ ଦେବୁ ବୋଲି କହିଛନ୍ତି ଏଠାକାର ଭୋଟର । ଏନେଇ ଭୋଟରମାନଙ୍କ ସହ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ପ୍ରତିନିଧି ଗୁରୁଚରଣ ବାଘ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.